Posted inଖେଳ

ବ୍ରିଟିଶ ଗ୍ରାଁପ୍ରି ଜିତିଲେ ହାମିଲଟନ

ସିଲ୍‌ଭରଷ୍ଟୋନ୍‌, ୧୯ା୭(ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ନାଟକୀୟ ଭାବେ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରଁାପ୍ରି ମୋଟର ରେସ୍‌ ଜିତିଛନ୍ତି। ୧୦ସେକେଣ୍ଡ ପେନାଲ୍ଟି ସତ୍ତ୍ୱେ ସେ ଫେରାରିର ଚାଲର୍‌ଡ ଲେକ୍‌ରେକଙ୍କୁ ପଛରେ ପକାଇ ଏଠାରେ ଟାଇଟଲ ବିଜୟୀ ହୋଇଛନ୍ତି। ତାଙ୍କ ଟିମ୍‌ମେଟ୍‌ ଭାଲଟେରୀ ବୋଟାସ ତୃତୀୟ ହୋଇଛନ୍ତି। ଚଳିତ ସିଜନରେ ହାମିଲଟନଙ୍କର ଏହା ଚତୁର୍ଥ ଟାଇଟଲ। ୮ମ ଥର ପାଇଁ ସେ ବ୍ରିଟିଶ ଗ୍ରାଁ ପ୍ରି ଚାମ୍ପିୟନ ହୋଇପାରିଛନ୍ତି। ଏଠାରେ ବିଜୟ ଦ୍ୱାରା ସେ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ଭର୍ଷ୍ଟାପେନ୍‌ଙ୍କଠାରୁ ମାତ୍ର ୮ପଏଣ୍ଟ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଲାପ୍‌ରେ ଦୁର୍ଘଟଣା ପରେ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ରେସ୍‌ରୁ ଓହରି ଯାଇଥିଲେ। ହାମିଲଟନଙ୍କ କାର୍‌ର ଆଗ ଚକା ଭର୍ଷ୍ଟାପେନଙ୍କ କାରର ପଛ ଚକା ଛୁଇଁବାରୁ ଭର୍ଷ୍ଟାପେନ୍‌ଙ୍କ କାର୍‌ ବ୍ୟାରିୟର ସହ ଜୋର୍‌ରେ ପିଟି ହୋଇଯାଇଥିଲା। ବ୍ୟାରିୟରର ମରାମତି ପାଇଁ ରେସ୍‌କୁ କିଛି ସମୟ ସ୍ଥଗିତ ରଖାଯାଇଥିଲା। ହାମିଲଟନଙ୍କୁ ୧୦ସେକେଣ୍ଡ ପେନାଲ୍ଟି ହୋଇଥିଲା। ଦୁର୍ଘଟଣା ପରେ ଭର୍ଷ୍ଟାପେନ୍‌ ଯଦିଓ କାର୍‌ରୁ ସୁରକ୍ଷିତ ଭାବେ ବାହାରିଥିଲେ, ସତର୍କତାମୂଳକ ପରୀକ୍ଷା ପାଇଁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଗସ୍ତ:ସିଡ୍‌ନୀରେ ଭାରତୀୟ ଖେଳାଳି କ୍ୱାରାଣ୍ଟାଇନରେ ରହି ଅଭ୍ୟାସ କରିବେ

ସିଡନୀ,୨୨।୧୦ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସ (ଏନ୍‌ଏସ୍‌ଡବ୍ଲ୍ୟୁ) ରାଜ୍ୟର ରାଜଧାନୀ ସିଡ୍‌ନୀରେ ଅବତରଣ କରିବା ସହ ସେଠାରେ କ୍ୱାରାଣ୍ଟାଇନ୍‌ରେ...

ସେଲ୍‌ଫ ଆଇସୋଲେଶନରେ ରହିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୦।୩- ଷ୍ଟାର ଜଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଏନ୍‌ଆଇଏସ୍‌ ପଟିଆଲଠାରେ ୧୪ ଦିନ ପାଇଁ ସେଲ୍‌ଫ ଆଇସୋଲେଶନରେ ରହିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)...

ପ୍ରଥମ ଥର ସ୍ବାମୀଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଏହି ଖେଳାଳିଙ୍କ ସ୍ତ୍ରୀ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ମିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୮ ଉଇକେଟରେ...

ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ

ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ...

ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ

ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...

ଦ୍ୱିତୀୟ ଆଶେସ ଟେଷ୍ଟ: ଇଂଲଣ୍ଡ ଦଳରୁ ମୋଇନ୍‌ ବାଦ୍‌

ଲଡର୍‌ସ,୧୦।୮- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଆଶେସ୍‌ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଏକ ୧୨ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରୁ ଅଲରାଉଣ୍ଡର ମୋଇନ...

ରାଇନା, କୋହଲିଙ୍କୁ ପଛରେ ପକାଇବା ଲାଗି ରୋହିତ୍‌ଙ୍କ ନିକଟରେ ସୁଯୋଗ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ। ସ୍ଥାନୀୟ ଶେଖ୍‌...

ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ...

Advertisement
Archives

Model This Week