Advertisement

ହଂସପାଳ ପୁରୀ କେନାଲ ବନ୍ଧ ରାସ୍ତାରୁୁ ଉଚ୍ଛେଦ

ଭୁବନେଶ୍ୱର,୪।୧୧ (ବ୍ୟୁରୋ): ଜାତୀୟ ରାଜପଥ ନଂ.୧୬ରୁ ହଂସପାଳ ନିକଟରୁ ବାହାରିଥିବା ପୁରୀ କେନାଲ ବନ୍ଧ ରାସ୍ତାର ଅଣ୍ଡିଲୋ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଲାଗି ରହିଛି। ସରକାରୀ ରାସ୍ତା ଉପରେ ବହୁ ଦୋକାନ ଗଢ଼ି ଉଠିଥିବାରୁ ଗାଡ଼ି ମୋଟର ଯାତାୟାତରେ ସମସ୍ୟା ଉପୁଜୁଛି। ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ରେ ଲୋକମାନେ ଫସି ରହୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଗୁରୁବାର ବେଆଇନ ଉଚ୍ଛେଦ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗର ଅନୁମୋଦନକ୍ରମେ ଗୁରୁବାର ହଂସପାଳ ନିକଟ ପୁରୀ କେନାଲ ବନ୍ଧ ରାସ୍ତାରୁ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ଏଥିରେ ୧୩ଟି ବାଉଁଶ ଓ ପଲିଥିନ ନିର୍ମିତ ଦୋକାନ, ୭ କ୍ୟାବିନ, ୩ ଲୁହା ପାଚେରି ଏବଂ ଗୋଟିଏ ୫୦ ଫୁଟ ଲମ୍ବର ପାଚେରି ଭଙ୍ଗାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ସହକାରୀ ନିର୍ଦ୍ଦେଶକ(ଏନ୍‌ଫୋର୍ସମେଣ୍ଟ) ଅମୀୟ ଦାସ ଓ ପାହାଳ ଥାନା ଆଇଆଇସି ସୁଚିତ୍ରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଅନୁଭବ ବିବାଦ: ଶୁଣାଣି ତାରିଖ ଘୁଞ୍ଚିଲା

କଟକ ଅଫିସ,୭ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର...

ଦେଢ଼ମାସରେ ୧୧ଶହ କୋଟି ଜିଏସ୍‌ଟି ଠକେଇ

ଭୁବନେଶ୍ୱର,୧୭୧୮।୧୨(ବ୍ୟୁରୋ): ନା କିଣା ହୋଇଛି ସାମଗ୍ରୀ, ନା ବିକ୍ରି। କେବଳ କାଗଜକଲମରେ କୋଟିକୋଟି ଟଙ୍କାର କାରବାର ଦର୍ଶାଯାଉଛି। ଏଭଳି ଜାଲିଆତି କରି ସରକାରଙ୍କୁ ଶହ ଶହ...

ଆଜିଠୁ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ୧,୦୨୪ଟି ଡିଗ୍ରୀ କଲେଜ...

ପିଡବ୍ଲ୍ୟୁଡି ରାସ୍ତା ଖୋଳିବାକୁ ବିଏମ୍‌ସି ଦେଉଛି ଅନୁମତି

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ...

ବ୍ୟାଙ୍କ୍‌ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଡାକ୍ତର ଏବଂ କୋଭିଡ୍‌ ଯୋଦ୍ଧାମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବାବେଳେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଜନସାଧାରଣଙ୍କ ଜୀବିକା ବଞ୍ଚାଇବା କ୍ଷେତ୍ରରେ ମୁଖ୍ୟ...

ଗୋଟିଏ କୋଠରିରେ ୧୫୦ କର୍ମଚାରୀ

ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍‌ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ...

ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ଶେଷ

ପଦ୍ମପୁର,୩।୧୨(ଡି.ଏନ.ଏ.): ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନ ପାଇଁ ଶନିବାର ଶେଷ ପ୍ରଚାର ଥିବା ବେଳେ...

ଗଞ୍ଜାମରେ ସ୍କୁଲ ବନ୍ଦ

ବ୍ରହ୍ମପୁର ଅଫିସ/ଛତ୍ରପୁର(ଡି.ଏନ.ଏ.)୨୪।୧୦: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଥିବା ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ...

Advertisement
Archives

Model This Week