ମିଥ୍ୟା ସତ୍ୟପାଠ ପରେ ହାତଗୁଞ୍ଜା

ଯାଜପୁର ଅଫିସ/ ଧର୍ମଶାଳା,୨୮।୭(ଡି.ଏନ.ଏ.): କଥାରେ ଅଛି ଗରିବ ପାଇଁ ନୀରବ, ନୀରବ ପାଇଁ ଗରିବ। ଯାଜପୁର ଜିଲାରେ ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳେ। ହେଲେ ଧର୍ମଶାଳା ବ୍ଲକରେ ଦୀର୍ଘଦିନ ଧରି ନୀରବ ସାଜି ରାଶନକାର୍ଡ ତାଲିକାରୁ ବାଦ୍‌ ପଡ଼ଥିବା ଗରିବ ଲୋକ ସ୍ବର ଉତ୍ତୋଳନ ଆରମ୍ଭ କରିଛନ୍ତି, ଯାହା ସୋମବାର ମହିସରା ପଞ୍ଚାୟତ ରମ୍ପେଇ ଗ୍ରାମରେ ଦେଖିବାକୁ ମିଳିଛି। ରାଶନକାର୍ଡ ତାଲିକାରୁ ବାଦ୍‌ ପଡ଼ିଥିବା ରମ୍ପେଇର ହିତାଧିକାରୀମାନଙ୍କ ନିକଟକୁ ତଦନ୍ତ ପାଇଁ ଯାଇଥିବା ଯୋଗାଣ ବିଭାଗର ମାର୍କେଟିଂ ଇନ୍ସପେକ୍ଟର(ଏମ୍‌ଆଇ) ଜଗମୋହନ ଦାସଙ୍କ ନଁାରେ ଗ୍ରାମବାସୀ ଗୁରୁତର ଅଭିଯୋଗ କରିଛନ୍ତି। ଏମ୍‌ଆଇ ଦାସ କୁଆଡେ ରମ୍ପେଇର ସମ୍ପୃକ୍ତ ହିତାଧିକାରୀମାନଙ୍କୁ ହାତଗୁଞ୍ଜା ଦେଇ ମତ ବଦଳାଇବାକୁ ଉଦ୍ୟମ କରିଥିଲେ। ତେଣୁ ତାଙ୍କୁ ଅଟକ ରଖାଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଖବର ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩ ଘଣ୍ଟା ଧରି ଅଟକ ଥିବା ଏମ୍‌ଆଇ ଦାସଙ୍କୁ ଉଦ୍ଧାର କରିଛି।
ହାଇକୋର୍ଟ ମାମଲାରୁ ବର୍ତ୍ତିବାକୁ ଗରିବ ଲୋକଙ୍କୁ ଧନୀ ଦର୍ଶାଇ ଧର୍ମଶାଳା ବିଡିଓ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ଧରିତ୍ରୀରେ ୧୭ା୭ା୨୦୨୦ରେ ଖବର ପ୍ରକାଶ ପାଇଥିଲା। ଏହାପରେ ରବିବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଘଟଣାର ସିବିଆଇ ତଦନ୍ତ ଏବଂ ଧର୍ମଶାଳା ବିଡିଓଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି। ଧର୍ମଶାଳା ବ୍ଲକରେ ଗରିବ ଓ ମୃତ ଲୋକଙ୍କ ନାମରେ ରାଶନ ସାମଗ୍ରୀ ହଡ଼ପ ହୋଇଥିବା ନେଇ ଗତ ଏପ୍ରିଲରେ ପର୍ଦ୍ଦାଫାଶ ହୋଇଥିଲା। ଏନେଇ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ମାଧ୍ୟମରେ ଯାଜପୁର ଜିଲାପାଳ, ଉପଜିଲାପାଳ ଓ ଧର୍ମଶାଳା ବିଡିଓଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ୧୫ା୫ା୨୦୨୦ରେ ଧର୍ମଶାଳା ବିଡିଓ ଏକ ସତ୍ୟପାଠ ଦାଖଲ କରି ୩୧ ଜଣ ହିତାଧିକାରୀଙ୍କୁ କାହିଁକି ରାଶନକାର୍ଡରୁ ବଞ୍ଚିତ କରାଯାଇଛି ସେ ନେଇ ତଥ୍ୟ ରଖିଥିଲେ। ଅଭିଯୋଗକାରୀ ବେହୁରା ୩ା୭ା୨୦୨୦ରେ ଉକ୍ତ ସତ୍ୟପାଠ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରି ପ୍ରତି ଜବାବ ରଖିଥିଲେ। ପାଖର ପଞ୍ଚାୟତ ଛେଳିପଦା ଗ୍ରାମର ଦଲି ମଲିକ ସ୍ବାମୀ-ବେଲାଳସେନ ମଲିକଙ୍କ ରାଶନକାର୍ଡକୁ ଅତ୍ୟଧିକ ବିଦ୍ୟୁତ୍‌ ଖର୍ଚ୍ଚ ପାଇଁ, କମାଗଡ଼ ପଞ୍ଚାୟତ କମାଗଡ଼ ଗ୍ରାମର ଦୀପ୍ତିମୟୀ ମହାରଣା, ସ୍ବାମୀ ଧ୍ରୁବଚରଣ ମହାରଣାଙ୍କ ରାଶନକାର୍ଡକୁ ତାଙ୍କ ଶ୍ୱଶୁର ରେଲୱେ ପେନ୍‌ସନ ପାଉଥିବା ଦର୍ଶାଇ ଏବଂ ମହିସରା ପଞ୍ଚାୟତର ରମ୍ପେଇ ଗ୍ରାମର ସ୍ବର୍ଣ୍ଣଲତା ବିଶ୍ୱାଳ ସ୍ବାମୀ-ମାୟାଧର ବିଶ୍ୱାଳଙ୍କ ରାଶନକାର୍ଡକୁ ୬ ବଖରା କୋଠାଘର ରହିଥିବା ଦର୍ଶାଇ କାଟି ଦିଆଯାଇଛି। ସୋମବାର ପୂର୍ବାହ୍ନରେ ଧର୍ମଶାଳା ଏମ୍‌ଆଇ ଦାସ ରମ୍ପେଇକୁ ଯାଇ ଘଟଣାର ତଦନ୍ତ କରିଥିଲେ। ସେ କୁଆଡ଼େ ସ୍ବର୍ଣ୍ଣଲତାଙ୍କ ପରିବାରବର୍ଗଙ୍କୁ କିଛି ଟଙ୍କା ଦେଇ ମତ ବଦଳାଇବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ତାଙ୍କୁ ଘେରାଉ କରିଥିଲେ। ଆସନ୍ତୁ ଘର ଦେଖନ୍ତୁ, କେଉଁଠି ୬ ବଖରା ପକ୍କା ଘର ଅଛି ବୋଲି ଗ୍ରାମବାସୀ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କୁ ଡାକନ୍ତୁ ତା’ପରେ ଯାଇ ଆପଣଙ୍କୁ ଛଡ଼ାଯିବ ବୋଲି ଗ୍ରାମବାସୀ କହିଥିଲେ।
ଅନ୍ୟପକ୍ଷେ ଅଭିଯୋଗକାରୀ ସର୍ବେଶ୍ୱର ବେହୁରା କହିଛନ୍ତି, ସାଧାରଣ ଲୋକଙ୍କ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଉଛି। ଗରିବ ଲୋକ ନିଜ ହକ୍‌ ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି। ଆଗାମୀ ଦିନରେ ଏଭଳି ଦୁର୍ନୀତିଖୋର ଅଧିକାରୀଙ୍କ ମୁଖା ଖୋଲିବା ସୁନିଶ୍ଚିତ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଧର୍ମଶାଳା ବିଡିଓ ସ୍ମିତା ରଥଙ୍କୁ ପଚାରିବାରେ ସେ କହିଛନ୍ତି, ଏମ୍‌ଆଇ ଅଭିଯୋଗ ଉପରେ ତଦନ୍ତ ପାଇଁ ଯାଇଥିଲେ। ସେଠାରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ହିତାଧିକାରୀଙ୍କୁ ହାତଗୁଞ୍ଜା ଦେବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏନେଇ ଉପଜିଲାପାଳଙ୍କୁ ଏମ୍‌ଆଇ ଦାସ ସୂଚନା ଦେଇଥିଲେ। ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri