Posted inଜାତୀୟ

ପୁଣି ନବନୀତଙ୍କ ବିରୋଧରେ ମାମଲା ରୁଜୁ

ଅମରାବତୀ,୨୯।୫: ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅମରାବତୀରେ ରାସ୍ତା ଅବରୋଧ କରିଥିବାରୁ ନବନୀତ ଏବଂ ରବିଙ୍କ ବ୍ୟତୀତ ତାଙ୍କ ୧୪ ସମର୍ଥକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସେ ଶନିବାର ଅମରାବତୀରେ ପହଞ୍ଚିଥିଲେ। ରାସ୍ତାରେ ମଞ୍ଚ ପ୍ରସ୍ତୁତ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଉଡ ସ୍ପିକର ବଜାଉ ଥିଲେ। ଏହାପୂର୍ବରୁ ନବନୀତ ଏବଂ ରବି ଶନିବାର ଦିଲ୍ଲୀରୁ ନାଗପୁରରେ ପହଞ୍ଚି ସ୍ଥାନୀୟ ମନ୍ଦିରରେ ହନୁମାନ ଚାଳିଶା ପାଠ କରିଥିଲେ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିବା ସେଠାରେ ଶିବସେନା ସମର୍ଥକ ଏବଂ ନବନୀତଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏପ୍ରିଲ୍‌ ୨୩ରେ ଏହି ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ମେ ୪ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଏହି ଦମ୍ପତିଙ୍କୁ ଜାମିନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିବ କି ପେଟ୍ରୋଲ-LPG ରେଟ୍‌? ଆଜି ବଡ଼ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୩।୫: ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର । ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା…

ପୁଣି ଅସୁସ୍ଥ ସୋନିଆ ଗାନ୍ଧୀ: ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୩।୫: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ପୁଅ…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି…

ବିଜୟଙ୍କ ବଡ଼ ବିଜୟ, ବିଧାନସଭାରେ ପାଇଲେ ୧୪୪ ବିଧାୟକଙ୍କ ସମର୍ଥନ

ଚେନ୍ନାଇ,୧୩।୫: ବିଜୟ ଥାଲାପଥୀ ତାମିଲନାଡୁ ବିଧାନସଭାରେ ଅଗ୍ନି ପରୀକ୍ଷା ଫ୍ଲୋର ଟେଷ୍ଟ ସଫଳତାର ସହ ପାସ କରିଛନ୍ତି। ବିଜୟ ସରକାର ଫ୍ଲୋର ଟେଷ୍ଟରେ 144 ବିଧାୟକଙ୍କ ସମର୍ଥନ…

ଭିଣୋଇଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଗିରଫ ହେଲେ ଶଳା

ମହାକାଳପଡ଼ା, ୧୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସି ଗ୍ରାମର ମନୋରଞ୍ଜନ ଗିରିଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା…

ସୁନା ଉପରେ ଆମଦାନୀ ଶୁଳ୍କ ବଢାଇଲେ ସରକାର, ଏବେ କ’ଣ ପେଟ୍ରୋଲ-ଡିଜେଲର ବି ବଢିବ ଦାମ୍‌? ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ,୧୩।୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ଏବଂ ବ୍ୟାପକ କଟକଣା ଅଭିଯାନର ଅଂଶ ସୱରୂପ ଆଗାମୀ ବର୍ଷ ପାଇଁ ଅଣ-ଅତ୍ୟାବଶ୍ୟକୀୟ ସୁନା କ୍ରୟ କରିବାରୁ ନିବୃତ୍ତ…

ଲୋକଙ୍କୁ ଅପିଲ୍‌ ପରେ ନିଜେ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି: ହ୍ରାସ କଲେ…

ନୂଆଦିଲ୍ଲୀ,୧୩।୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri