ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଘୋଷଣାରେ ସୀମିତ

କେନ୍ଦ୍ରାପଡ଼ା, ୨୮ା୮(ଜଗନ୍ନାଥ ଧଳ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ସରକାର ଗଠନ ସମୟରେ ଓଡ଼ିଶାର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପଦ ମିଳିଥିଲା। ଏହି ସମୟରେ ସ୍ମିମ୍‌ ଫର ରିଜେନେରେଶନ ଅଫ୍‌ ଟ୍ରାଡିଶନାଲ ଇଣ୍ଡଷ୍ଟ୍ରିଜ(ସ୍ପୁର୍ତ୍ତି) ମାଧ୍ୟମରେ ରାଜ୍ୟର ୧୫ଟି ନଡ଼ିଆ କତା ହସ୍ତଶିଳ୍ପ ଖୋଲିବାକୁ ଘୋଷଣା କରିଥିଲେ। ଏଥିସହ ୨୦୧୯ ଅଗଷ୍ଟ ୨୫ରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କୋଣାର୍କ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କ୍ଲଷ୍ଟରର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ଏହି ଶିଳାନ୍ୟାସକୁ ୪ ବର୍ଷ ପୂରିବାକୁ ଯାଉଛି। କ୍ଲଷ୍ଟର ପାଇଁ ୧୦ କୋଟି ଟଙ୍କାରୁ ପ୍ରଥମ ପର୍ଯ୍ୟାୟର ୨.୫ କୋଟି ଟଙ୍କା ଅନୁଦାନ ଅଦ୍ୟାବଧି ଆସିନାହିଁ। ଘୋଷଣାରେ ସୀମିତ ଏହି କ୍ଲଷ୍ଟରକୁ ଉଚ୍ଚ ଆଶା ରଖିଥିବା ଜିଲାର ୫୦୦ରୁ ଊର୍ଦ୍ଧ୍ୱ କାରିଗର ନିରାଶ ହୋଇଛନ୍ତି। ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ପ୍ରଚାର ପ୍ରସାର ହେଉଥିବା ବେଳେ ଏହା ବାସ୍ତବରେ କାର୍ଯ୍ୟକାରୀ ହେଉ ନ ଥିବା ବୁଦ୍ଧିଜୀବୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉମାରାଣୀ ସ୍ବୟଂ ସହାୟକ ଗୋଷ୍ଠୀର ବନସ୍ମିତା ସାମଲ କହିଛନ୍ତି, ଜିଲାର ପାରିପଙ୍ଗରା, ନନତାର, ଆକୁଳିପଡ଼ା, ପିମ୍ପୁଡ଼ି, ଆଇତିପଡ଼ା, ପଲ୍ଲୀ ସାହାଡ଼ା, ଶାସନ, ତରାସ, ସିଆଳିଆ ଆଦି ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ୱ ନଡ଼ିଆ କତା ହସ୍ତଶିଳ୍ପୀ କାରିଗର ଅଛନ୍ତି। ସାମଗ୍ରୀ ନିର୍ମାଣ ସମୟରେ ନଡ଼ିଆ କତା, ରଙ୍ଗ ଆଦି ସହଜରେ ମିଳୁ ନ ଥିବା ବେଳେ ବିକ୍ରି ପାଇଁ ବାରଦୁଆର ହେବାକୁ ପଡୁଛି। ଏହି ଶିଳ୍ପ ପାଇଁ ସହଜରେ ଋଣ ମିଳୁ ନ ଥିବାରୁ ହାତ ଉଦ୍ଧାର କରି ସାମଗ୍ରୀ ତିଆରି କରିବାକୁ ପଡୁଛି। ବର୍ଷକରେ ଥରେ ଦୁଇଥର ପଲ୍ଲିଶ୍ରୀ ମେଳା ହେଉଛି। କେନ୍ଦ୍ର ସରକାରଙ୍କ କ୍ଲଷ୍ଟର ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଏସବୁ ସମସ୍ୟାର ସମାଧାନ ହୋଇଥାନ୍ତା। ତେବେ ତତ୍କାଳୀନ ମନ୍ତ୍ରୀ ଷଡଙ୍ଗୀଙ୍କ କ୍ଲଷ୍ଟର ନିର୍ମାଣ ଘୋଷଣା ଆମ ଜିଲା ପାଇଁ ଉପହାସ ପରି ଲାଗୁଛି। ବାୟାବାବା ମହିଳା କତା ସମବାୟ ସମିତି ସମ୍ପାଦିକା ଶ୍ରୀମତୀ ନାୟକ କହିଛନ୍ତି, ନଡ଼ିଆ କତାରେ ନିର୍ମିତ ସାମଗ୍ରୀ ପରିବେଶ ଅନୁକୂଳ। ଏହା ପ୍ଲାଷ୍ଟିକର ଚାହିଦା କମାଇବା ସହ ସମୟକ୍ରମେ ନଷ୍ଟ ହେବାରେ ଅସୁବିଧା ନାହିଁ। ସମିତି ସଦସ୍ୟାମାନେ ମ୍ୟାଟ, କାର୍ପେଟ, କାନ୍ଥ ଝୁଲା, ଟୋପି, ବାସ୍କେଟ, ହାତପଙ୍ଖା, ଫୁଲଦାନୀ ଆଦି ସାମଗ୍ରୀ ସୁନ୍ଦର ଭାବେ ପ୍ରସ୍ତୁତ କରୁଛନ୍ତି। ତେବେ ଏସବୁ ବିକ୍ରି ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜନେତାମାନେ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଠକିବାର ବହୁ ନଜିର ଅଛି। ବରୁଣେଇ ବନ୍ଦର, ଥର୍ମାଲ ପ୍ଲାଣ୍ଟ, ଶିଳ୍ପ, କେନ୍ଦ୍ରାପଡ଼ା ସହରକୁ ଗୁରଗଁାଓ ପରି ଗଢ଼ି ତୋଳିବା, ଆଖଡାଶାଳୀ ବନ୍ଦରଠାରୁ ଆରମ୍ଭ କରି ଜଳ ପରିଚାଳନା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା, ଗମନାଗମନ, ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ଆଦି ବହୁ ପ୍ରତିଶ୍ରୁତି ଜିଲାବାସୀଙ୍କୁ ମିଳିଛି। ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ ହେବା କେହି କେବେ ଦେଖିନାହାନ୍ତି। କର୍ମନିଯୁକ୍ତି ଏହି ଜିଲାରେ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ନିରାକରଣ ନ ଥିବାରୁ ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି। ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ହୋଇଥିଲେ ଜିଲାର ବହୁ ମହିଳା କାରିଗର ଆତ୍ମନିର୍ଭର ହୋଇ ପାରିଥାନ୍ତେ। ଦକ୍ଷତା ତାଲିମ ସହ ଶିଳ୍ପ ପାଇଁ ଭିତ୍ତିଭୂମି ମିଳିଥାନ୍ତା। ଏବେ କାଇଁଛ ଶିଳ୍ପ ସାମଗ୍ରୀ ଅନଲାଇନରେ ଉପଲବ୍ଧ ହେଉଛି। ସେହିପରି ନଡ଼ିଆ କତା ଶିଳ୍ପର ପୁନର୍ଜନ୍ମ ହୋଇଥାନ୍ତା। ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ନ ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନାହିଁ। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏ ନେଇ କୌଣସି ଅନୁଦାନ ଜିଲାକୁ ଆସିନାହିଁ। କ୍ଲଷ୍ଟର ଯୋଜନାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?