୩ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ବିବାହ ପୂର୍ବରୁ ମା’ ହୋଇଥିଲେ ଗର୍ଲଫ୍ରେଣ୍ଡ

ସାଉଥ ସିନେମାର ପାୱାର ଷ୍ଟାର ଚିରଞ୍ଜୀବୀଙ୍କ ଭାଇ ତଥା ଅଭିନେତା ପୱନ କଲ୍ୟାଣଙ୍କୁ ୫୦ ବର୍ଷ ବୟସ ହୋଇଛି। ସେ ସେପ୍ଟେମ୍ବର ୨, ୧୯୭୧ ରେ ବାପାତଲାରେ ଜନ୍ମଗ୍ରହଣ କରିଥିଲେ। ପୱନ ତେଲୁଗୁ ସିନେମାର ଜଣେ ଜଣାଶୁଣା ଅଭିନେତା। ତାଙ୍କ ଚଳଚ୍ଚିତ୍ର ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଚର୍ଚ୍ଚାରେ ଥାନ୍ତି। ପଓ୍ବନ ଗୋଟିଏ ନୁହେଁ ତିନୋଟି ବିବାହ କରିଛନ୍ତି । ଦକ୍ଷିଣର ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଚଳଚ୍ଚିତ୍ରରେ ପ୍ରବେଶ କରିବାକୁ ଅଧିକ ସଂଘର୍ଷ କରିବାକୁ ପଡି ନ ଥିଲା। ସେ ୧୯୯୬ରେ ତେଲୁଗୁ ଚଳଚ୍ଚିତ୍ର ‘ଅକ୍କଦା ଅମାଇ ଇକ୍କଦା ଅବ୍ବାଇ’ ରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ବଲିଉଡ ଫିଲ୍ମ ‘କୟାମତ ସେ କୟାମତ ତକ’ର ରିମେକ ଥିଲା। ପୱନ ତାଙ୍କ ଚଳଚ୍ଚିତ୍ରକୁ ଦେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେିତିକି ଚର୍ଚ୍ଚାରେ ରୁହନ୍ତି। ସେ ଗୋଟିଏ ନୁହେଁ, ତିନୋଟି ବିବାହ କରିଛନ୍ତି। ୧୯୯୭ରେ ସେ ପ୍ରଥମେ ନନ୍ଦିନୀଙ୍କୁ ବିବାହ କରିଥିଲେ। ଏହା ପରେ, ସେ ୨୦୦୪ରେ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ଏକ ଶିଶୁର ପିତା ମଧ୍ୟ ହୋଇଥିଲେ। ଏହି ସମୟରେ ପୱନ ଏବଂ ନନ୍ଦିନୀ ଛାଡପତ୍ର ଦେଇ ନ ଥିଲେ।
ଏହା ପରେ, ପୱନ ଏବଂ ନନ୍ଦିନୀ ୨୦୦୭ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଏକ ବର୍ଷ ପରେ ସେମାନେ ଛାଡପତ୍ର ହୋଇଥିଲା। ପ୍ରଥମ ସ୍ତ୍ରୀ ପରେ ପୱନ ରେଣୁ ଦେଶାଇଙ୍କ ସହ ସମ୍ପର୍କ ସ୍ବୀକାର କରିଥିଲେ ଏବଂ ଜାନୁୟାରୀ ୨୯,୨୦୦୯ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ କିଛି ସମୟ ପାଇଁ ସେମାନଙ୍କ ସମ୍ପର୍କ ଭଲ ଚାଲିଥିଲା। କିନ୍ତୁ ପରେ ସମ୍ପର୍କ ଖରାପ ହୋଇଗଲା। ୨୦୧୨ରେ ଉଭୟଙ୍କର ଛାଡପତ୍ର ହୋଇଥିଲେ।
ଏହା ପରେ ତୃତୀୟ ବିବାହର ପର୍ଯ୍ୟାୟ ଆସିଲ। ପୱାନ ରୁଷର ମଡେଲ ତଥା ଅଭିନେତ୍ରୀ ଆନ୍ନା ଲେଜନେଭାଙ୍କୁ ତୃତୀୟ ଥର ବିବାହ କରିଥିଲେ। ଫିଲ୍ମ ‘ତିନ୍‌ ମାର’ର ଶୁଟିଂ ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା। ଆନ୍ନା ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ସନ୍ତାନ ଥିଲା । ତେବେ, ପୱନ ଏବଂ ଆନ୍ନାଙ୍କର ଶଙ୍କର ପାଭୋଭିଚ ନାମକ ଏକ ସନ୍ତାନ ଅଛି। ତାଙ୍କ ପିଲାମାନଙ୍କ ସହିତ ପୱନ ମଧ୍ୟ ଆନ୍ନାଙ୍କ ପିଲାଙ୍କୁ ବଢେଥିଲେ। ଦୁହେଁ ଏବେ ନିଜ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ନିଅନ୍ତି କପିଲ ଶର୍ମା

କମେଡି ଷ୍ଟାର କପିଲ ଶର୍ମାଙ୍କ ଶୋ’ ‘ଦି କପିଲ ଶର୍ମା ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। କପିଲଙ୍କ ଏହି ଶୋ’ରେ ଅନେକ ହାସ୍ୟ ଅଭିନେତା...

ହନିମୁନ୍‌ରେ ଯିବେ ନାହିଁ କାଟ୍ରିନା-ଭିକି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ...

ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା

ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ...

ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ

ମୁମ୍ବାଇ,୨୨।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘଟଣାରେ ସିବିଆଇ ଜୋରସୋରରେ ତଦନ୍ତ ଚଳାଇଛି। ଶୁକ୍ରବାର ସୁଶାନ୍ତଙ୍କ ରୋଷେୟାଙ୍କୁ ସିବିଆଇ ୫ଘଣ୍ଟା ଧରି ଜେରା କରିଥିଲା।...

ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ।...

ଶାହାରୁଖଙ୍କୁ ପ୍ରଶଂସା କଲେ ହିରାନି

ମୁମ୍ବାଇ: ବଲଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ମୁଭି ‘ପଠାନ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ମୁଭି ୱାର୍ଲଡ ୱାଇଡ ଭଲ ବିଜନେସ...

‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’...

ସ୍ବାମୀଙ୍କ ନାଁର ଟାଟୁ ହଟାଇଲେ ରାଖୀ, କହିଲେ ଏମିତି

ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, ସେ ଚର୍ଚ୍ଚାରେ ରହିବା ପାଇଁ କୌଣସି ଉପାଉ ଛାଡ଼ନ୍ତି ନାହିଁ। ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ...

Advertisement
Archives

Model This Week