Posted inଖେଳ

କାଉଣ୍ଟି କ୍ରିକେଟ ଖେଳିବେ ହନୁମା ବିହାରୀ

ନୂଆଦିଲ୍ଲୀ,୭ା୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ଗୁଡ଼ିକ ଦ୍ୱାରା ଅଲୋଡା ହୋଇପଡ଼ିଥିବା ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଇଂଲିଶ କାଉଣ୍ଟି ଦଳ ଓ୍ବାରଓ୍ବିକ୍‌ଶାୟାର ପାଇଁ ସେ ଖେଳିବା ଲାଗି ସ୍ଥିର କରିଛନ୍ତି। ଏହି ଡାହାଣହାତୀ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ୟୁକେ ଅଭିମୁଖେ ଯାତ୍ରା କରିସାରିଲେଣି। ବର୍ମିଂହାମ୍‌ଭିତ୍ତିକ କାଉଣ୍ଟି ଦଳ ତରଫରୁ ସେ ଅତିକମ୍‌ରେ ତିନୋଟି ମ୍ୟାଚ ଖେଳିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ବିହାରୀ ଶେଷଥର ପାଇଁ ଆଇପିଏଲ୍‌ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିଥିଲେ। ମାତ୍ର ଜଣେ ଟେଷ୍ଟ ସ୍ପେଶାଲିଷ୍ଟର ମାନ୍ୟତା ଲାଭ କରିଥିବାରୁ କ୍ରମାଗତ ଦୁଇଟି ସିଜନରେ ତାଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ପ୍ରକାଶ କରି ନ ଥିଲେ। ୨୭ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ଭାରତ ତରଫରୁ ୧୨ ଟେଷ୍ଟ ଖେଳି ୩୨ରୁ ଅଧିକ ଆଭରେଜରେ ୬୨୪ରନ ସଂଗ୍ରହ କରିଛନ୍ତି। ବିହାରୀ ଶେଷଥର ପାଇଁ ଭାରତ ତରଫରୁ ଅଷ୍ଟ୍ରେଲିଆ ବିପକ୍ଷ ସିଡ୍‌ନୀ ଟେଷ୍ଟ ଖେଳିଥିଲେ। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ସତ୍ତ୍ୱେ ସେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ଦୀର୍ଘ ୪ ଘଣ୍ଟା କ୍ରିଜ୍‌ରେ ରହିଥିଲେ। ସେ ଯଦିଓ ୨୩ ରନ କରି ଅପରାଜିତ ରହିଥିଲେ କିନ୍ତୁ ଭାରତକୁ ପରାଜୟରୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିହାରୀ ଏଥର ଘରୋଇ ସିଜନରେ ଟେଷ୍ଟ ଦଳର ଅଂଶବିଶେଷ ଥିଲେ। ତାଙ୍କର ଅନ୍ୟ ଟେଷ୍ଟ ସାଥୀ ଖେଳାଳିମାନେ କିନ୍ତୁ ବିଭିନ୍ନ ଆଇପିଏଲ ଟିମ୍‌ରୁ ଖେଳୁଛନ୍ତି। କେବଳ ଟେଷ୍ଟ ଚାମ୍ପିୟନଶିପ୍‌ ନୁହେଁ ପରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବା ଲାଗି ବିହାରୀଙ୍କୁ ପ୍ରସ୍ତୁତ ହେବାକୁପଡ଼ିବ। ସୂଚନାଯୋଗ୍ୟ, କିଛି ବର୍ଷ ହେଲା ବିଶେଷ କରି ଇଂଲଣ୍ଡ ଟୁର୍‌ ପୂର୍ବରୁ ଏହାର ଖେଳାଳିମାନଙ୍କୁ କାଉଣ୍ଟି କ୍ରିକେଟ ଖେଳିବା ଲାଗି ବିସିସିଆଇ ଉତ୍ସାହିତ କରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri