୨୧୫ ଷ୍ଟଲରେ ୧୫ ରାଜ୍ୟର ହସ୍ତତନ୍ତ ବସ୍ତ୍ର

ଭୁବନେଶ୍ୱର, ୧୩।୯ (ବ୍ୟୁରୋ):ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ରର ସମ୍ଭାର। ପଶ୍ଚିମବଙ୍ଗର ଜାମଦାନୀ ହେଉ କି ଟାଙ୍ଗାଇଲ୍‌ ଶାଢି, ଗୁଜରାଟର ପଟୋଲା, ଲକ୍ଷ୍ନୌର ଚିକେନ୍‌ କାରୀ, ଜମ୍ମୁ କାଶ୍ମୀରର ପଶ୍ମିନା ସାଲ୍‌, ପଞ୍ଜାବର କମ୍ବଳ, ତାମିଲନାଡୁର କାଞ୍ଜିବରମ ପାଟଶାଢି ସବୁକିଛି ଦେଖିବା ସହ କିଣାକିଣିର ସୁବିଧା। ଏଭଳି ସୁଯୋଗ ଆଣିଛି ୨୧ତମ ଜାତୀୟ ହସ୍ତତନ୍ତ ମେଳା। ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ବୟନିକା ପକ୍ଷରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାକୁ ସୋମବାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦ୍‌ଘାଟନ କରିଥିଲେ। ରାଜଧାନୀବାସୀଙ୍କୁ ଏକ ସ୍ଥାନରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ବସ୍ତ୍ର ଉପଲବ୍ଧ କରାଇବା ଏବଂ ହସ୍ତଶିଳ୍ପ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଦେବା ପାଇଁ ଏହି ମେଳା ଆୟୋଜିତ ହେଉଥିବା ମନ୍ତ୍ରୀ କହିଥିଲେ।
ମେଳାରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପଦେଶ, ତାମିଲନାଡୁ, କର୍ନାଟକ, ହରିୟାଣା, ପଞ୍ଜାବ ଆଦି ୧୫ ରାଜ୍ୟରୁ ହସ୍ତଶିଳ୍ପ ବୁଣାକାର, କାରିଗର ଓ ବ୍ୟବସାୟୀ ଯୋଗଦେଇ ହସ୍ତତନ୍ତ ବସ୍ତ୍ରର ପସରା ମେଲାଇଛନ୍ତି। ମେଳାରେ ମୋଟ ୨୧୫ଟି ଷ୍ଟଲ୍‌ ଖୋଲାଯାଇଥିବାବେଳେ ଏଥିରୁ ୧୧୫ ଷ୍ଟଲ୍‌ ଓଡ଼ିଶାର ବିଭିନ୍ନ ସଂସ୍ଥା ଓ ସମିତି ପାଇଁ ଉଦ୍ଦିଷ୍ଟ। ବଳକା ୧୦୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାକୁ ଆବଣ୍ଟନ କରାଯାଇଛି। ତେବେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ବସ୍ତ୍ର ବିକ୍ରି ଉପରେ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା ରହିଛି। ଏଥିସହିତ ସମସ୍ତ ରାଜ୍ୟର ପାରମ୍ପରିକ ଖାଦ୍ୟ ମିଳିବ। ଖେଳକୁଦ ଓ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୯ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ମେଳା ଚାଲିବ।
ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବୟନିକା ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକାର ପଦାଧିକାରୀ ଉପସ୍ଥିତ ଥିଲେ। ଦେଶର ସମସ୍ତ ବୟନ କଳାକୁ ଏକାଠି କରି ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ବିତ ପୂର୍ବକ ସମ୍ପୃକ୍ତ ବୁଣାକାରଙ୍କ ଉନ୍ନତି କରିବା ହେଉଛି ମେଳା ଆୟୋଜନର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସେମାନେ କହିଥିଲେ।ଗତବର୍ଷ ଏହି ମେଳାରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଆଗକୁ ପୂଜା ଥିବାରୁ ଚଳିତ ବର୍ଷ ୧୨ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?