କେଶ ସମସ୍ୟା ଓ ସମାଧାନ

ଡା. ସଚ୍ଚିଦାନନ୍ଦ ଶତପଥୀ

କେଶ ହେଉଛି ମଣିଷ ଦେହର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ମସ୍ତକର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହିତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। କେଶ ବିହୀନ ମସ୍ତକ ସମସ୍ତଙ୍କର ପରିହାସର ପାତ୍ର ହୋଇଥାଏ। ତେଣୁ ନିଜର କେଶ ପ୍ରତି ପ୍ରାୟତଃ ସମସ୍ତେ ବିଶେଷ କରି ମହିଳାମାନେ ଯତ୍ନଶୀଳ ହୋଇଥାନ୍ତି। ହେଲେ ଉପଯୁକ୍ତ ଯତ୍ନ ଅଭାବରୁ କାହାରି କାହାରି କେଶ ଶ୍ରୀହୀନ ହୋଇଯାଏ ତ ଆଉ କେହି କେହି ଚନ୍ଦାପଣର ଶିକାର ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ଜାଣିବା କେଶର କେତେକ ସମସ୍ୟା ଓ ତା’ର ସମାଧାନ ଉପାୟ…
ସାଧାରଣତଃ କେଶରେ ମୁଖ୍ୟତଃ ୫ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଯଥା-
ଶୁଷ୍କ କେଶ, ତେଲିଆ କେଶ, କେଶ ଛିଣ୍ଡିବା, ରୁପି ହେବା ଏବଂ ଚନ୍ଦା ପଣ। ଏସବୁ ପାଇଁ ବର୍ତ୍ତମାନ ଆଲକହଲ ଏବଂ କେମିକାଲ୍‌ଯୁକ୍ତ ଶାମ୍ପୁ, ତେଲ, କ୍ରିମ୍‌, ଜେଲ୍‌, କଲର, ବିଭିନ୍ନ ହେୟାର୍‌ ଷ୍ଟାଇଲିଂ ପ୍ରଡକ୍ଟ ବ୍ୟବହାର ଆଦି ବିଶେଷ ଭାବେ ଦାୟୀ। ଏହା ବ୍ୟତୀତ ଅଧିକ ତେଲମସଲାଯୁକ୍ତ ଅସନ୍ତୁଳିତ ଖାଦ୍ୟଭ୍ୟାସ ମଧ୍ୟ ଏହି ସମସ୍ୟା ବଢ଼ାଇବାର କାରଣ ସାଜୁଛି। ତେବେ ଏସବୁ ସମସ୍ୟା ମଧ୍ୟରୁ କେଶ ଝଡ଼ିବା ବା ଚନ୍ଦାପଣ ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଜାଣିବା ଏହାର କାରଣ ଏବଂ ସମାଧାନ ସମ୍ପର୍କରେ…
କାରଣ:
କେଶ ଝଡ଼ିବା ପାଇଁ ମୁଖ୍ୟତଃ କେତୋଟି କାରଣ ରହିଛି। ଯଥା:
ବଂଶଗତ: ପୁରୁଷମାନଙ୍କ କ୍ଷେତ୍ରରେ ପୁରୁଷ ପ୍ରାଧାନ୍ୟ ଚନ୍ଦାଦୋଷ ବା ମେଲ୍‌ ପାଟର୍ନ ବାଲ୍‌ଡନେସ୍‌ ବା ଏମ୍‌ପିବି ଦେଖାଯାଏ। ଏଥିରେ ମୁଣ୍ଡର ଅଗ୍ରଭାଗ ଚନ୍ଦା ହୋଇଥାଏ। ଦୁଇ ପାଖରେ ଓ ପଛ ପାଖରେ କେଶ ରହିଥାଏ। ହେଲେ ମହିଳାମାନଙ୍କଠାରେ ଏପରି ଦେଖାଯାଏ ନାହିଁ। କିନ୍ତୁ କେଶ ଖୁବ୍‌ ପତଳା ହୋଇଯାଏ।
ଔଷଧର ବ୍ୟବହାର: କ୍ୟାନ୍‌ସର, ଥାଇରଏଡ୍‌, ଉଚ୍ଚ ରକ୍ତଚାପ ବିରୋଧୀ ଔଷଧ, ଅତ୍ୟଧିକ ଆଣ୍ଟିବାୟୋଟିକ୍‌ସର ବ୍ୟବହାର ଏହାର କାରଣ ହୋଇଥାଏ।
ଦୁର୍ବଳ ପ୍ରତିରୋଧ ଶକ୍ତି: ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେଲେ ମଧ୍ୟ କେଶ ଝଡ଼ିବା ସମସ୍ୟା ଆରମ୍ଭ ହୋଇଥାଏ। ଏଥିରେ ମୁଣ୍ଡରୁ ମନ୍ଦା ମନ୍ଦା ହୋଇ କେଶ ଝଡ଼ିଥାଏ। ଏହାକୁ ଆଲୋପେସିଆ ଏରିଆଟା ବୋଲି କୁହାଯାଏ।
ଅସୁସ୍ଥତା: ଯେଉଁସବୁ ଅସୁସ୍ଥତା ପାଇଁ ମୁଣ୍ଡରୁ କେଶ ଝଡ଼ିଥାଏ, ସେସବୁ ଭିତରେ ମୁଖ୍ୟ ହେଲା ଯକୃତ ଅକ୍ଷମତା, ଦୀର୍ଘ ମିଆଦୀ ଜ୍ୱର, ଦୀର୍ଘମିଆଦୀ ଆମିବାୟୋରିସ୍‌, ଏଡ୍‌ସ, କ୍ୟାନ୍‌ସର, ଯକ୍ଷ୍ମା, କୁଷ୍ଠ ଇତ୍ୟାଦି।
ଋତୁ ନିବୃତ୍ତି ବା ମେନୋନଜ୍‌: ଅଧିକାଂଶ ମହିଳାଙ୍କର ମେନୋପଜ ପରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ହର୍ମୋନ୍‌ ଅସନ୍ତୁଳନ ପାଇଁ ଏପରି ହୋଇଥାଏ। ରଜନିବୃତ୍ତିଜନିତ ଚିନ୍ତା ମଧ୍ୟ ଏଥିପାଇଁ ଦାୟୀ ହୋଇଥାଏ। ଏଥିରେ ମୁଣ୍ଡର ମଝି ଅଂଶରୁ କେଶ ଝଡ଼ି କେଶ ଖୁବ୍‌ ପତଳା ହୋଇଯାଏ। ବେଳେବେଳେ ଚନ୍ଦା ମଧ୍ୟ ହୋଇଥାଏ।
ଇଚ୍ଛାକୃତ ଆଘାତ : ଅତି ଚିପା ଟୋପି, ଖୁବ୍‌ ଜୋର୍‌ରେ କୁଣ୍ଡାଇବା, ସୌନ୍ଦର୍ଯ୍ୟ ଆଳରେ ଅତ୍ୟଧିକ ଉପଚାର କରିବା, ଓଦା କେଶକୁ ବ୍ରସ କରିବା, ଜଟା ହୋଇଥିଲେ ଜବରଦସ୍ତ କୁଣ୍ଡାଇବା, ଅଧିକ ସମୟ ଡ୍ରାୟର ବ୍ୟବହାର କରିବା, ବାରମ୍ବାର କଲର ଲଗାଇବା, କେଶକୁ ବ୍ଲିଚିଂ କରିବା ଅଧିକ ଉପଚାର, ଅଧିକ ମାଲିସ ଇତ୍ୟାଦି।
ସମାଧାନ: ଏହାର ସମାଧାନକୁ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରାଯାଇପାରେ। ଯଥା:
ପ୍ରଥମତଃ: କେଶକୁ ଅଧିକ ଶାମ୍ପୁ କରନ୍ତୁ ନାହିଁ। ଏହା କେଶର ତୈଳାଂଶକୁ ନଷ୍ଟ କରିଦିଏ ଓ କେଶକୁ କର୍କଶ କରିଦିଏ। ଫଳରେ କେଶ ଶୀଘ୍ର ଝଡ଼ିଥାଏ। ଚନ୍ଦା ଅଂଶରେ ଲମ୍ବା କେଶକୁ ପକାଇ ଯତ୍ନର ସହିତ କୁଣ୍ଡାନ୍ତୁ। ଲୋକଙ୍କ ଦୃଷ୍ଟିଶକ୍ତିକୁ ଅନ୍ୟତ୍ର ନେବା ପାଇଁ ଯେତିକି କେଶ ଅଛି, ତା’କୁ ଉତ୍ତମ ଭାବରେ ସେଟ୍‌ କରନ୍ତୁ।
ଦ୍ୱିତୀୟରେ ଚିକିତ୍ସା :
୧. ଆଲୋପେସିଆ ଏରିଆଟା: ଚିନ୍ତା ନ କରି କିଛିଦିନ ଅପେକ୍ଷା କରନ୍ତୁ। କେଶ
ଆଗେ ଆଗେ ଉଠିଯାଇ ପାରେ। କାରଣ ଏଥିରେ ଲୋମପୁଟିକା ନଷ୍ଟ ହୁଏ ନାହିଁ। ଷ୍ଟିରଏଡ ହର୍ମୋନ୍‌ ଓ PVVA (Treatment with ultraviolet light) ବେଳେବେଳେ କାମ ଦେଇଥାଏ। କିନ୍ତୁ ଏହାର ଦୁର୍ଗୁଣ ବହୁତ ରହିଥାଏ।
୨. ଯଦି ସାରା ଜୀବନ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସମର୍ଥ ହୋଇଥିବେ, ତା’ହେଲେ ମିନକ୍ସିଡିଲ୍‌ (minoxidil) ବ୍ୟବହାର କରନ୍ତୁ। ମୁଣ୍ଡରେ ଥିବା ଅବଶିଷ୍ଟ ଲୋମ ପୁଟିକାକୁ ଉତ୍ତେଜିତ କରି ଏହା କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ। ଚିକିତ୍ସା ବନ୍ଦ କରିଦେଲେ ନୂଆ ହୋଇ ବାହାରିଥିବା କେଶତକ ପୁଣି ଝଡ଼ିଯାଏ। ବଜାରରେ ଏହି ଔଷଧ ହେଆରେକ୍ସ (Hairex), ମିନ୍‌ଟପ୍‌ (mintop), ହେବାଲ୍‌ଡ (Hebald), ମଲ୍‌ଟିଗେନ୍‌ (Multigain) ଇତ୍ୟାଦି ନାମରେ ମିଳିଥାଏ।
୩. କେଶ ପ୍ରତିରୋପଣ ବା ହେୟାର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିପାରନ୍ତି। ଏଥିରେ ମୁଣ୍ଡର ଗୋଟିଏ ସ୍ଥାନରୁ କେଶ ନେଇ ଚନ୍ଦା ଅଂଶରେ ପ୍ରତିରୋପଣ କରାଯାଇଥାଏ। ଅଭିଜ୍ଞ ସର୍ଜନଙ୍କ ହାତରେ ଏହା ଶହେ ପ୍ରତିଶତ ସଫଳ ହୋଇଥାଏ।
୪. ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବିଶେଷକରି ଲୌହ ସହ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ।
୫. କୌଣସି ଆନୁଷଙ୍ଗିକ ରୋଗ ଥିଲେ କିମ୍ବା ହର୍ମୋନ୍‌ ଅସନ୍ତୁଳନ ଥିଲେ ତା’ର ଚିକିତ୍ସା କରନ୍ତୁ।
୬. ଯଥାସମ୍ଭବ ଚିନ୍ତାମୁକ୍ତ ରହନ୍ତୁ।
କେଶର ସମସ୍ୟା ସବୁ ସାଧାରଣ ଲାଗୁଥିଲେ ମଧ୍ୟ ଏହାର ସମାଧାନ ଏତେ ସହଜ ନୁହେଁ। ନିଜେ ସଚେତନ ରହି ଘରୋଇ ଉପଚାର ସହିତ ଅଭିଜ୍ଞ ଚର୍ମରୋଗ ବିଶେଷଜ୍ଞ ବା ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଏବଂ ନିଜ କେଶକୁ ସୁନ୍ଦର, ମଜ୍‌ଭୁତ୍‌, କମନୀୟ ଓ ଆକର୍ଷଣୀୟ କରନ୍ତୁ।
-ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ
ସ୍ବାସ୍ଥ୍ୟ ବିଭାଗ
ଲିଙ୍କରୋଡ଼, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?