ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଘୋଷଣାରେ ସୀମିତ

କେନ୍ଦ୍ରାପଡ଼ା, ୨୮ା୮(ଜଗନ୍ନାଥ ଧଳ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ସରକାର ଗଠନ ସମୟରେ ଓଡ଼ିଶାର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପଦ ମିଳିଥିଲା। ଏହି ସମୟରେ ସ୍ମିମ୍‌ ଫର ରିଜେନେରେଶନ ଅଫ୍‌ ଟ୍ରାଡିଶନାଲ ଇଣ୍ଡଷ୍ଟ୍ରିଜ(ସ୍ପୁର୍ତ୍ତି) ମାଧ୍ୟମରେ ରାଜ୍ୟର ୧୫ଟି ନଡ଼ିଆ କତା ହସ୍ତଶିଳ୍ପ ଖୋଲିବାକୁ ଘୋଷଣା କରିଥିଲେ। ଏଥିସହ ୨୦୧୯ ଅଗଷ୍ଟ ୨୫ରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କୋଣାର୍କ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କ୍ଲଷ୍ଟରର ଶିଳାନ୍ୟାସ କରିଥିଲେ। ଇତିମଧ୍ୟରେ ଏହି ଶିଳାନ୍ୟାସକୁ ୪ ବର୍ଷ ପୂରିବାକୁ ଯାଉଛି। କ୍ଲଷ୍ଟର ପାଇଁ ୧୦ କୋଟି ଟଙ୍କାରୁ ପ୍ରଥମ ପର୍ଯ୍ୟାୟର ୨.୫ କୋଟି ଟଙ୍କା ଅନୁଦାନ ଅଦ୍ୟାବଧି ଆସିନାହିଁ। ଘୋଷଣାରେ ସୀମିତ ଏହି କ୍ଲଷ୍ଟରକୁ ଉଚ୍ଚ ଆଶା ରଖିଥିବା ଜିଲାର ୫୦୦ରୁ ଊର୍ଦ୍ଧ୍ୱ କାରିଗର ନିରାଶ ହୋଇଛନ୍ତି। ପରିବେଶ ସୁରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ପ୍ରଚାର ପ୍ରସାର ହେଉଥିବା ବେଳେ ଏହା ବାସ୍ତବରେ କାର୍ଯ୍ୟକାରୀ ହେଉ ନ ଥିବା ବୁଦ୍ଧିଜୀବୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉମାରାଣୀ ସ୍ବୟଂ ସହାୟକ ଗୋଷ୍ଠୀର ବନସ୍ମିତା ସାମଲ କହିଛନ୍ତି, ଜିଲାର ପାରିପଙ୍ଗରା, ନନତାର, ଆକୁଳିପଡ଼ା, ପିମ୍ପୁଡ଼ି, ଆଇତିପଡ଼ା, ପଲ୍ଲୀ ସାହାଡ଼ା, ଶାସନ, ତରାସ, ସିଆଳିଆ ଆଦି ଗ୍ରାମରେ ୫୦୦ରୁ ଊର୍ଦ୍ଧ୍ୱ ନଡ଼ିଆ କତା ହସ୍ତଶିଳ୍ପୀ କାରିଗର ଅଛନ୍ତି। ସାମଗ୍ରୀ ନିର୍ମାଣ ସମୟରେ ନଡ଼ିଆ କତା, ରଙ୍ଗ ଆଦି ସହଜରେ ମିଳୁ ନ ଥିବା ବେଳେ ବିକ୍ରି ପାଇଁ ବାରଦୁଆର ହେବାକୁ ପଡୁଛି। ଏହି ଶିଳ୍ପ ପାଇଁ ସହଜରେ ଋଣ ମିଳୁ ନ ଥିବାରୁ ହାତ ଉଦ୍ଧାର କରି ସାମଗ୍ରୀ ତିଆରି କରିବାକୁ ପଡୁଛି। ବର୍ଷକରେ ଥରେ ଦୁଇଥର ପଲ୍ଲିଶ୍ରୀ ମେଳା ହେଉଛି। କେନ୍ଦ୍ର ସରକାରଙ୍କ କ୍ଲଷ୍ଟର ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଏସବୁ ସମସ୍ୟାର ସମାଧାନ ହୋଇଥାନ୍ତା। ତେବେ ତତ୍କାଳୀନ ମନ୍ତ୍ରୀ ଷଡଙ୍ଗୀଙ୍କ କ୍ଲଷ୍ଟର ନିର୍ମାଣ ଘୋଷଣା ଆମ ଜିଲା ପାଇଁ ଉପହାସ ପରି ଲାଗୁଛି। ବାୟାବାବା ମହିଳା କତା ସମବାୟ ସମିତି ସମ୍ପାଦିକା ଶ୍ରୀମତୀ ନାୟକ କହିଛନ୍ତି, ନଡ଼ିଆ କତାରେ ନିର୍ମିତ ସାମଗ୍ରୀ ପରିବେଶ ଅନୁକୂଳ। ଏହା ପ୍ଲାଷ୍ଟିକର ଚାହିଦା କମାଇବା ସହ ସମୟକ୍ରମେ ନଷ୍ଟ ହେବାରେ ଅସୁବିଧା ନାହିଁ। ସମିତି ସଦସ୍ୟାମାନେ ମ୍ୟାଟ, କାର୍ପେଟ, କାନ୍ଥ ଝୁଲା, ଟୋପି, ବାସ୍କେଟ, ହାତପଙ୍ଖା, ଫୁଲଦାନୀ ଆଦି ସାମଗ୍ରୀ ସୁନ୍ଦର ଭାବେ ପ୍ରସ୍ତୁତ କରୁଛନ୍ତି। ତେବେ ଏସବୁ ବିକ୍ରି ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜନେତାମାନେ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଠକିବାର ବହୁ ନଜିର ଅଛି। ବରୁଣେଇ ବନ୍ଦର, ଥର୍ମାଲ ପ୍ଲାଣ୍ଟ, ଶିଳ୍ପ, କେନ୍ଦ୍ରାପଡ଼ା ସହରକୁ ଗୁରଗଁାଓ ପରି ଗଢ଼ି ତୋଳିବା, ଆଖଡାଶାଳୀ ବନ୍ଦରଠାରୁ ଆରମ୍ଭ କରି ଜଳ ପରିଚାଳନା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା, ଗମନାଗମନ, ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବା ଆଦି ବହୁ ପ୍ରତିଶ୍ରୁତି ଜିଲାବାସୀଙ୍କୁ ମିଳିଛି। ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ ହେବା କେହି କେବେ ଦେଖିନାହାନ୍ତି। କର୍ମନିଯୁକ୍ତି ଏହି ଜିଲାରେ ଏକ ବଡ଼ ସମସ୍ୟା ହୋଇଥିବା ବେଳେ ନିରାକରଣ ନ ଥିବାରୁ ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି। ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ହୋଇଥିଲେ ଜିଲାର ବହୁ ମହିଳା କାରିଗର ଆତ୍ମନିର୍ଭର ହୋଇ ପାରିଥାନ୍ତେ। ଦକ୍ଷତା ତାଲିମ ସହ ଶିଳ୍ପ ପାଇଁ ଭିତ୍ତିଭୂମି ମିଳିଥାନ୍ତା। ଏବେ କାଇଁଛ ଶିଳ୍ପ ସାମଗ୍ରୀ ଅନଲାଇନରେ ଉପଲବ୍ଧ ହେଉଛି। ସେହିପରି ନଡ଼ିଆ କତା ଶିଳ୍ପର ପୁନର୍ଜନ୍ମ ହୋଇଥାନ୍ତା। ରାଜନେତା ଓ ପ୍ରଶାସକଙ୍କ ସମନ୍ବୟ ନ ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରୁ ନାହିଁ। ଏ ସମ୍ପର୍କରେ ଜିଲା ଶିଳ୍ପ କେନ୍ଦ୍ର ପରିଚାଳକ ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏ ନେଇ କୌଣସି ଅନୁଦାନ ଜିଲାକୁ ଆସିନାହିଁ। କ୍ଲଷ୍ଟର ଯୋଜନାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri