ହମାସ୍‌-ଇସ୍ରାଏଲ୍‌ ଘମାଘୋଟ ଲଢ଼େଇ: ଆକ୍ରମଣକୁ ଭାରତ, ଆମେରିକାର ନିନ୍ଦା

ଜେରୁଜେଲମ,୮। ୧୦: ପାଲେଷ୍ଟାଇନ୍‌ର ବିଦ୍ରୋହୀ ଗୋଷ୍ଠୀ ହମାସ୍‌ ଶନିବାର ସକାଳେ ଇସ୍ରାଏଲ୍‌ ଉପରେ ଅଚାନକ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇବା ସହ ପ୍ରାୟ ୭୪୦ ଲୋକ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଫଳରେ ହମାସ୍‌ ବିଦ୍ରୋହୀ ଓ ଇସ୍ରାଏଲ୍‌ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ନିହତ ହେଲେଣି। ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୯୮ ଜଣ ପାଲେଷ୍ଟିନୀୟ ନିହତ ହେବା ସହ ୧,୬୧୦ ଜଣ ଆହତ ହୋଇଛନ୍ତି।

ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ବିବାଦକୁ ନେଇ ଦୀର୍ଘଦିନର ହିଂସା ପରେ ଶନିବାର ଏହା ବିସ୍ଫୋରକ ରୂପ ନେଇଛି। ହମାସ ବିଦ୍ରୋହୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଇସ୍ରାଏଲ୍‌ ଉପରେ ହଜାର ହଜାର ରକେଟ ଆକ୍ରମଣ କରିବା ପରେ ଏହାର ବିଭିନ୍ନ ସହରରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ହତ୍ୟା କରିଚାଲିଥିଲେ। ଆତଙ୍କାଦୀମାନେ ମୋଟରସାଇକେଲ, କାର୍‌ ଏବଂ ପାରାଗ୍ଲାଇଡରରେ ଅପ୍ରତ୍ୟାଶିତ ଭାବେ ଦକ୍ଷିଣ ଇସ୍ରାଏଲ୍‌ର ସହରଗୁଡ଼ିକରେ ପ୍ରବେଶ କରିଥିଲେ। ସାଧାରଣ ଲୋକଙ୍କ ଉପରକୁ ସେମାନେ ଗୁଳି ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୟଭୀତ ଇସ୍ରାଏଲୀମାନେ ସେମାନଙ୍କ ସୁରକ୍ଷା ପାଇଁ ସେନାର ସହାୟତା ମାଗିଛନ୍ତି। ୬ ଘଣ୍ଟା ହେଲା ଆମ ଉପରେ ଆକ୍ରମଣ କରାଯାଉଛି। ଏଠାରେ ଆମକୁ ସୁରକ୍ଷା ଦେବା ପାଇଁ କୌଣସି ସୈନ୍ୟ ନାହାନ୍ତି ବୋଲି କିବୁଜ୍‌ରେ ଜଣେ ଇସ୍ରାଏଲୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri