ହାଇଦର ଖସିଲେ, ଅଯୋଗ୍ୟ ବସିଛନ୍ତି ମୁଣ୍ଡରେ

ଭୁବନେଶ୍ୱର,୧୫ା୪: ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ବିହାର ଭଳି ଓଡ଼ିଶାରେ ବହୁ କୁଖ୍ୟାତ ଅପରାଧୀ ନାହାନ୍ତି। ଆମ ରାଜ୍ୟରେ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ମାତ୍ର ହାତଗଣତି ୮ରୁ ୧୦ଜଣ କୁଖ୍ୟାତ ଅପରାଧୀ ଅଛନ୍ତି। ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟରେ ୨୦୧୨ରେ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଗଠନ କରାଯାଇଥିଲା। ଲକ୍ଷ୍ୟ ଥିଲା ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ରୋକିବା। ହେଲେ କେତେଜଣ ଲୋକଙ୍କୁ ନଜରରେ ରଖିବାରେ ଏସ୍‌ଟିଏଫ୍‌ ବିଫଳ ହୋଇଛି। କଟକ ବଡ଼ ଡାକ୍ତରଖାନାରୁ ଶେଖ୍‌ ହାଇଦର ଫେରାର ହେବା ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ଏସ୍‌ଟିଏଫ୍‌ ଏନେଇ କୌଣସି ଗୁରୁତ୍ୱ ଦେଉ ନାହିଁ। କେବଳ ତଳତଳିଆ କନଷ୍ଟେବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ବଡ଼ିଆ ଅଧିକାରୀ ଖସି ଯାଉଛନ୍ତି। ଗତ ଜାନୁୟାରୀରୁ ମାର୍ଚ୍ଚ ୨୩ ମଧ୍ୟରେ ସମ୍ବଲପୁରରୁ ହାଇଦର ୩ଥର ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଏନେଇ ଏସ୍‌ସିବି ପରିସରରେ ଥିବା ଫାଣ୍ଡିକୁ କୌଣସି ସୂଚନା ଦିଆଯାଇ ନାହିଁ କିମ୍ବା ହସ୍ପିଟାଲ ନିକଟରେ ଥିବା ମଙ୍ଗଳାବାଗ ଥାନା ଅଧିକାରୀଙ୍କ ପାଖରେ ମଧ୍ୟ କିଛି ଖବର ନ ଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଏସ୍‌ସିବି ପରିସରରେ ଫାଣ୍ଡି ଖୋଲାଯିବାର ଉଦ୍ଦେଶ୍ୟ କ’ଣ ରହିଲା। ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଏନେଇ ପଚାରିବାରେ କହୁଛନ୍ତି, ହାଇଦର ଖସିପଳାଇବା ଘଟଣା ତାଙ୍କ କାର୍ଯ୍ୟକ୍ଷେତ୍ରର ବାହାରେ। ଏଥିପାଇଁ ଜେଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଦାୟୀ। ଅନ୍ୟ ସଂଗଠିତ ଅପରାଧ ଉପରେ ଏସ୍‌ଟିଏଫ୍‌ର ନଜର ରହିଛି ବୋଲି କହିଛନ୍ତି। ହେଲେ ବାସ୍ତବରେ ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କ ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ଏସ୍‌ଟିଏଫ୍‌ ଗଠନର ମୂଳ ଲକ୍ଷ୍ୟ। ଏସ୍‌ଟିଏଫ୍‌ ଏହାର କାର୍ଯ୍ୟ ଠିକ୍‌ଭାବେ କରୁ ନ ଥିବାରୁ କେବଳ ହାଇଦର ଫେରାର ଘଟଣା ନୁହେଁ, ରାଜ୍ୟରେ ଡି’ ବ୍ରଦର୍ସ, ମହମ୍ମଦ ସକିଲ, ଟିଟୋଙ୍କ ଭଳି