Posted inଜାତୀୟ

ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ

ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସେ ଶନିବାର ଅମରାବତୀରେ ପହଞ୍ଚିଥିଲେ। ରାସ୍ତାରେ ମଞ୍ଚ ପ୍ରସ୍ତୁତ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଉଡ ସ୍ପିକର ବଜାଉ ଥିଲେ। ଏହାପୂର୍ବରୁ ନବନୀତ ଏବଂ ରବି ଶନିବାର ଦିଲ୍ଲୀରୁ ନାଗପୁରରେ ପହଞ୍ଚି ସ୍ଥାନୀୟ ମନ୍ଦିରରେ ହନୁମାନ ଚାଳିଶା ପାଠ କରିଥିଲେ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିବା ସେଠାରେ ଶିବସେନା ସମର୍ଥକ ଏବଂ ନବନୀତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏପ୍ରିଲ୍‌ ୨୩ରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ମେ ୪ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଏହି ଦମ୍ପତିଙ୍କୁ ଜାମିନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ...

ଦେଶକୁ ନୁହେଁ, ଆଇନକୁ ବିରୋଧ

ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍‌ଲାମିଆ...

ଥମୁନି ଦିଲ୍ଲୀ ହିଂସା: ସେନା ମୁତୟନ କରିବାକୁ କେଜରିଓ୍ବାଲଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୬।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଆବଶ୍ୟକସ୍ଥଳରେ କର୍ଫ୍ୟୁ ଲଗାଇବା ସହିତ ସେନା ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ...

ନାବାଳିକାଙ୍କୁ ୨ ବର୍ଷ ଗଣବଳାତ୍କାର:ବର୍ବରତାର ସୀମା ଟପିଲେ ୩୦ ଯୁବକ

ମାଲାପୁରମ୍‌,୨୭।୯:କେରଳର ମାଲାପୁରମ୍‌ ଜିଲାରେ ଜଣେ ୧୨ ବର୍ଷର ଝିଅଙ୍କୁ ୩୦ ଜଣ ଯୁବକ ଦୀର୍ଘ ୨ ବର୍ଷ ଧରି ଗଣବଳାତ୍କାର କରିଥିବା ଜଣାପଡିଛି। ନାବାଳିକାଙ୍କୁ ଉଦ୍ଧାର...

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ...

ତାମିଲନାଡୁ ବଜେଟ: ୩ ଟଙ୍କା ଶସ୍ତା ହେବ ପେଟ୍ରୋଲ, ମାତୃତ୍ୱ ଅବକାଶ ୧୨ ମାସ

ଚେନ୍ନାଇ,୧୩ ।୮: ତାମିଲନାଡୁ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି । ରାଜ୍ୟର ଅର୍ଥମନ୍ତ୍ରୀ ପିଟିଆର୍ ପଲାନିବେଲ ତ୍ୟାଗରାଜନ ରାଜ୍ୟର ଇତିହାସରେ ପ୍ରଥମ କରି...

ନିର୍ଭୟା ମାମଲା: ଜେଲ୍‌ ପ୍ରଶାସନଙ୍କୁ ରିପୋର୍ଟ ମାଗିଲେ କୋର୍ଟ

ନୂଆଦିଲ୍ଲୀ,୧୬।୧: ଦୀର୍ଘ ୭ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ଏକ କୋର୍ଟ ତିହାର ଜେଲ୍‌...

ଶହେ ଦିନିଆ ରିପୋର୍ଟ କାର୍ଡ ପରେ ଭାଜପାକୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୮।୯: ଭାଜପା ସରକାର ଶହେ ଦିନ ପୂରଣ କରିବା ଅବସରରେ ଏହାର ଏକ ରିପୋର୍ଟ କାର୍ଡ ରବିବାର ପ୍ରଦାନ କରିଛି। ଏହି ରିପୋର୍ଟ କାର୍ଡରେ ମୋଦି...

Advertisement
Archives

Model This Week