ଉଦ୍‌ଘାଟନହେବ ଅଧାପନ୍ତରିଆ ପ୍ରକଳ୍ପ

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା): ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ନେଇ ଜିଲା ଖଣିଜ ନ୍ୟାସ ପ୍ରତିଷ୍ଠାନ ପାଣ୍ଠି(ଡିଏମ୍‌ଏଫ୍‌)ରୁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଧାପନ୍ତରିଆ କାର୍ଯ୍ୟ କରି ଏହି ବୃହତ୍‌ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯୋଜନା ଚାଲିଥିବା ଏବେ ସୂଚନା ମିଳିଛି। ପ୍ରକଳ୍ପର ପଶ୍ଚିମ ଦିଗରେ ପାଚେରି ନିର୍ମାଣ ଶେଷ ହୋଇ ନ ଥିବାରୁ ଅଧିକାଂଶ ଅଞ୍ଚଳ ଖୋଲା ପଡିଛି। ଏହାସହ ପୂର୍ବ ଯୋଜନା ଅନୁଯାୟୀ ମନ୍ଦିରର ଆବଶ୍ୟକ ନିର୍ମାଣ, ମେଡିସିନ ଗାର୍ଡେନ, ସଂଯୋଗୀକରଣ ରାସ୍ତା, ଆବଶ୍ୟକ ଉଚ୍ଚ ପାଚେରି, ଇରିଗେଶନ ସିଷ୍ଟମ, କୌରବ ଓ ପାଣ୍ଡବଙ୍କ ମୂର୍ତ୍ତି, ଚକ୍ରବୂ୍ୟହ, ଭୀଷ୍ମ ସରଶଯ୍ୟା, ବିଶ୍ୱରୂପା, କମ୍ପୋଷ୍ଟ ଏରିଆ ଇତ୍ୟାଦି ଉପଯୁକ୍ତ ଭାବେ ନିର୍ମାଣ ହୋଇନାହିଁ। ପ୍ରକଳ୍ପକୁ ଯେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଦିଲ୍ଲୀର ଠିକାସଂସ୍ଥା ନ୍ୟାଶନାଲ ବିଲ୍ଡିଂ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ(ଏନ୍‌ବିସିସି) ଜରିଆରେ କାର୍ଯ୍ୟ କରୁଥିବା କ୍ରିଷ୍ଣା ବିଲଡର୍ସ ଫେରାର ହେବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ଏଥିରୁ ବ୍ୟୟ ଅଟକଳର ସିଂହଭାଗ ଅର୍ଥ ହରିଲୁଟ୍‌ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି। ଏହି କ୍ରମରେ ପ୍ରକଳ୍ପ ନିର୍ମାଣ ଉପରେ ଉପଯୁକ୍ତ ଭାବେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବତା ଲୋକଲୋଚନକୁ ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି।
ସଂସ୍କୃତି ଏବଂ ଐତିହ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବରର ସୌନ୍ଦର୍ଯ୍ୟ ସର୍ବଜନବିଦିତ ା ଏହି ପର୍ଯ୍ୟଟନସ୍ଥଳୀ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ପଡି ରହିଥିଲା। ତେବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି ପରେ ଏହି ପର୍ଯ୍ୟଟନସ୍ଥଳୀ ବିକାଶ କାର୍ଯ୍ୟ ୨୦୨୧ରୁ ଆରମ୍ଭ ହୋଇଥିଲା। ଏନ୍‌ବିସିସି ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ମନୋରଞ୍ଜନ ପାଇଁ କୌଣସି ସୌନ୍ଦର୍ଯ୍ୟସ୍ଥଳୀ, ପାର୍କ, ବୋଟିଂ କ୍ଲବ ଇତ୍ୟାଦି ନ ଥିବାରୁ ଏହି ପ୍ରକଳ୍ପର ସମ୍ପୂର୍ଣ୍ଣତାକୁ ସହରବାସୀ ଚାହିଁ ରହିଛନ୍ତି। ଏପରି କି ପ୍ରକଳ୍ପ ନିର୍ମାଣରେ କୌଣସି ପ୍ରକାର ବିରୋଧ କିମ୍ବା ବାଧକ ନ ସାଜିବାକୁ ଅଞ୍ଚଳବାସୀ ଦାବି କରିଥିଲେ। ଏହାର ସୁଯୋଗରେ ନିର୍ମାଣକାରୀ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ମନମାନି ବଢି ଚାଲିଛି। ପ୍ରଥମେ ପ୍ରଥମେ କେତେକ ଉନ୍ନତମାନର କାର୍ଯ୍ୟ କରିଥିବାବେଳେ ପରବର୍ତ୍ତୀ ସମୟରେ କେବଳ ଲାଭ ଜଗିବା ଭଳି କାର୍ଯ୍ୟ ହୋଇଥିବା ଦୃଷ୍ଟିଗୋଚର ହୋଇଛି। ପ୍ରକଳ୍ପର ବିଭିନ୍ନ ସ୍ଥାନରେ ଷ୍ଟେନଲେସ ଷ୍ଟିଲ୍‌ ପରିବର୍ତ୍ତେ ନିମ୍ନମାନର ପାଇପରେ ପ୍ରାଇମର ଲଗାଇ ଅନେକ ଲକ୍ଷ ଟଙ୍କା ହଡପ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ହେଉଛି। ରାଘୁଜୀ ଗୋସାଇଁ ଏବଂ ଗୁପ୍ତଗଙ୍ଗା ପରିସରରେ ଷ୍ଟେନ୍‌ଲେସ ଷ୍ଟିଲ ଲାଗିଥିବାବେଳେ ପୋଖରୀ ପାର୍ଶ୍ୱ ଏବଂ ଅନ୍ୟାନ୍ୟ ସ୍ଥାନରେ ସାଧାରଣ ଲୁହାପାଇପ୍‌ ଲଗାଯାଇଛି। ଫଳରେ ପ୍ରକଳ୍ପ ନ ସରୁଣୁ ବିଭିନ୍ନ ଲୁହା ପାଇପ୍‌ ସ୍ଥାନରେ କଳଙ୍କି ଲାଗିଥିବା ଦେଖାଯାଇଛି। ଫଳରେ ଏହାର ଦୀର୍ଘସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହାବାଦ୍‌ ମନ୍ଦିର ଓ ଗୁପ୍ତଗଙ୍ଗା ପାର୍ଶ୍ୱ ଅଞ୍ଚଳରେ କେବଳ ଟାଇଲ୍ସ ଓ ରଙ୍ଗ ଲଗାଇବା ସହ ଚାରିପାଖରେ କିଛି ଗଛ ଲଗାଇ ଛାଡି ଦିଆଯାଇଛି। ଦୁଇ ବଖରା ବିଶିଷ୍ଟ ଗୋଟିଏ ଛୋଟ ଘର ନିର୍ମାଣ ହୋଇଛି। ଏହାସହ ଗୁପ୍ତଗଙ୍ଗାଠାରୁ ଗଣ୍ଡନାଳା ପର୍ଯ୍ୟନ୍ତ କେତେକ ଗଛ ଲଗାଇବା ସହ ସୌନ୍ଦର୍ଯ୍ୟକଣ ଓ ବୋଟିଂ ବ୍ୟବସ୍ଥା କାର୍ଯ୍ୟ ହୋଇଛି। ସରୋବରର ମୁଖ୍ୟ ଫାଟକଠାରୁ ଗୁପ୍ତଗଙ୍ଗା ପର୍ଯ୍ୟନ୍ତ କେବଳ ଟାଇଲ୍ସ ଲାଗିଥିବାବେଳେ ଉଭୟ ପାର୍ଶ୍ୱରେ ଥିବା ୧୧ଟି ଗମ୍ବୁଜର ନିର୍ମାଣ କିମ୍ବା ମରାମତି ହୋଇନାହିଁ। ଫଳରେ ସେହି ପୁରୁଣା ଭଙ୍ଗା ଗମ୍ବୁଜଗୁଡିକ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣରେ ନକାରାମତ୍କ ଭାବନା ସୃଷ୍ଟି କରୁଛି। ବିଶେଷକରି ରାସ୍ତା ପାର୍ଶ୍ୱ ଅଞ୍ଚଳରେ କାର୍ଯ୍ୟ ନ କରି ସମ୍ପୂର୍ଣ୍ଣ ଭାବେ ଛାଡି ଦିଆଯାଇଛି। ଏହାବାଦ୍‌ ବ୍ୟାସନଗର ମ୍ୟୁନିସିପାଲିଟିର ସମ୍ପଦ କେନ୍ଦ୍ର ପଟକୁ ପାଚେରି ଅଧାପନ୍ତରିଆ ନିର୍ମାଣ କରି କେବଳ ନିହ ଖୋଳି ଛାଡି ଦିଆଯାଇଛି। ଫଳରେ ପ୍ରାୟ ୭୦ କୋଟି ଟଙ୍କାର ଏହି ପ୍ରକଳ୍ପର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାସ ସରୋବର ଛକ ଠାରୁ ଓସାରିଆ ପିଚୁ ରାସ୍ତା ନିର୍ମାଣ ନ କରି ଉକ୍ତ ଅର୍ଥକୁ ଚଳୁ କରି ନେଇଥିବା ଚର୍ଚ୍ଚା ହେଉଛି। ଏହି ଅନିୟମିତତାରେ କେତେଜଣ ପୂର୍ବତନ ଜନ ପ୍ରତିନିଧିଙ୍କ ସହଯୋଗ ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ପ୍ରକଳ୍ପର ଫାଇନାଲ ରିପୋର୍ଟକୁ ଦେଖିଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଥିବା ମନେ ହେଉଛି। ଏ ସଂକ୍ରାନ୍ତରେ କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥାର ପରିଚାଳକ ଜୟବୀରଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଜିଟି ମାମଲା ଯୋଗୁ ରାସ୍ତା ଓ ବାକି ପାଚେରି ନିର୍ମାଣ ହୋଇପାରିନାହିଁ। ଗମ୍ବୁଜଗୁଡିକର ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁଦାନ ଅନୁସାରେ ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?