Posted inଜାତୀୟ

ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ ପକ୍ଷ ମତ ରଖିଥିଲେ। ଆଠ ସପ୍ତାହ ପରେ ଶୁଣାଣି ପାଇଁ ଦାବି ଉପରେ ମୁସଲମାନ ପକ୍ଷ ଜିଦ ଧରିଥିଲେ। ସେପ୍ଟେମ୍ବର ୨୯କୁ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପୂର୍ବରୁ ଜ୍ଞାନବ୍ୟାପି ମାମଲାରେ ଅଭିଯୋଗକାରୀ ମହିଳାମାନେ ସେମାନଙ୍କ ଓକିଲଙ୍କ ସହ ଜିଲା ଜଜ କୋର୍ଟରେ ପହଞ୍ଚିଥିଲେ। ଗତ ସେପ୍ଟେମ୍ବର ୧୨ରେ ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି କହିଥିଲେ।
ସୂଚନାଯୋଗ୍ୟ, ୧୯୯୧ ମସିହା ପୂର୍ବରୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେପରି ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବାକୁ ଗତ ବର୍ଷ ଏକ ଆବେଦନ କରାଯାଇଥିଲା । ଗତ ବର୍ଷ ମେ’ ମାସରେ ଦିଲ୍ଲୀର ରାକ୍ଷୀ ସିଂ ଏବଂ ବାରାଣାସୀର ୪ଜଣ ମହିଳା ସିଭିଲ ଜଜଙ୍କ କୋର୍ଟରେ ଏହି ଆବେଦନ କରିଥିଲେ। ଏହାପରେ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଜ୍ଞାନବ୍ୟାପୀ ମସଜିଦ ପରିସରର ଭିଡିଓଗ୍ରାଫି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଲେ ମୋହନ ମାର୍କମ

ନୂଆଦିଲ୍ଲୀ,୨୮।୬: ଗୋଟିଏ ପଟେ କଂଗ୍ରେସର ସ୍ଥିତି ସାରା ଦେଶରେ ବିଗିଡି ଯାଇଥିବା ବେଳେ ଶୁକ୍ରବାର ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ମୋହନ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ...

ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାର କରାଯାଉଛି

ନୂଆଦିଲ୍ଲୀ,୯।୧୦(ପି.ଟି./ଆଇଏଏନ୍‌ଏସ୍‌):ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାରକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ଅଧିକାରର ସବୁଠୁ ବେଶି ଅପବ୍ୟବହାର କରାଯାଉଥିବା...

ଚିଦାମ୍ବରମ୍‌ଙ୍କ ଜାମିନ୍‌ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ...

ପ୍ରବଳ ବର୍ଷାରେ ୧୧ ଜଣଙ୍କ ଜୀବନ ଗଲା

ହାଇଦ୍ରାବାଦ,୧୪।୧୦: ହାଇଦ୍ରାବାଦର ଅନେକ ସ୍ଥାନରେ ଲଗାତାର ବର୍ଷା ଯୋଗୁ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ବାଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଖସି ୯...

ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୧ ହଜାର କୋଟି

ଶିମ୍‌ଲା, ୧ା୬: କେନ୍ଦ୍ରରେ ଏନ୍‌ଡିଏ ସରକାରକୁ ୮ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରି ‘ଗରିବ କଲ୍ୟାଣ...

ମୋଦି ସର୍ବାଧିକ ସମୟ କ୍ଷମତାରେ ଥିବା ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୮: ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସର୍ବାଧିକ ସମୟ କ୍ଷମତାରେ ରହିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ୬ ବର୍ଷ ୭୯ ଦିନ ପୂରଣ...

Advertisement
Archives

Model This Week