କୁଖ୍ୟାତ ଅପରାଧୀ ଜେଲରେ ଥାଇ ସୁଦ୍ଧା ସେମାନଙ୍କ ଆପରାଧିକ କାର୍ଯ୍ୟକଳାପକୁ ବିନା ବାଧାରେ ଚଳାଇପାରୁଛନ୍ତି। ସେମାନଙ୍କ ଇଙ୍ଗିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ, ଚୋରା ବନ୍ଧୁକ କାରବାର, ନିଶାଦ୍ରବ୍ୟ ଚାଲାଣ ଆଦି ଅପରାଧ ଘଟିଚାଲିଛି। ଓଡ଼ିଶା ପୋଲିସର ସବୁଠୁ ଦକ୍ଷ ତଦନ୍ତକାରୀ ତଥା ଗୋଇନ୍ଦା ସଂସ୍ଥା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ୟୁନିଟ୍‌ ହେଉଛି ଏସ୍‌ଟିଏଫ୍‌। ସଂଗଠିତ ଅପରାଧ ରୋକିବା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏହାର ମୁଖ୍ୟଭାବେ ଅତିରିକ୍ତ ଡିଜି ପାହ୍ୟାର ଜଣେ ଅଧିକାରୀ ଥିବାବେଳେ ତାଙ୍କ ତଳକୁ ଯଥାକ୍ରମେ ଜଣେ ଆଇଜି, ଜଣେ ଏସ୍‌ପି, ଡେପୁଟି ଏସ୍‌ପି, ଲ’ ଅଫିସର, ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ହାବିଲ୍‌ଦାର ଏବଂ କନଷ୍ଟେବଳ ପଦବୀର ଅନେକ କର୍ମଚାରୀ ରହିଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଗୋଇନ୍ଦା ତଥ୍ୟ ଯୋଗାଡ କରିବା, ଅନ୍ୟ ରାଜ୍ୟ ଓ ସରକାରୀ ଏଜେନ୍ସିର ସ୍ବତନ୍ତ୍ର ଟାସ୍କଫୋର୍ସ ସହିତ ସମନ୍ବୟ ରକ୍ଷା କରି ଗ୍ୟାଙ୍ଗଗୁଡିକର ଆପରାଧିକ ଗତିବିଧି ଓ କାର୍ଯ୍ୟକଳାପ ଉପରେ ନଜର ରଖିବା। ରାଜ୍ୟରେ ସଂଗଠିତ ଅପରାଧର ସମୀକ୍ଷା ଓ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବା ସହ ଆନ୍ତଃଜିଲା ଅପରାଧୀ ଗୋଷ୍ଠୀକୁ ଧରିବା ଏସ୍‌ଟିଏଫ୍‌ର ପ୍ରମୁଖ ଦାୟିତ୍ୱ। ତେବେ ରାଜ୍ୟରେ ବର୍ତ୍ତମାନର ବଡ଼ ଅପରାଧୀ ଗୋଷ୍ଠୀର କାର୍ଯ୍ୟକଳାପ ଓ ଆପରାଧିକ ସ୍ଥିତିକୁ ତର୍ଜମା କଲେ ଏସ୍‌ଟିଏଫ୍‌ର ଢିଲାପଣ ବାରି ହୋଇପଡୁଛି। ସଂଗଠିତ ଅପରାଧ ତଥା ଯୋଜନା ସମ୍ପର୍କରେ ଏସ୍‌ଟିଏଫ୍‌ ନିକଟରେ କୌଣସି ତଥ୍ୟ ରହୁନାହିଁ, ଯାହାର ସୁଯୋଗ ନେଇ ହାଇଦର ଏସ୍‌ସିବିରୁ ଖସିଯିବାରେ ସଫଳ ହୋଇପାରିଲେ। ଏପରି କି ହାଇଦର ଫେରାର ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ସେ କେଉଁଆଡ଼େ ଗଲେ, ଏବେ କେଉଁଠି ଅଛନ୍ତି ସେନେଇ ତଦନ୍ତ କରୁଥିବା କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବାବେଳେ ଏସ୍‌ଟିଏଫ୍‌ ଅତି ଚତୁରତାର ସହ ନିଜ ଦାୟିତ୍ୱରୁ ଓହରି ଯାଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ଓଡ଼ିଶା ପୋଲିସର ଦୁର୍ବଳତା ଯୋଗୁ ରାଜ୍ୟବ୍ୟାପୀ ଅପରାଧ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri