Posted inଖେଳ

ହାମିଲଟନ ଜିତିଲେ ସ୍ପାନିଶ୍‌ ଗ୍ରାଁ ପ୍ରି

ମୋଣ୍ଟମେଲୋ (ସ୍ପେନ),୧୦।୫: ବ୍ରିଟେନର ମର୍ସିଡିଜ୍‌ ଡ୍ରାଇଭର ଲୁଇସ ହାମିଲଟନ ସ୍ପାନିଶ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ରେସ୍‌ରେ ହାମିଲଟନ ପ୍ରତିଦ୍ୱନ୍ଦ୍ୱୀ ରେଡ୍‌ ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ଙ୍କୁ ମାତ୍ର ୧୫.୮୪୧ ସେକେଣ୍ଡରେ ପଛରେ ପକାଇ ଦେଇଛନ୍ତି। ହାମିଲଟନଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଏହି ତିନି ପ୍ରତିଯୋଗୀ ଯଥାକ୍ରମେ ୨୫, ୧୯ ଓ ୧୫ ପଏଣ୍ଟ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ରେଡ୍‌ବୁଲ୍‌ର ସର୍ଗିଓ ପେରେଜ, ମ୍ୟାକଲରେନର ଡାନିଏଲ ରିକାର୍ଡୋ, ଫେରାରୀର କାର୍ଲୋସ ସିଞ୍ଜ୍‌ ଜୁନିୟର, ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ, ଆଲ୍‌ପାଇନ୍‌ର ଇଷ୍ଟୋବେନ୍‌ ଓକନ ଏବଂ ଆଲ୍‌ଫା ଟୋରୀର ପିଏରେ ଗାସ୍‌ଲେ ଟପ୍‌-୧୦ ଫିନିସ୍‌ କରିଛନ୍ତି। ଫଳରେ ଏହି ଡ୍ରାଇଭରମାନଙ୍କୁ ଯଥାକ୍ରମେ ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ମିଳିଛି। ଏଠାରେ ବିଜୟ ଫଳରେ ହାମିଲଟନ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ମଧ୍ୟ ନିଜ ସ୍ଥାନକୁ ଅଧିକ ଦୃଢ଼ କରିଛନ୍ତି। ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୯୪ରେ ପହଞ୍ଚତ୍ଥିବାବେଳେ ଭର୍ଷ୍ଟାପେନ ୮୦ ପଏଣ୍ଟରେ ରହିଛନ୍ତି। ବୋଟ୍ଟାସ ୪୭ ଓ ନୋରିସ ୪୧ ପଏଣ୍ଟ ପାଇଛନ୍ତି। ସେହିପରି କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୩ ବିଜୟ ସହ ୧୪୧ ପଏଣ୍ଟ ପାଇ ଆଗରେ ରହିଛି। ୧ ବିଜୟ ହାସଲ କରିଥିବା ରେଡ୍‌ବୁଲ୍‌ ୧୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ମ୍ୟାକ୍‌ଲରେନ ୬୫ ଓ ଫେରାରୀ ୬୦ ପଏଣ୍ଟରେ ରହିଛି। ଶନିବାର କ୍ୟାରିୟରର ୧୦୦ତମ ପୋଲ୍‌ ପୋଜିଶନ ପାଇଥିବା ହାମିଲଟନ ଏଠାରେ ଚାମ୍ପିୟନ ହୋଇ ୯୮ତମ କ୍ୟାରିୟର ବିଜୟ ହାସଲ କରିଛନ୍ତି। ଏଥିସହ ସେ ୬ଷ୍ଠ ଥରପାଇଁ ସ୍ପାନିଶ୍‌ ଗ୍ରାଁ ପ୍ରି ଜିତି କିମ୍ବଦନ୍ତୀ ରେସର ମାଇକେଲ ସୁମାକରଙ୍କ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri