କମ୍ପ୍ୟୁଟର ସାକ୍ଷରତା ଓ ଶିକ୍ଷଣ ପ୍ରକ୍ରିୟା

ସଂଯୁକ୍ତା ମହାପାତ୍ର

ଆମେ ସମସ୍ତେ ଜାଣନ୍ତି ଏବେ ବିଜ୍ଞାନଯୁଗର ନାମ କମ୍ପୁଟର ଯୁଗ ହୋଇସାରିଛି। ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଆମେ କମ୍ପୁଟର ଉପରେ ନିର୍ଭରଶୀଳ। ସାମାଜିକ, ଅର୍ଥନୈତିକ ଜୀବନକୁ ଏକ ଡିଜିଟାଲ ଅଂଶ ଦଳ କ୍ରମେ ଅଧିକରୁ ଅଧିକ ଦଖଲ କରୁଥିବା କାରଣରୁ ଏହି ସୁବିଧାକୁ ଉପଯୋଗ କରିପାରୁ ନ ଥିବା ଆମ ସମାଜର ଗ୍ରାମୀଣ, ଦରିଦ୍ର, ବୟଷ୍କ ଓ ଦିବ୍ୟାଙ୍ଗ, ଯେଉଁମାନଙ୍କର କମ୍ପୁଟର ବା ଇଣ୍ଟରନେଟ ଜ୍ଞାନ ସମ୍ବନ୍ଧରେ ଦଖଲ ନାହିଁ, ସେମାନେ କମ୍ପୁଟର କାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି।
ଓମସ୍ୟାର ଆକଳନ କରିବା ନିମନ୍ତେ ଗବେଷଣା କରୁଥିବା ଆଟଲାସ ଭି.ପି.ଏନ.ଦଳ ଆନୁମାନିକ ହିସାବ କରନ୍ତି ଯେ ଭାରତରେ ଇଣ୍ଟରନେଟ ବ୍ୟବହାରକାରୀ ୨୦୨୫ ମସିହା ବେଳକୁ ଏକଶତ କୋଟିରେ ପହଞ୍ଚତ୍ ସାରିଥିବେ। କିନ୍ତୁ ୨୦୧୫ ମସିହା ବେଳକୁ ଇଣ୍ଟରନେଟ ବ୍ୟବହାରକରୀ ସଂଖ୍ୟା ଥିଲା ମାତ୍ର ୧୯ପ୍ରତିଶତ। ସମ୍ପ୍ରତି ୨୦୨୦ ମସିହାରେ କମ୍ପୁଟର ବ୍ୟବହାରକାରୀଙ୍କ ପରିସଂଖ୍ୟା ଶତକଡା ୫୦ପ୍ରତିଶତ ଭାଗରେ ପହଞ୍ଚତ୍ ସାରିଛି। ଏହାର ଅର୍ଥ ଭାରତର ସମସ୍ତ ଜନସଂଖ୍ୟା ମଧ୍ୟରୁ ଅର୍ଦ୍ଧେକ ଜନସଂଖ୍ୟା ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଏହି ପରିସ୍ଥିତିର ପରିମାଣର ଚିତ୍ର ସମଗ୍ର ବିଶ୍ୱରେ ବିସ୍ତୃତଭାବେ ଭିନ୍ନଭିନ୍ନ ଭାବେ ଦେଖାଯାଏ। ଅଧିକ ବିକଶିତ ଦେଶମାନଙ୍କରେ ଇଣ୍ଟରନେଟ ବ୍ୟବହାରକରୀ ସଂଖ୍ୟା ୮୦ପ୍ରତିଶତ ଥିବାବେଳେ, ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ବିଜ୍ଞାନ ଆଧାରିତ ଏହି ଯାନ୍ତ୍ରିକ ବ୍ୟବସ୍ଥାର ବ୍ୟବହାରକାରୀ ସଂଖ୍ୟା ଶତକଡା ୫୦ପ୍ରତିଶତ। କିନ୍ତୁ ସମଗ୍ର ବିଶ୍ୱରେ ଭାରତ ଦ୍ୱିତୀୟ ଇଣ୍ଟରନେଟ ବ୍ୟବହାରକାରୀ ଦେଶ। ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ ସାମର୍ଥ୍ୟର ପ୍ରଥମ ପଦକ୍ଷେପ ଉଭୟ ଇଣ୍ଟରନେଟ ଓ କମ୍ପୁଟର ସାକ୍ଷରତା କ୍ଷେତ୍ରରେ ଏକ ସୁଦୂର ପ୍ରଭାବୀ ଓ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଥିବା ଇ-ପ୍ରଶାସନିକ ସେବା ବିଶେଷକରି ଇ-କାର୍ଯ୍ୟାଳୟ, ଏମ.ସିଏ. ୨୧, ଇ ଜିଲା, ଇ ବିଚାରାଳୟ ଇତ୍ୟାଦି ସୁଶାସନ ଓ ପ୍ରଶାସନିକ କ୍ଷେତ୍ରରେ ଏକ ଉତ୍ତମ ପଦକ୍ଷେପ। କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ଯୋଜନା ଏକ ଛତା ଯୋଜନା, ଯାହା କି ଭାରତକୁ ଏକ ଜ୍ଞାନ ଆଧାରିତ ଦେଶରେ ପରିବର୍ତ୍ତିତ କରିପାରିବ। ବିଭିନ୍ନ ପ୍ରକାର ଚିନ୍ତା, କୌଶଳ, ଭାବନାର ବିସ୍ତୃତ ଜୁଆର ଜଣକ ଦୃଷ୍ଟିଶକ୍ତିକୁୁ ଏକାବେଳେ ପ୍ରଭାବିତ କରି ବୃହତ୍‌ ଲକ୍ଷ୍ୟ ସାଧନର ଅଂଶୀଦାର କରିପାରିବ। ମୋ ସରକାର, ଡିଜି ଲକ୍‌ରସ୍‌, ଇ-ଚିକିତ୍ସାଳୟ, ଅନ୍‌ଲାଇନ ରେଜିଷ୍ଟ୍ରେଶନ, ପ୍ରଗତି, ଦର୍ପଣ ଇତ୍ୟାଦି ଡିଜିଟାଲ ଭାରତ ଗଠନ ନିମନ୍ତେ ଗୋଟିଏ ଗୋଟିଏ ଯୋଜନା। ଆମେ କହିପାରିବା ଯେ ମୋବାଇଲ ଫୋନର ବୈଜ୍ଞାନିକ ଜ୍ଞାନକୌଶଳ କ୍ଷେତ୍ରରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ସ୍ମାର୍ଟ ଫୋନକୁ ସୁଲଭ ମୂଲ୍ୟରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ନିକଟରେ ପହଞ୍ଚାଇପାରିଛି। ପାଞ୍ଚବର୍ଷ ବୟସରୁ ଅଧିକ ବର୍ଷର ଲୋକ, ଯେଉଁମାନେ ମୋବାଇଲ ବ୍ୟବହାର କରିଥାନ୍ତି ସେମାନଙ୍କର ଏକ ତୁଳନାତ୍ମକ ସଂଖ୍ୟା ଦେଖିଲେ ଜଣାପଡେ ଗ୍ରାମରେ ୧୨.୯ପ୍ରତିଶତ ପୁରୁଷ ଓ ୭ପ୍ରତିଶତ ମହିଳା ହୋଇଥିବାବେଳେ ସହରରେ ୩୭.୫ପ୍ରତିଶତ ପୁରୁଷ ଓ ୨୬.୯ପ୍ରତିଶତ ମହିଳା ମୋବାଇଲ ବ୍ୟବହାର କରିଥାନ୍ତି। ଏଥିରୁ ଜଣାପଡେ ସହର ଲୋକମାନେ ଗ୍ରାମ ଅପେକ୍ଷା ଅଧିକ ସଂଖ୍ୟାରେ ମୋବାଇଲ ବ୍ୟବହାର କରିଥାନ୍ତି।ଆଉ ଇଣ୍ଟରନେଟ କ୍ଷେତ୍ରରେ ଦେଖିଲେ ଗ୍ରାମରେ ୧୭.୧ପ୍ରତିଶତ ପୁରୁଷ, ୮.୫ପ୍ରତିଶତ ମହିଳା, ସହରରେ ୪୩.୫ପ୍ରତିଶତ ପୁରୁଷ, ୩୦.୧ପ୍ରତିଶତ ମହିଳା ବ୍ୟବହାର କରିଥାନ୍ତି। ପରିସଂଖ୍ୟାରୁ ଜଣାଯାଏ ଇଣ୍ଟରନେଟ ବ୍ୟବହାରର ଚିତ୍ର ଯଥେଷ୍ଟ ନୁହେଁ। କେନ୍ଦ୍ର ସରକାରଙ୍କ ପୂର୍ବତନ ଟେଲିକମ୍ୟୁନିକେଶନ ବିଭାଗର ଶାସନ ସଚିବ ଓ କେରଳ କୋଭିଡ୍‌ -୧୯ର ପରିଚାଳନା କମିଟି ସଦସ୍ୟ ଅରୁନ ସୁନ୍ଦରରାଜନ କୁହନ୍ତି ‘ଗୋଟିଏ ସ୍ତରରେ ଆମେ ସମସ୍ତେ ଏକମତ ଯେ ଇଣ୍ଟରନେଟ ଅପରିହାର୍ଯ୍ୟ, ଅନ୍ୟସ୍ତରରେ ନିଷ୍ପତ୍ତି କର୍ତ୍ତାମାନେ ଏହା ଉପରେ ଯଥେଷ୍ଟ ଦୃଷ୍ଟି ଦେଉନାହାନ୍ତି।’
ଆଇନଜ୍ଞ ଓ ସରକାରଙ୍କ ନୀତି ଗବେଷକ ଓ ଛାତ୍ରୀଛାତ୍ରଙ୍କ ସହିତ ସମ୍ପର୍କରେ ରହୁଥିବା ସ୍ମୃତି ପାରଶୀରା, ଏହି ସମସ୍ୟାର ଅନ୍ୟ ଏକ ପରିମେୟ ପରିସର ସମ୍ପର୍କରେ କୁହନ୍ତି ‘ଅନେକ ଛାତ୍ରୀଛାତ୍ର ଏପରି ପରିବାରରୁ ଆସିଛନ୍ତି , ଯେଉଁ ପରିବାରରେ ଗୋଟିଏ ଫୋନ ବ୍ୟବହାର ହୋଇଥାଏ।’
ମୋବାଇଲ ବ୍ୟବହାର କ୍ଷେତ୍ରରେ ଲିଙ୍ଗୀୟ ବ୍ୟବଧାନ କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ ସାମାଜିକ ଓ ସାଂସ୍କୃ୍‌ତିକ କ୍ଷେତ୍ରରେ ମଧ୍ୟ ଭିନ୍ନତା ପ୍ରଦର୍ଶନ କରେ। ତେଣୁ ଏହି ବ୍ୟବଧାନ ଦୂର ନ ହେବାଯାଏ ସାମଗ୍ରିକ ବିକାଶ ଅସମ୍ଭବ। ସମଗ୍ର ବିଶ୍ୱ ଚତୁର୍ଥ ଶିଳ୍ପବିପ୍ଳବ, ଯାହା କ୍ଷୁଦ୍ରତମ ରାସାୟନିକ ଅଂଶନିର୍ମାଣ କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି, ସେଥିରେ ଦ୍ରୁତ ଦୌଡରେ ଥିବାବେଳେ ଆମେ ଲିଙ୍ଗଗତ, ଗ୍ରାମ ଓ ସହର ସମ୍ପର୍କିତ ବୈଷମ୍ୟର ସମ୍ମୁଖୀନ ହେଉଛନ୍ତି। ଆମପାଖରେ ସଂରଚନାର ଅଭାବ ସହିତ ଡିଜିଟାଲ ଶିକ୍ଷାଦେବା ନିମନ୍ତେ କୁଶଳୀ ପ୍ରଶିକ୍ଷକ ନାହାନ୍ତି କିମ୍ବା ସମାଜର ଗରିବ ଓ ବୟଷ୍କମାନଙ୍କ ନିକଟରେ ଏହି ବୈପ୍ଳବିକ ପରିବର୍ତ୍ତନ ପହଞ୍ଚତ୍ ପାରୁନାହିଁ। ଏହାସହିତ ସାଇବର ସୁରକ୍ଷା ଓ ସଂଗୃହୀତ ସ୍ବୀକୃତ ସିଦ୍ଧାନ୍ତର ସୁରକ୍ଷା ସମଗ୍ର ଦେଶ ପାଇଁ ଅନ୍ୟ ଏକ ସମସ୍ୟା ଭାବେ ଦେଖାଦେଉଛି।
ଉପରୋକ୍ତ ପରିସ୍ଥିତିରେ ଆମକୁ ନିଜେ ଓ ସମାଜକୁ ପ୍ରଗତିଶୀଳ କରିବା ଆବଶ୍ୟକ। ପାଞ୍ଚବର୍ଷ ହେଲା ସରକାରୀ ଓ ବେସରକାରୀ ସ୍ତରରୁ ପ୍ରତ୍ୟେକଙ୍କୁ କମ୍ପୁଟର ସାକ୍ଷର ହେବାପାଇଁ ପ୍ରୋତ୍ସାହିତ କରାଯାଉଛି। ୨୦୧୪ରେ ଜାତୀୟ ଡିଜିଟାଲ ସାକ୍ଷର ମିଶନର ଲକ୍ଷ୍ୟ ଥିଲା ଏକ ଲକ୍ଷ ଲୋକଙ୍କୁ କେତେକ ନିର୍ଦ୍ଦିଷ୍ଟ ଜିଲାରେ ସାକ୍ଷର କରିବା। ଡିଜିଟାଲ ସାକ୍ଷର ଅଭିଯାନ ମଧ୍ୟ ସେହି ବର୍ଷ ଆରମ୍ଭ କରାଯାଇଥିଲା ଓ ଏହାର ଲକ୍ଷ୍ୟ ଥିଲା ୪.୨ ଲକ୍ଷ ଲୋକଙ୍କୁ ଚାରିବର୍ଷ ମଧ୍ୟରେ କମ୍ପୁଟର ସାକ୍ଷର କରିବା।
ଏବେ କରୋନାରେ ସମଗ୍ର ବିଶ୍ୱ କବଳିତ। ସାମାଜିକ ଦୂରତ୍ୱ, ସଙ୍ଗରୋଧ କାରଣରୁ କମ୍ପୁଟର ସାକ୍ଷରତା ଅପରିହାର୍ଯ୍ୟ ହୋଇପଡିଛି। ବିଶେଷ କରି ଛାତ୍ରୀଛାତ୍ର ଓ ଶିକ୍ଷକ ସମାଜ ବହୁ ଭାବେ ପ୍ରଭାବିତ ହେଉଛନ୍ତି। ମୋବାଇଲ ଫୋନ ଅଭାବରୁ ଛାତ୍ରୀମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଆର୍ଥିକ ଅନଗ୍ରସର ଓ ପ୍ରବାସୀମାନଙ୍କର ପିଲାମାନଙ୍କ ପାଖରେ ମୋବାଇଲ ନ ଥିବାରୁ, ସେମାନେ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ରହୁଛନ୍ତି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସହିତ ‘ନେଟ’ ଉପଲବ୍ଧ ଠିକ ଭାବେ ହେଉ ନ ଥିବାରୁ ଛାତ୍ର୍ରୀଛାତ୍ରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଶିକ୍ଷକମାନେ ଠିକ୍‌ଭାବେ ପ୍ରଶିକ୍ଷଣ ଗ୍ରହଣ କରି ନ ଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରକ୍ରିୟା ଅନେକ ଶିକ୍ଷକଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏକ ପ୍ରହସନରେ ପରିଣତ ହେଉଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଓ ଗ୍ରାମାଞ୍ଚଳର ଛାତ୍ର୍ରୀଛାତ୍ରମାନେ ଅଧ୍ୟୟନ କରୁଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହୋଇପଡିଛି।
ମୋ-୯୬୫୮୪୮୨୦୧୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri