ମାସର ଅଧାଦିନ ତାଲା ଝୁଲୁଛି

ଢେଙ୍କିକୋଟ,୧୪ା୧୨(ନୀଳମଣି ମଣ୍ଡଳ)କେନ୍ଦୁଝର ଜିଲା ଘଟଗାଁ ତହସିଲ ଅନ୍ତର୍ଗତ ଢେଙ୍କିକୋଟ ରାଜସ୍ବ ନିରୀକ୍ଷକ (ଆର୍‌ଆଇ ଅଫିସ)ଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଛି। କାର୍ଯ୍ୟାଳୟ ମାସକୁ ଅଧା ଦିନ ବନ୍ଦ ରହୁଥିବାରୁ ଛାତ୍ରୀଛାତ୍ର ସମେତ ବହୁ ଆଦିବାସୀ ଚାଷୀ, ବୃଦ୍ଧାବୃଦ୍ଧ, ଭୂମିହୀନ ଜନସାଧାରଣ ବିଭିନ୍ନ ସାର୍ଟିଫିକେଟ ପାଇଁ ଅସୁବିଧା ଭୋଗୁଛନ୍ତି। ଚତୁଃପାର୍ଶ୍ୱରେ ପାଚେରି ନ ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଛି। ସମସ୍ୟା ଦୀର୍ଘଦିନ ହେବ ଲାଗି ରହିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ପ୍ରକାଶ ଯେ, ଢେଙ୍କିକୋଟ ଆରଆଇ ଅଧୀନରେ ଢେଙ୍କିକୋଟ, ଖଣ୍ଟଘର ଓ ମନୋହରପୁର ୩ ପଞ୍ଚାୟତର ୧୬ ଗ୍ରାମ ରହିଛି। ବିଶେଷତଃ ଜାତିଗତ ପ୍ରମାଣପତ୍ର, ଇନ୍‌କମ ସାର୍ଟିଫିକେଟ, ବୃଦ୍ଧାବୃଦ୍ଧ ଭତ୍ତା ଫର୍ମ ପୂରଣ, ବିଭିନ୍ନ ପ୍ରକାର ସାର୍ଟିଫିକେଟ ପାଇଁ ଜନସାଧାରଣ ଏଠାକୁ ଦୈନିକ ଆସିଥାନ୍ତି। ମାତ୍ର ମାସର ଅଧା ଦିନ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ଲୋକେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। କାର୍ଯ୍ୟାଳୟଟି ଏକ ହୁଡ଼ି ତଳେ ହୋଇଥିବା ବେଳେ ଏଠାକୁ ରାସ୍ତା ନ ଥିବା ଓ ସୂଚନା ଫଳକ ମଧ୍ୟ ଲଗାଯାଇ ନ ଥିବାରୁ ଜନସାଧାରଣ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ବା କଷ୍ଟକର ହେଉଛି। ଏ ସମ୍ପର୍କରେ ଆରଆଇ ସନ୍ତୋଷ ସାହୁ କହିଛନ୍ତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା, ଟ୍ରେନିଂ, ମିଟିଂ ଓ ଜନସାଧାରଣଙ୍କ ଜମି ଚିହ୍ନଟ ଆଦି କାର୍ଯ୍ୟରେ ମାସର ଅଧା ଦିନ ଚାଲିଯାଉଛି। ଏଠାରେ ଜଣେ ପିଅନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନାହିଁ। ସରକାରଙ୍କ ତରଫରୁ ମିଳିଥିବା ଏକ ପୁରୁଣା ଲାପ୍‌ଟପ୍‌ ଅଧା ଭାଙ୍ଗିଯାଇଛି। ସେଥିରେ କାମ କଲାବେଳେ ବନ୍ଦ ହୋଇଯାଉଛି। ଅଫିସ ଚାରିପଟେ ସୁରକ୍ଷା ପାଚେରି ନାହିଁ। ଫଳରେ କାର୍ଯ୍ୟାଳୟ ଅସୁରକ୍ଷିତ ଅବସ୍ଥାରେ ରହିଛି। ଗତ ୨୦୧୧ରେ ଲୋକମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟରେ ନିଆଁ ଲଗାଇ ସମସ୍ତ କାଗଜପତ୍ର, ଆସବାବପତ୍ର ପୋଡ଼ି ଦେଇଥିଲେ। ଘଟଗାଁ ତହସିଲଦାର ଶରତ ଚନ୍ଦ୍ର ଗିରି, ଅତିରିକ୍ତ ତହସିଲଦାର ଶକୁନ୍ତଳା ହଁାସଦାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ। କେନ୍ଦୁଝର ଜିଲାପାଳ ଦୃଷ୍ଟି ଦେଇ ଏଠାରେ ଆଉ ଜଣେ ଅତିରିକ୍ତ ଆର୍‌ଆଇ ଏବଂ ଜଣେ ପିଅନ ନିଯୁକ୍ତ କରିବା ପାଇଁ ଢେଙ୍କିକୋଟ ବିକାଶ ମଞ୍ଚ ସଭାପତି ପ୍ରଫେସର ଯୁଗୋଳ କିଶୋର ଦାସ, ବଣିକ ସଂଘର ସଭାପତି ରାଜକିଶୋର ସାହୁ ସମେତ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri