ଅସତ୍ୟରେ ସୁଖ

କୋଭିଡ୍‌-୧୯ ଯୋଗୁ ବିଶ୍ୱ ଅର୍ଥନୀତି ତଳିତଳାନ୍ତ ହୋଇଯାଇଛି। କିନ୍ତୁ ଭାରତ ବାହୁସ୍ଫୋଟ ମାରୁଛି ଯେ, ଏଥିରେ ସୁଧାର ଆସିବା ଦେଖାଦେଲାଣି। କରୋନା ମୁକାବିଲା ସକାଶେ କେନ୍ଦ୍ର ସରକାର ଘୋଷଣା କରିଥିବା ଆର୍ଥିକ ପ୍ୟାକେଜର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ନେଇ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ୧ ନଭେମ୍ବରରେ କହିଛନ୍ତି। ସେହିପରି ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ଫିକି) ସଭାପତି ସଙ୍ଗୀତା ରେଡ୍ଡୀ କହିଛନ୍ତି, ଭାରତୀୟ ଅର୍ଥନୀତି ପୂର୍ବସ୍ଥିତିକୁ ଫେରୁଛି ଓ ଖବ୍‌ଶୀଘ୍ର ସୁଦୃଢ଼ ହେବାକୁ ଯାଉଛି। ଏଭଳି ସକାରାତ୍ମକ କଥା ଶୁଣି ଭାରତବାସୀ ଆଶ୍ୱସ୍ତି ଲାଭ କରୁଥିବେ ବୋଲି କହିହେବ ନାହିଁ। କାରଣ କିଛି ସମୟ ବ୍ୟବଧାନରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ନାନାବାୟା ଗୀତ ଶୁଣାଇ ଦିଆଯାଇଆସୁଛି।
ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ସରକାର ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛନ୍ତି ବୋଲି ଦର୍ଶାଯାଉଛି। ଗତ ୮ ମାସ ମଧ୍ୟରେ ପ୍ରଥମ ଥର ପାଇଁ ପରୋକ୍ଷ ଟିକସ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସରକାରୀ ବ୍ୟବସ୍ଥା ସହ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ଉତ୍ସାହିତ ହୋଇ ବିଭିନ୍ନ ମନ୍ତବ୍ୟ ଦେବାରେ ଲାଗିଲେଣି। ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ୨୦୨୪-୨୫ ବେଳକୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୫ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ। ଅର୍ଥନୈତିକ ସର୍ଭେ ଓ ବଜେଟଠାରୁ ଆରମ୍ଭ କରି ପ୍ରତି ସରକାରୀ ଦଲିଲରେ ଏହିଭଳି ଅନେକ ଆଶା ସଞ୍ଚାର କରାଯାଉଛି। ଟାର୍ଗେଟ ବିଷୟରେ କହିବା ପାଇଁ ସରକାରୀ ଅଧିକାରୀମାନେ ଅଗକୁ ଆସି ଗଣମାଧ୍ୟମକୁ ଜଣାଇବା ନିମନ୍ତେ ତରବର ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଅର୍ଥନୀତି ଉପରେ ଏବେ ଯେଉଁସବୁ ତଥ୍ୟ ଦିଆଯାଉଛି ସେଥିରେ ଅନେକ ଖାଦ ରହୁଛି ବୋଲି ଜଣାଗଲାଣି। କାରଣ ଦର୍ଶାଯାଉଥିବା ସଂଖ୍ୟା ସହ ବାସ୍ତବ ସଂଖ୍ୟାର ମେଳ ଖାଉନାହିଁ। ୧୬ ଅକ୍ଟୋବରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତୀୟ ଅର୍ଥନୀତି ୨୦୨୦-୨୧ ଆର୍ଥିକ ବର୍ଷରେ ୧୦.୩ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟ ପ୍ରକାଶ କରିଥିଲା। ସାଧାରଣତଃ ଏହିଭଳି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକ ଗୋଟିଏ ଦେଶର ବ୍ୟବସ୍ଥାକୁ ତନ୍ନତନ୍ନ କରି ସମୀକ୍ଷା କରିବା ପରେ ତଥ୍ୟ ପ୍ରଦାନ କରିଥାଆନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଏହି ରିପୋର୍ଟ ପ୍ରକାଶ ପାଇବାର ମାତ୍ର ୧୫ ଦିନ ପରେ ଭାରତୀୟ ଅର୍ଥନୀତି ସୁଧୁରିଲାଣି ବୋଲି କହିବା ଅବାସ୍ତବ ମନେହେଉଛି। ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ବିଶେଷକରି ପୁଞ୍ଜିନିବେଶକାରୀମାନେ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତିି। ସମଗ୍ର ବିଶ୍ୱ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ପୁଞ୍ଜି ନିବେଶକମାନେ ଜାକିଜୁକି ହୋଇ ବସିଛନ୍ତି। ଯେଉଁମାନଙ୍କୁ ବିଦେଶୀ ପୁଞ୍ଜିଲଗାଣକାରୀ ଭାବେ ଆମେ ଆଖ୍ୟା ଦେଉଛେ, ସେମାନେ ନିଜ ଦେଶରେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ତେଣୁ କେଉଁଆଡ଼ୁ ଅର୍ଥ ଆଣି ସେମାନେ ଭାରତ ବଜାରରେ ଲଗେଇବେ ବୋଲି ଭାବିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। କାହିଁକି ଅବାସ୍ତବ ତଥ୍ୟ ଦିଆଯାଇ ଲୋକଙ୍କୁ ଭଣ୍ଡାଇ ଦିଆଯାଉଛି, ସେଥିନେଇ କେହି ପ୍ରଶ୍ନ କରିବାକୁ ନାହାନ୍ତି।
ଗତ ୮ ମାସର ଜିଏସ୍‌ଟି ସଂଗ୍ରହକୁ ଦେଖାଯାଉ। ମାର୍ଚ୍ଚରେ ୯୭, ୫୯୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଏପ୍ରିଲରେ ୩୨,୧୭୨, ମେ’ରେ ୬୨,୧୫୧, ଜୁନ୍‌ରେ ୯୦,୯୧୭, ଜୁଲାଇରେ ୮୭,୪୨୨, ଅଗଷ୍ଟରେ ୮୬,୪୪୯, ସେପ୍ଟେମ୍ବରରେ ୯୫,୪୮୦ ଏବଂ ଅକ୍ଟୋବରରେ ୧,୦୫,୧୫୫ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଫେବୃୟାରୀ ପରେ ଜିଏସ୍‌ଟି ସଂଗ୍ରହ କମିଚାଲୁଥିବା ବେଳେ ଅକ୍ଟୋବରରେ କେଉଁଭଳି ଭାବେ ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଡେଇଁଲା, ତାହା କେବଳ ସଂଖ୍ୟା କାରସାଦି ବୋଲି ବିଦେଶୀ ପୁଞ୍ଜିଲଗାଣକାରୀ ଭାବିବା ସ୍ବାଭାବିକ ହୋଇପାରେ। ଦେଖିବାକୁ ଗଲେ ଆଜିର ପୃଥିବୀରେ ସବୁ ଦେଶ ପରସ୍ପର ମଧ୍ୟରେ ବନ୍ଧା ହୋଇ ରହିଛନ୍ତି। ଉଦାହରଣ ସ୍ବରୂପ ଭାରତର ସବୁଠାରୁ ଧନୀ ବିବେଚିତ ହେଉଥିବା ମୁକେଶ ଅମ୍ବାନୀଙ୍କ ସ୍ଥିତି ଦେଖାଯାଉ। ବିଭିନ୍ନ କାରଣରୁ ଅନ୍ତର୍ଜାତୀୟ ତୈଳ ଦର ହ୍ରାସ ପାଇଥିବାରୁ ମୁକେଶଙ୍କ ରିଲାଏନ୍ସ ଶିଳ୍ପସଂସ୍ଥା ପ୍ରାୟ ୭ ବିଲିୟନ ଡଲାର କ୍ଷତି ସହିଛି। ସେହି ପରିମାଣକୁ ଦେଖିଲେ ବୁଝାପଡ଼ୁଛି ଯେ, ସବୁ ଶିଳ୍ପରେ କ୍ଷତି ଘଟିଛି। କାହାର ପ୍ରତିଶତ ବେଶି କିମ୍ବା କମ୍‌ ତାହା ପରିସ୍ଥିତି ଓ ବଜାରକୁ ନେଇ ଆକଳନ କରାଯାଇପାରେ। ଏଥିରୁ ଖିଅ ନେଇ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜିଏସ୍‌ଟି ସଂଗ୍ରହ ଅବିଶ୍ୱସନୀୟ ହେବାର କାରଣ ଯଥେଷ୍ଟ ରହିଛି। ଏହା ବ୍ୟତୀତ ଯଦି ବାସ୍ତବରେ ଏହି ପରିମାଣର ଜିଏସ୍‌ଟି ଆଦାୟ କରାଯାଇପାରିଛି, ତେବେ ରାଜ୍ୟ ସରକାରଗୁଡ଼ିକୁ ଋଣ ନେବା ସକାଶେ କେନ୍ଦ୍ର ଅର୍ଥମନ୍ତ୍ରୀ କହିବାର କୌଣସି ଆବଶ୍ୟକତା ନ ଥିଲା। କାରଣ ଏହିଭଳି ବଡ଼ ଅଙ୍କର ଆଦାୟ ଗୋଟିଏ କିମ୍ବା ଦୁଇଟି ଦିନରେ ହୁଏ ନାହିଁ। ଟିକସ ଆଦାୟର ଧାରା ଦର୍ଶାଇଦେବ ନିକଟ ଭବିଷ୍ୟତରେ କେତେ ଯାଏ ସଂଗ୍ରହ ହୋଇପାରେ। ତେବେ ୨ ନଭେମ୍ବରରେ ଓଡ଼ିଶା ସମେତ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ୬,୦୦୦ କୋଟି ଟଙ୍କା ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଦେବାକୁ ଘୋଷଣା କରିଛି। କିନ୍ତୁ ସବୁ ସ୍ତରରେ କେବଳ ତାଳି ପକାଯିବା ଭଳି କାର୍ଯ୍ୟ ହେଉଥିବାରୁ ସରକାରୀ ତଥ୍ୟ ଉପରେ ଲୋକଙ୍କ ଅବିଶ୍ୱାସ ସୃଷ୍ଟି ହେଲାଣି। ଏଥିରୁ ବୁଝିହେଉଛି ଯେ, କେନ୍ଦ୍ର ସରକାର ସତ୍ୟକୁ ଛାଡ଼ି ଅସତ୍ୟରେ ସୁଖ ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri