Posted inଜାତୀୟ

‘କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ପଦବୀ ନୁହେଁ, ବରଂ ବିଶ୍ୱାସର ପ୍ରତୀକ’

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦଳର ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଦୌଡ଼ରେ ଜଡିତ ନେତାମାନଙ୍କୁ ଉପଦେଶ ଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗୁରୁବାର କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ପଦବୀ ନୁହେଁ ବରଂ ଏହା ବିଶ୍ୱାସର ପ୍ରତୀକ। ଏହା ଭାରତର ଦର୍ଶନକୁ ପ୍ରତିପାଦିତ କରେ। ଯେଉଁମାନେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେମାନଙ୍କ ପାଇଁ ମୋର ପରାମର୍ଶ ହେଉଛି ଆପଣ ଯେଉଁ ପଦବୀ ପାଇବାକୁ ଯାଉଛନ୍ତି ତାହା ଐତିହାସିକ। ଏହା କେବଳ ଏକ ସଂଗଠନର ପଦବୀ ନୁହେଁ ବରଂ ଏକ ଆଦର୍ଶଗତ ପଦବୀ, ଯାହା ଏକ ବିଶ୍ୱାସକୁ ପ୍ରତିପାଦିତ କରେ।
ରାହୁଲ ଆହୁରି ମଧ୍ୟ କହିଛନ୍ତି, ଆମେ ସମସ୍ତେ ରାଜସ୍ଥାନର ଉଦୟପୁରରେ ଗୋଟିଏ ପ୍ରତିଜ୍ଞା କରିଥିଲୁ, ତାହା ହେଉଛି ଗୋଟିଏ ବ୍ୟକ୍ତି ଓ ଗୋଟିଏ ପୋଷ୍ଟ। ଆମର ଆଶା ସମସ୍ତେ ଏହି ନିୟମ ପାଳନ କରିବେ।
କଂଗ୍ରେସ ଅଧ୍ୟକ୍ଷ ଦୌଡରେ ସର୍ବାଗ୍ରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ‘ଡବଲ ରୋଲ’ ସର୍ତ୍ତକୁ ଏହା ରାହୁଲଙ୍କ କଡ଼ା ଜବାବ ବୋଲି କୁହାଯାଉଛି। ଗୋଟିଏ ଦିନ ପୂର୍ବରୁ ଗେହଲଟ କହିଥିଲେ, ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଧ୍ୟ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ନାହିଁ।
ସୂଚନାଯୋଗ୍ୟ, ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଯେକୌଣସି ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେପ୍ଟେମ୍ବର ୨୪ ରୁ ୨୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ହେବ। ଅଧ୍ୟକ୍ଷ ପଦ ପାଇଁ ଏକରୁ ଅଧିକ ପ୍ରାର୍ଥୀ ଥିଲେ ଅକ୍ଟୋବର ୧୭ରେ ସମସ୍ତ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ରାଜ୍ୟ କଂଗ୍ରେସର ପ୍ରତିନିଧୀମାନେ ଭୋଟ ଦେବେ। ଭୋଟ ଗଣନା ଅକ୍ଟୋବର ୧୯ରେ ହୋଇ ଫଳାଫଳ ଘୋଷଣା କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ଦୌଡରେ ଅଶୋକ ଗେହଲୋଟ, ଶଶି ଥରୁର, ଦିଗବିଜୟ ସିଂଙ୍କ ଭଳି ନେତାଙ୍କ ନାମ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିନ୍ଦେଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୯।୭(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ଭାଜପା ଏବଂ ଶିବସେନା ଓ ଅନ୍ୟ କେତେଜଣ ବିଧାୟକଙ୍କୁ ମିଶାଇ...

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା...

ଦିଲ୍ଲୀ ମଦ ଦୁର୍ନୀତି: କେସିଆରଙ୍କ ଝିଅ କବିତାଙ୍କୁ ଇଡି ସମନ ଜାରି, ଗୁରୁବାର ଜେରା…

ହାଇଦ୍ରାବାଦ,୮।୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ବିଆଇଏସ ଏମଏଲସି କେ. କବିତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି।...

ଫଡନାଭିସ କିଏ ? ବିଜୟ ସତ୍ୟର ହେବ: ସଞ୍ଜୟ ରାଉତ…

ମୁମ୍ବାଇ,୧୨।୨ : ଶିବସେନା (ଉଦ୍ଧବ ଦଳ) ନେତା ସଞ୍ଜୟ ରାଉତ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।...

ଆଦିବାସୀ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,୧୧ା୬:ସୁପ୍ରିମକୋର୍ଟ ବୁଧବାର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶାର ଗଜପତି ଜିଲାର ଆଦିବାସୀ ମହିଳାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅପରାଧ ସମୟରେ ଅଭିଯୁକ୍ତା ଜନନୀ...

‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ।...

କନୌଜ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦି, ରାହୁଲ

କନୌଜ,୧୧।୧: ଉତ୍ତରପ୍ରଦେଶ କନୌଜ ଜିଲାରେ ଶୁକ୍ରବାର ରାତିରେ ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଦୁର୍ଘଟଣାରୁ ୨ଟି ଗାଡିରେ ନିଆଁ ଲାଗିଯାଇଥିଲା।...

ଶନିବାର ଶପଥ ନେବେ ମନ୍ତ୍ରୀ

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଗଠନ ହେବା ପରେ ଏବେ ଶପଥ ଗ୍ରହଣ କରିବେ ମନ୍ତ୍ରୀ। ଶନିବାର ଦିନ ୧୧ଟାରେ ପଞ୍ଜାବ ରାଜଭବନରେ...

Advertisement
Archives

Model This Week