ରାସ୍ତା କାମ ଅଧାରୁ ବନ୍ଦ, ୩୦ ଗାଁ ଲୋକେ ହନ୍ତସନ୍ତ

ଧରାକୋଟ,୧୬ା୫(ଡି.ଏନ୍‌.ଏ.): ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲେ ଠିକାଦାର। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ହେଲେ ଗୁଣବତା ଭୁଲି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିଥିବା ଯୋଗୁ ଗାଁ ଲୋକେ ଅଭିଯୋଗ କଲେ। ଏହା ଦେଖି ଅଧାରୁ କାମ ବନ୍ଦ କରି ଚାଲିଗଲେ। ଯାହାର ପରିଣାମ ଭୋଗୁଛନ୍ତି ୩୦ ଖଣ୍ଡ ଗାଁର ଲୋକେ। ଭଞ୍ଜନଗର ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଥିବା ଝଗଡ଼େଇ ମଙ୍ଗଳପୁର ଜାହାଡା ନୂଆଗାଁ ୨୪ କିମି ରାସ୍ତା ନିର୍ମାଣ ପାଇଁ ୨୪କୋଟି ୫୦ ଲକ୍ଷ୍ୟ ଟଙ୍କାର ଟେଣ୍ଡର ନେଇଛି ଏକ ଠିକା ସଂସ୍ଥା। ୨୦୨୨ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ଏହି ରାସ୍ତାର ଜାହାଡା, ପୂଟୁ, ନନ୍ଦୀଗୋର, ଜଗମୋହନ, ଚମ୍ପା ପଲି, ନୂଆଗାଁ ଛକ, ଗଙ୍ଗାପୁର, ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ କଲଭର୍ଟ, ବକ୍ସ ବ୍ରିଜ ନିର୍ମାଣ ହୋଇଛି। ହେଲେ ଏହା ଅତ୍ୟନ୍ତ ନିମ୍ନ ମାନର ବୋଲି ମଙ୍ଗଳପୁର, ଜଗମୋହନ ଓ ଜାହାଡା ପଞ୍ଚାୟତ ଲୋକେ ପ୍ରତିବାଦ କରିବା ସହ ଅଭିଯୋଗ ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା ଠିକା କମ୍ପାନୀ। ଫଳରେ ରାସ୍ତା ଧୋଇ ହେବାସହ ମେଟାଲ ଉଠିଗଲାଣି। ଏପରିକି ଡାଇଭର୍ସନ ରାସ୍ତା ନଷ୍ଟ ହୋଇ ଖାଲ ଖମା ହୋଇଯିବାରୁ ରାସ୍ତାରେ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ଏହି ରାସ୍ତାରେ ଆସିକାଠାରୁ ସୋରଡ଼ା ଚଳାଚଳ କରୁଥିବା ପ୍ରାୟ ୩୦ ଖଣ୍ଡ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ହନ୍ତସନ୍ତ ହେଉଛନ୍ତି। ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ଚାଲି ଚାଲି ଯିବା ସମ୍ଭବ ହେଉନାହିଁ। ଆଶ୍ଚର୍ଯ୍ୟର କଥା ଏହି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱ ଗାଙ୍ଗପୁର ଓ ସୋରଡ଼ା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଦୁଇଜଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସମେତ ମେଟ ମାନେ ନିର୍ମାଣ କାର୍ଯ୍ୟ ସମୟରେ ଉପସ୍ଥିତ ରହିବା ପରେ ମଧ୍ୟ ଠିକା ସଂସ୍ଥା ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ସାହାସ ଯୁଟାଇ ପାରୁଛି
କେମିତି । ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଞ୍ଚଳର ଲୋକେ ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆ ଯାଉନାହିଁ ତାହା ବୁଝି ହେଉନାହିଁ। ଘଟଣା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ଖୁବ ଶୀଘ୍ର ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ନିମ୍ନମାନର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri