ହାଇଦର ଖସିଲେ, ଅଯୋଗ୍ୟ ବସିଛନ୍ତି ମୁଣ୍ଡରେ

ଭୁବନେଶ୍ୱର,୧୫ା୪: ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ବିହାର ଭଳି ଓଡ଼ିଶାରେ ବହୁ କୁଖ୍ୟାତ ଅପରାଧୀ ନାହାନ୍ତି। ଆମ ରାଜ୍ୟରେ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ମାତ୍ର ହାତଗଣତି ୮ରୁ ୧୦ଜଣ କୁଖ୍ୟାତ ଅପରାଧୀ ଅଛନ୍ତି। ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ରୋକିବାକୁ ରାଜ୍ୟରେ ୨୦୧୨ରେ ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଗଠନ କରାଯାଇଥିଲା। ଲକ୍ଷ୍ୟ ଥିଲା ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ରୋକିବା। ହେଲେ କେତେଜଣ ଲୋକଙ୍କୁ ନଜରରେ ରଖିବାରେ ଏସ୍‌ଟିଏଫ୍‌ ବିଫଳ ହୋଇଛି। କଟକ ବଡ଼ ଡାକ୍ତରଖାନାରୁ ଶେଖ୍‌ ହାଇଦର ଫେରାର ହେବା ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ଏସ୍‌ଟିଏଫ୍‌ ଏନେଇ କୌଣସି ଗୁରୁତ୍ୱ ଦେଉ ନାହିଁ। କେବଳ ତଳତଳିଆ କନଷ୍ଟେବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବଡ଼ବଡ଼ିଆ ଅଧିକାରୀ ଖସି ଯାଉଛନ୍ତି। ଗତ ଜାନୁୟାରୀରୁ ମାର୍ଚ୍ଚ ୨୩ ମଧ୍ୟରେ ସମ୍ବଲପୁରରୁ ହାଇଦର ୩ଥର ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଏନେଇ ଏସ୍‌ସିବି ପରିସରରେ ଥିବା ଫାଣ୍ଡିକୁ କୌଣସି ସୂଚନା ଦିଆଯାଇ ନାହିଁ କିମ୍ବା ହସ୍ପିଟାଲ ନିକଟରେ ଥିବା ମଙ୍ଗଳାବାଗ ଥାନା ଅଧିକାରୀଙ୍କ ପାଖରେ ମଧ୍ୟ କିଛି ଖବର ନ ଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଏସ୍‌ସିବି ପରିସରରେ ଫାଣ୍ଡି ଖୋଲାଯିବାର ଉଦ୍ଦେଶ୍ୟ କ’ଣ ରହିଲା। ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କୁ ଏନେଇ ପଚାରିବାରେ କହୁଛନ୍ତି, ହାଇଦର ଖସିପଳାଇବା ଘଟଣା ତାଙ୍କ କାର୍ଯ୍ୟକ୍ଷେତ୍ରର ବାହାରେ। ଏଥିପାଇଁ ଜେଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଦାୟୀ। ଅନ୍ୟ ସଂଗଠିତ ଅପରାଧ ଉପରେ ଏସ୍‌ଟିଏଫ୍‌ର ନଜର ରହିଛି ବୋଲି କହିଛନ୍ତି। ହେଲେ ବାସ୍ତବରେ ହାଇଦର ଭଳି କୁଖ୍ୟାତ ଅପରାଧୀଙ୍କ ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ଏସ୍‌ଟିଏଫ୍‌ ଗଠନର ମୂଳ ଲକ୍ଷ୍ୟ। ଏସ୍‌ଟିଏଫ୍‌ ଏହାର କାର୍ଯ୍ୟ ଠିକ୍‌ଭାବେ କରୁ ନ ଥିବାରୁ କେବଳ ହାଇଦର ଫେରାର ଘଟଣା ନୁହେଁ, ରାଜ୍ୟରେ ଡି’ ବ୍ରଦର୍ସ, ମହମ୍ମଦ ସକିଲ, ଟିଟୋଙ୍କ ଭଳି କୁଖ୍ୟାତ ଅପରାଧୀ ଜେଲରେ ଥାଇ ସୁଦ୍ଧା ସେମାନଙ୍କ ଆପରାଧିକ କାର୍ଯ୍ୟକଳାପକୁ ବିନା ବାଧାରେ ଚଳାଇପାରୁଛନ୍ତି। ସେମାନଙ୍କ ଇଙ୍ଗିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା, ଦାଦାବଟି, ଟେଣ୍ଡର ଫିକ୍ସିଂ, ଚୋରା ବନ୍ଧୁକ କାରବାର, ନିଶାଦ୍ରବ୍ୟ ଚାଲାଣ ଆଦି ଅପରାଧ ଘଟିଚାଲିଛି। ଓଡ଼ିଶା ପୋଲିସର ସବୁଠୁ ଦକ୍ଷ ତଦନ୍ତକାରୀ ତଥା ଗୋଇନ୍ଦା ସଂସ୍ଥା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ୟୁନିଟ୍‌ ହେଉଛି ଏସ୍‌ଟିଏଫ୍‌। ସଂଗଠିତ ଅପରାଧ ରୋକିବା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଏହାର ମୁଖ୍ୟଭାବେ ଅତିରିକ୍ତ ଡିଜି ପାହ୍ୟାର ଜଣେ ଅଧିକାରୀ ଥିବାବେଳେ ତାଙ୍କ ତଳକୁ ଯଥାକ୍ରମେ ଜଣେ ଆଇଜି, ଜଣେ ଏସ୍‌ପି, ଡେପୁଟି ଏସ୍‌ପି, ଲ’ ଅଫିସର, ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ହାବିଲ୍‌ଦାର ଏବଂ କନଷ୍ଟେବଳ ପଦବୀର ଅନେକ କର୍ମଚାରୀ ରହିଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଗୋଇନ୍ଦା ତଥ୍ୟ ଯୋଗାଡ କରିବା, ଅନ୍ୟ ରାଜ୍ୟ ଓ ସରକାରୀ ଏଜେନ୍ସିର ସ୍ବତନ୍ତ୍ର ଟାସ୍କଫୋର୍ସ ସହିତ ସମନ୍ବୟ ରକ୍ଷା କରି ଗ୍ୟାଙ୍ଗଗୁଡିକର ଆପରାଧିକ ଗତିବିଧି ଓ କାର୍ଯ୍ୟକଳାପ ଉପରେ ନଜର ରଖିବା। ରାଜ୍ୟରେ ସଂଗଠିତ ଅପରାଧର ସମୀକ୍ଷା ଓ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିବା ସହ ଆନ୍ତଃଜିଲା ଅପରାଧୀ ଗୋଷ୍ଠୀକୁ ଧରିବା ଏସ୍‌ଟିଏଫ୍‌ର ପ୍ରମୁଖ ଦାୟିତ୍ୱ। ତେବେ ରାଜ୍ୟରେ ବର୍ତ୍ତମାନର ବଡ଼ ଅପରାଧୀ ଗୋଷ୍ଠୀର କାର୍ଯ୍ୟକଳାପ ଓ ଆପରାଧିକ ସ୍ଥିତିକୁ ତର୍ଜମା କଲେ ଏସ୍‌ଟିଏଫ୍‌ର ଢିଲାପଣ ବାରି ହୋଇପଡୁଛି। ସଂଗଠିତ ଅପରାଧ ତଥା ଯୋଜନା ସମ୍ପର୍କରେ ଏସ୍‌ଟିଏଫ୍‌ ନିକଟରେ କୌଣସି ତଥ୍ୟ ରହୁନାହିଁ, ଯାହାର ସୁଯୋଗ ନେଇ ହାଇଦର ଏସ୍‌ସିବିରୁ ଖସିଯିବାରେ ସଫଳ ହୋଇପାରିଲେ। ଏପରି କି ହାଇଦର ଫେରାର ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ସେ କେଉଁଆଡ଼େ ଗଲେ, ଏବେ କେଉଁଠି ଅଛନ୍ତି ସେନେଇ ତଦନ୍ତ କରୁଥିବା କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଥିବାବେଳେ ଏସ୍‌ଟିଏଫ୍‌ ଅତି ଚତୁରତାର ସହ ନିଜ ଦାୟିତ୍ୱରୁ ଓହରି ଯାଇଛି। ଏଥିରୁ ପ୍ରମାଣିତ ହେଉଛି ଯେ, ଓଡ଼ିଶା ପୋଲିସର ଦୁର୍ବଳତା ଯୋଗୁ ରାଜ୍ୟବ୍ୟାପୀ ଅପରାଧ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?