Posted inଜାତୀୟ

ମୁସେୱାଲାଙ୍କ ହତ୍ୟା ପଛରେ ୬୦ ଗ୍ୟାଙ୍ଗଷ୍ଟରଙ୍କ ହାତ, ଯାଞ୍ଚ୍‌ କରୁଛନ୍ତି ୬୦୦ ପୋଲିସ…

ଚଣ୍ଡିଗଡ଼,୧୪।୭ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପ୍ରାୟ ୬୦ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତି ରହିଛି। ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏକ ବଡ ପୋଲିସ ଟିମ୍‌ ଘଟଣାର ତଦନ୍ତରେ ନିୟୋଜିତ ଅଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇ ଗୋଷ୍ଠୀ ଗ୍ୟାଙ୍ଗଷ୍ଟର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବାବେଳେ ମୁସେୱାଲା ନିଜେ କୌଣସି ଅପରାଧିକ କାର୍ଯ୍ୟକଳାପରେ ଜଡିତ ନ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ପ୍ରାୟ ୬୦୦ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଏହି ମାମଲାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଅନେକ ସପ୍ତାହ ଧରି ଯାଞ୍ଚ୍‌ରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡ ଘଟାଇଥିବା ତିନିଜଣ ସୁଟର ପୋଲିସ ହେପାଜତରେ ଅଛନ୍ତି।

ଯାଞ୍ଚ୍‌ବେଳେ ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏହି ବୃହତ କର୍ମଚାରୀ ଦଳ ଡମ୍ପରୁ ଉଠାଯାଇଥିବା ଲକ୍ଷ ଲକ୍ଷ ଫୋନ କଲ, ଇଣ୍ଟରନେଟରେ ସୁଟରଙ୍କର ପଗ ମାର୍କ ଏବଂ ବିଭିନ୍ନ ରାଜ୍ୟରେ ବ୍ୟାପିଥିବା ସିସିଟିଭି କଭରେଜ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ଏହି ତଥ୍ୟକୁ ଶର୍ଟ ଏବଂ ବିଶ୍ଳେଷଣ କରାଯାଇଥିଲା। ତେବେ ଅପରାଧରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ଜାଣିବାକୁ ମିଳିଛି ଯେ ସୁଟରମାନେ ହରିୟାଣାର ଭବାନୀରେ ଥିବା ଜଣେ ସହକର୍ମୀଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି। ପୋଲିସର ତଦନ୍ତ ଏବଂ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ସ୍ବୀକାରକୁ ମିଶାଇ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସ ଦାବି କରିଛନ୍ତି ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେ ହିଁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ କହିଛି ଯେ ହତ୍ୟା ଷଡଯନ୍ତ୍ରରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ, ସଚିନ ବିଶ୍ନୋଇ ଏବଂ ଅନମୋଲ ବିଶ୍ନୋଇ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଅତି କମରେ ୧୦ ଟି ଜେଲରେ ସେମାନଙ୍କ ନେଟୱାର୍କ ଜଡିତ ଥିଲା।

ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆ  ଦୁଇ ସୁଟର ଏବଂ ଯନ୍ତ୍ରପାତି ଯୋଗାଇବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ, ମୁସେୱାଲା ହତ୍ୟା ମାମଲାରେ ଜୁଲାଇ ୫ ରେ ଦିଲ୍ଲୀରୁ ଅଣାଯାଇଥିବା ଶାର୍ପ ସୁଟର ପ୍ରିୟବ୍ରତ ଫୈଜୀ, କେଶବ କୁମାର, କାଶୀଶ କୁମାର ଏବଂ ଦୀପକ ଟିନୁଙ୍କ ଆଠ ଦିନିଆ ପୋଲିସର ରିମାଣ୍ଡ ଶେଷ ହେବା ପରେ କୋର୍ଟ ପୁଣି ଥରେ ସେମାନଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଜୁଲାଇ ୧୭ରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଏପିକୁ ଝଟ୍‌କା, ସିସୋଦିଆଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୩୦।୪: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ରାଉଜ ଆଭେନ୍ୟୁ କୋର୍ଟ...

ଏହି ଦିନ ନାମାଙ୍କନପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି: ବିଶେଷ ମୂହୁର୍ତ୍ତ ସହ ରହିଛି ଏଭଳି ସଂଯୋଗ !

ନୂଆଦିଲ୍ଲୀ,୩୦।୪: ଭାରତୀୟ ଜନତା ପାର୍ଟି(ଭାଜପା) ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ଣ୍ଣ ଶକ୍ତି ସହିତ ନାମାଙ୍କନ ଭରିିବେ। ଏକ ବିଶେଷ ସମୟରେ ଏହି ନାମାଙ୍କନ ପ୍ରକ୍ରିୟା...

ଭାରତୀୟ ନୌସେନାକୁ ମିଳିଲା ନୂତନ ମୁଖ୍ୟ; ଆଡମିରାଲ ଦୀନେଶ ତ୍ରିପାଠୀ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ,୩୦।୪: ଭାରତୀୟ ନୌସେନାକୁ ମିଳିଛି ନୂତନ ମୁଖ୍ୟ। ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ନୌସେନାର...

୩ ଦିନ ମଧ୍ୟରେ ରିପୋର୍ଟ ଦିଅ, ପ୍ରଜ୍ୱଳଙ୍କ ଉପରେ ଖପ୍ପା ମହିଳା କମିଶନ

ବେଙ୍ଗାଲୁରୁ,୩୦।୪: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ତଥା ଜେଡିଏସ ସଭାପତି ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ଉପରେ ମହିଳାଙ୍କ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରିବା...

୩ କୋଟି ମହିଳାଙ୍କୁ କରିବି ଲକ୍ଷପତି ଦିଦି…୬୦ ବର୍ଷ ବନାମ ୧୦ ବର୍ଷ: କଂଗ୍ରେସ ଉପରେ ବର୍ଷିଲେ ମୋଦି

ମୁମ୍ବାଇ,୩୦।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ରର ମାଧାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri