ହେୟାର ବୋଟୋକ୍ସ ଟ୍ରିଟ୍‌ମେଣ୍ଟ

ବର୍ତ୍ତମାନ ଅଧିକାଂଶ ବିଶେଷକରି ଯୁବପିଢ଼ି ନିଜକୁ ସୁନ୍ଦର କରିବା ଲାଗି ବୋଟୋକ୍ସ ଟ୍ରିଟ୍‌ମେଣ୍ଟ କରାଉଥିବା ଦେଖିବାକୁ ମିଳୁଛି, ଯେଉଁଥିରୁ ବାଦ୍‌ପଡ଼ିନି କେଶ। ତେବେ ଚନ୍ଦାପଣ, କେଶ ଝଡ଼ିବା ଅବା ପାଚିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଆପଣବି ହେୟାର୍‌ ବୋଟୋକ୍ସ କରାଉଥିଲେ କେତୋଟି କଥା ଜାଣିରଖନ୍ତୁ….
ହେୟାର ବୋଟୋକ୍ସ ଏବଂ ଡିପ୍‌ କଣ୍ଡିସନିଂ ଟ୍ରିଟମେଣ୍ଟ, ଯଦ୍ଦ୍ବାରା କେଶ ହେଲ୍‌ଦି ରହିବା ସହ ସାଇନିଂ କରିଥାଏ। ଏହି ଟ୍ରିଟ୍‌ମେଣ୍ଟ ଦ୍ୱାରା ଡ୍ୟାମେଜ୍‌ କେଶ ରିପେୟାର ହେବା ସହ କିଛି ମାତ୍ରାରେ ଷ୍ଟ୍ରେଟ୍‌ ମଧ୍ୟ ହୋଇଯାଏ।
ଏହି ଟ୍ରିଟ୍‌ମେଣ୍ଟରେ ପ୍ରୋଟିନ୍‌, ବଣ୍ଟ-ଏଲ୍‌ ପେପ୍ଟାଇଡ୍‌, ଆମିନୋ ଏସିଡ୍‌, ଭିଟାମିନ୍‌ ବି୫, ଇ, କୋଲାଜେନ୍‌ କମ୍ପାଉଣ୍ଡସ୍‌, ଲିପିଡ୍ସ ଆଦିକୁ ବ୍ୟବହାର କରି କେଶରେ ଲଗାଯାଇଥାଏ।
ଏହା ଏକ ସେମି-ପର୍ମାନେଟ୍‌ ଟ୍ରିଟ୍‌ମେଣ୍ଟ ଅର୍ଥାତ୍‌ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ କରାଇଲେ ବେଷ୍ଟ ରେଜଲ୍ଟ ମିଳିଥାଏ। ଏହି ଟ୍ରିଟ୍‌ମେଣ୍ଟ କରାଯିବାର ୨ରୁ ୪ମାସ ପର୍ଯ୍ୟନ୍ତ କେଶ ସାଇନିଂ କରିଥାଏ।
କେଶ ରୁକ୍ଷ ଦେଖାଯାଉଥିଲେ, ଅଗ ଫାଟୁଥିଲେ(ସ୍ପ୍ଲିଟ୍‌ ଏଣ୍ଡ) କିମ୍ବା ପ୍ରଦୂଷଣ ଯୋଗୁ ଝଡୁଥିଲେ ହେୟାର ବୋଟୋକ୍ସ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ। ତେବେ ଏହି ଟ୍ରିଟ୍‌ମେଣ୍ଟ ପରେ ସଲ୍‌ଫେଟ୍‌ ଓ ସିଲିକନ୍‌ଯୁକ୍ତ ଶାମ୍ପୁ ବ୍ୟବହାର କରନ୍ତୁ। ଡ୍ରାଏନେସ୍‌ ଦୂରେଇବା ପାଇଁ ସପ୍ତାହକୁ ଥରେ ଡିପ୍‌ କଣ୍ଡିସନ୍‌ିଂ ହେୟାର ମାସ୍କ ଲଗାଇବାକୁ ଭୁଲନ୍ତୁ ନାହିଁ।
ବାହାରକୁ ଯିବା ପୂର୍ବରୁ ସ୍କାର୍ଫ ବ୍ୟବହାର କରନ୍ତୁ। ବୋଟୋକ୍ସ ଟ୍ରିଟ୍‌ମେଣ୍ଟ କରାଇଥିଲେ ହେୟାର ଷ୍ଟାଇଲିଂ ପାଇଁ ହିଟ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ ନାହିଁ।
ଯେହେତୁ ଏହା କେମିକାଲ୍‌ଯୁକ୍ତ ଟ୍ରିଟ୍‌ମେଣ୍ଟ, ତେଣୁ ବେଳେବେଳେ ଟ୍ରିଟ୍‌ମେଣ୍ଟ ଚାଲିଥିବା ସମୟରେ ସ୍କାଲପ୍‌ କୁଣ୍ଡାଇ ହୋଇଥାଏ କିମ୍ବା ଆଲର୍ଜି ହୋଇ ଫଳିଯିବାର ମଧ୍ୟ ଆଶଙ୍କା ଥାଏ। ତେଣୁ ଟ୍ରିଟ୍‌ମେଣ୍ଟ ବେଳେ ଏହି କେମିକାଲ୍‌ ଯେପରି ଆପଣଙ୍କ ଦେହରେ ନ ଲାଗେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ...

ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ...

ଘରକରଣା

ରୋଷେଇ ଘରର ସିଙ୍କ ଜାମ୍‌ ହୋଇଥିଲେ ଏକ ବଡ଼ ଚାମଚ ବେକିଂ ସୋଢା, ଏକ ଚାମଚ ଭିନେଗାର, ଏକ ଚାମଚ ବ୍ଲିଚିଂ ମିଶାଇ ପକାଇ ଦିଅନ୍ତୁ।...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

କୋଷ୍ଠକାଠିନ୍ୟର ମୁକ୍ତିଦାତା କିସ୍‌ମିସ୍‌

ଆୟୁର୍ବେଦ ଶାସ୍ତ୍ରାନୁଯାୟୀ ଦୈନିକ ଖାଦ୍ୟପେୟ ଉପରେ ଧ୍ୟାନ ଦେଲେ ଅନେକ ରୋଗ ଲାଗି ମେଡିକାଲ ଯିବାକୁ ପଡ଼ି ନ ଥାଏ। କାରଣ ପ୍ରାଥମିକ ଅବସ୍ଥାରେ ଅନେକ...

କରୋନା ସଂକ୍ରମିତଙ୍କଠାରେ କିଡ୍‌ନୀ ରୋଗ ଆଶଙ୍କା ଅଧିକ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ: କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ...

ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା...

ଆଲର୍ଜି ଆଶଙ୍କା କମାଏ ଭିଟାମିନ୍‌ ‘ଇ’

ଭିଟାମିନ୍‌ ‘ଇ’ରେ ଅନେକ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ତେଣୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।...

Advertisement
Archives

Model This Week