ହନୁମାନ ପଇସା ଜବତ, ଜଣେ ଗିରଫ

ଦେବଗଡ଼,୧୪ା୯(ଡି.ଏନ୍‌.ଏ.): ରିଆମାଳ ଥାନା କତ୍ରାପାଲି ଛକ ନିକଟରେ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇଥିଲା ପୋଲିସ। ୫ ଲକ୍ଷ ଟଙ୍କାରେ ୨ଟି ହନୁମାନ ପଇସା ବିକ୍ରି ପାଇଁ ଉଦ୍ୟମ ହେଉଥିବା ବେଳେ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ ଗ୍ରାହକ ସାଜି ଚଢ଼ାଉ କରିଥିଲା। ଏହି ଅଭିଯୋଗରେ ରିଆମାଳ ଥାନା ହରିହରପୁର ଗ୍ରାମର ଜୋଗିନ୍ଦ୍ର ନାଗଙ୍କୁ ଗିରଫ କରାଯାଇଛି। ଜୋଗିନ୍ଦ୍ର ହନୁମାନ ପଇସା ବିକ୍ରି ପାଇଁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କାରେ ହନୁମାନ ପଇସା ବିକ୍ରି ଉଦ୍ୟମ ହେଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଅନ୍ୟପଟେ ଏହି ର଼୍ୟାକେଟ ପଛରେ ଆଉ କେଉଁମାନେ ଅଛନ୍ତି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଥିବା ଏସ୍‌ପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର, ଆସିକା, ସୋରଡାରେରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ...

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ, ୨ା୭(ଡି.ଏନ୍‌.ଏ.)- ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ନଦୀ ଉପରମୁଣ୍ଡରେ ଆଖୁଆପଦାଠାରେ ୩୪.୦ ମି.ମି.,...

ଆଜି ରାଜ୍ୟରୁ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

ହାଇକୋର୍ଟଙ୍କ ଫୁଲ୍‌କୋର୍ଟରେ ନିଷ୍ପତ୍ତି: ସ୍ବାଭାବିକ ହେବ ତଳ କୋର୍ଟ କାର୍ଯ୍ୟ

କଟକ ଅଫିସ,୨୩।୮: କରୋନା କଟକଣା ଭିତରେ କୋର୍ଟଗୁଡ଼ିକ କିଭଳି କାର୍ଯ୍ୟ କରିବେ, ସେନେଇ ହାଇକୋର୍ଟର ଫୁଲ୍‌କୋର୍ଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୯...

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ରବିବାର ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ- ୨୪୭୨ ଜରୁରୀ ଅବତରଣ କରିଛି। ତୈମୁର ଅଲ୍ଲୀ ଖାନ୍‌(୩୨) ନାମକ ଜଣେ...

ଅମାନିଆଙ୍କୁ ୮୫,୦୦୦ ଜରିମାନା

ବ୍ରହ୍ମପୁର ଅଫିସ,୧୩ା୮: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଦିନକୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ବୟାନ ଦେଲେ ରାତି ଜଗୁଆଳି, କହିଲେ ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫ୍‌ଓ

ଗଜପତି,୪ା୯(ଡି.ଏନ୍‌.ଏ.): ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଯେତିକି ବିଳମ୍ବ ହେଉଛି ସେତିକି ଅଡୁଆ ବଢୁଛି। ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ ପରେ...

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଧରିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୭-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଯେତିକି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି, ତୃଣମୂଳସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛି। ଯୋଜନା ନ...

Advertisement
Archives

Model This Week