କପିଳାସ ପୀଠ ସୁରକ୍ଷା ପ୍ରତି ଅଣଦେଖା

ଢେଙ୍କାନାଳ ଅଫିସ,୧୬ା୫: ରାଜ୍ୟର ପ୍ରମୁଖ ଶୈବପୀଠ ମଧ୍ୟରୁ ଢେଙ୍କାନାଳ ଜିଲାର ବିଶ୍ୱ ପ୍ରସିଦ୍ଧ କପିଳାସ ଅନ୍ୟତମ। ସେହିପରି ମହିମାଧର୍ମର ପୀଠ ଯୋରନ୍ଦା, ସବୁଜିମାମୟ ସପ୍ତଶଯ୍ୟା ମଧ୍ୟ ବେଶ୍‌ ପ୍ରସିଦ୍ଧ। ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ଭାବେ ସ୍ଥାନ ପାଇଥିବା ଏହି ୩ଟି ପୀଠକୁ ଢେଙ୍କାନାଳ ଜିଲାର ସ୍ବର୍ଣ୍ଣ ତ୍ରିଭୁଜ କୁହାଯାଏ। କିନ୍ତୁ ଏହି ସ୍ବର୍ଣ୍ଣ ତ୍ରିଭୁଜର ଯେପରି ବିକାଶ ହେବା କଥା ତାହା ଏଯାଏ ହୋଇପାରି ନାହିଁ। ବିଶେଷକରି ଶୈବପୀଠ କପିଳାସର ସୁରକ୍ଷା ପ୍ରତି ଅଣଦେଖା କରାଯାଇଆସୁଛି। ଦୀର୍ଘବର୍ଷ ହେଲା ଗର୍ଭଗୃହରୁ ପାଣି ଗଳୁଥିଲେ ମଧ୍ୟ ଦାୟିତ୍ୱ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଏହାର ମରାମତି କରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ଆନ୍ତରିକତା ଦେଖାଉ ନ ଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
୧୨୩୯ ଖ୍ରୀଷ୍ଟାବ୍ଦରେ ନିର୍ମିତ କପିଳାସ ମନ୍ଦିରର ଉନ୍ନତୀକରଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ୨୦୦୫ ମସିହାରୁ ହାତକୁ ନେଇଛି। ନିୟମ ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ଯେଉଁଠି ଉନ୍ନତୀକରଣ କାର୍ଯ୍ୟ କରିବେ, ସେଠି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେବାର ୧୮ବର୍ଷ ବିତିଯିବା ପରେ ମଧ୍ୟ ମନ୍ଦିରର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏପରି କି ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ହେଉଥିବା କାର୍ଯ୍ୟର ସମୀକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଗଲା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାଂଶ ମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଢେଙ୍କାନାଳ ଗସ୍ତରେ ଆସୁଥିବା ବେଳେ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। କିନ୍ତୁ ମନ୍ଦିର ସୁରକ୍ଷା ପ୍ରତି କାହାର ଆନ୍ତରିକତା ପ୍ରକାଶ ନ ପାଇବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରିଛି। ଦୀର୍ଘଦିନ ହେବ କପିଳାସ ପୀଠାଧୀଶ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହରେ ପାଣି ଗଳୁଥିବାରୁ ମନ୍ଦିର ପ୍ରତି ଏହା ବିପଦ ସମ୍ଭାବନା ସୃଷ୍ଟି କରିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବହୁବାର ବୈଠକ ବସି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି, କିନ୍ତୁ ଉନ୍ନତୀକରଣ କାର୍ଯ୍ୟ କରାଯାଉନାହିଁ। ଗତ ବୈଠକରେ ଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ପ୍ରତ୍ନତତ୍ତ୍ୱ ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ଗର୍ଭଗୃହ ମରାମତି କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏଯାଏ ମରାମତି କାମ ଆରମ୍ଭ ହୋଇପାରିଲା ନାହିଁଁ। ଏତଦ୍‌ବ୍ୟତୀତ ଦେବତ୍ତ୍ୱର ବିଭାଗର ଉଦାସୀନତା ଯୋଗୁ କପିଳାସ ପୀଠର ପାହାଚ ରାସ୍ତା ନିକଟରେ ଥିବା ଶୌଚାଳୟ ଲଜ୍‌ରେ ପରିଣତ ହୋଇଯାଇଛି। ସେଠାରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ପୀଠ ପରିସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମାତ୍ର ୩ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସେମାନେ ଅଧିକାଂଶ ସମୟ ସାଦା ପୋଷାକରେ ରହୁଛନ୍ତି। ତେଣୁ ସେମାନେ ପୋଲିସ କି ସାଧାରଣ ଲୋକ ତାହା ଶ୍ରଦ୍ଧାଳୁମାନେ ଜାଣିପାରୁନାହାନ୍ତି। କପିଳାସରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦେଖି ଫାଣ୍ଡି ପ୍ରତିଷ୍ଠା ହୋଇ ନ ଥିବା ବେଳେ ଏହାର ପାଦଦେଶରେ ଥିବା ଯାତ୍ରୀ ନିବାସକୁ ଫାଣ୍ଡିରେ ପରିଣତ କରାଯାଇଛି। ନିମ୍ନମାନର ପ୍ରସାଦ ପ୍ରଦାନ, ଠାକୁରଙ୍କ ସମ୍ପତିର ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବରେ କରାଯାଉ ନ ଥିବା, ବହୁ ପର୍ବପର୍ବାଣି, ପୂଜା ନୀତିକାନ୍ତି ଓ ଉତ୍ସବ ପୂର୍ବଭଳି ଠିକ୍‌ ଭାବରେ ପାଳନ ହେଉ ନ ଥିବା ଶ୍ରଦ୍ଧାଳୁ ସୁକାନ୍ତ କୁମାର ମିଶ୍ର ଅଭିଯୋଗ କରିଛନ୍ତି। ସେହିପରି ବାରବାଙ୍କରେ ଲାଗିଥିବା ଲାଇଟ୍‌ ମଧ୍ୟ ଜଳୁନାହିଁ। ମନ୍ଦିର ସୁରକ୍ଷା ଓ ସୁପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ଜିଲା ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ଜିଲା ସଭାପତି ନରେଶ ମହାପାତ୍ର, ସୁନୀଲ ଶର୍ମା, ରାମଚନ୍ଦ୍ର ପାତ୍ର ପ୍ରମୁଖ କହିଛନ୍ତି, କପିଳାସ ମନ୍ଦିରର ସୁରକ୍ଷା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି, ପ୍ରତ୍ନତତ୍ତ୍ୱ ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ଗର୍ଭଗୃହ ମରାମତି ସାରିବାକୁ କହିଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇ ନହିଁ। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ କରାଯିବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri