Posted inଖେଳ

ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍‌

ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍‌ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ ମାତ୍ର ୬୧ ବଲରେ ୧୦୯ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ୯ଟି ଛକା ମାରିଥିଲେ। ଏହା ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହାପୂର୍ବରୁ ସେ ଚେକ ରିପବ୍ଲିକ ବିପକ୍ଷ ଡେବ୍ୟୁ ଟି-୨୦ରେ ୫୪ ବଲରୁ ୭୭ ରନ୍‌ ସ୍କୋର କରିଥିଲେ।
ଏହା ସହ ଗୁସ୍ତାଭ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହଜରତୁଲ୍ଲା ଜାଜାଇଙ୍କ ୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ଆଫଗାନିସ୍ତାନ ଓପନର୍‌ ଜାଜାଇ ୨୦ ବର୍ଷ ୩୩୭ ଦିନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ସେହି ମ୍ୟାଚ୍‌ରେ ଜାଜାଇ ମାତ୍ର ୬୨ ବଲରେ ଅପରାଜିତ ୧୬୨ ରନ ସଂଗ୍ରହ କରିଥିଲେ।
ଗୁସ୍ତାଭ ହୁଏତ ତାଙ୍କର ଦ୍ୱିତୀୟ ଟି -୨୦ରେ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ତାଙ୍କର ଏହି ଇନିଂସ ଦଳ ପାଇଁ କାମ କରି ନ ଥିଲା। ସ୍ବିଜରଲ୍ୟାଣ୍ଡ ମ୍ୟାଚକୁ ଏକ ଉଇକେଟରେ ଜିତିଥିଲା।
ଏହି ମ୍ୟାଚ୍‌ରେ ଫ୍ରାନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଓପନର୍‌ ଗୁସ୍ତାଭ ୧୦୯ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ସ୍ବିଜରଲ୍ୟାଣ୍ଡ ଦଳ ପାଇଁ ଅଧିନାୟକ ଫହିମ ନାଜିର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୬ ବଲରେ ୬୭ ରନର ଇନିଂସ ଖେଳି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଟି-୨୦ରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳିଙ୍କ ତାଲିକା

ଗୁସ୍ତାଭ ମ୍ୟାକେନ – ୧୮ ବର୍ଷ ୨୮୦ ଦିନ, ଫ୍ରାନ୍ସ ବନାମ ସୱିଜରଲ୍ୟାଣ୍ଡ, ଭାଣ୍ଟା, ୨୦୨୨
ହଜରତୁଲ୍ଲା ଜାଜାଇ – ୨୦ ବର୍ଷ ୩୩୭ ଦିନ, ଆଫଗାନିସ୍ତାନ ବନାମ ଆୟାର୍ଲାଣ୍ଡ, ଡେରାଡୁନ, ୨୦୧୯
ଶିବକୁମାର ପେରିଆଲଭର୍‌ – ୨୧ ବର୍ଷ ୧୬୧ ଦିନ, ରୋମାନିଆ ବନାମ ତୁର୍କୀ, ଇଲଫୋଭ କାଉଣ୍ଟି, ୨୦୧୯
ଅର୍କିଡ ଟୁଇସେଙ୍ଗେ – ୨୧ ବର୍ଷ ୧୯୦ ଦିନ, ରୁୱାଣ୍ଡା ବନାମ ସେଚେଲସ, କିଗାଲୀ, ୨୦୨୧
ଦିପେନ୍ଦର ସିଂ – ୨୨ ବର୍ଷ ୬୮ ଦିନ, ନେପାଳ ବନାମ ମାଲେସିଆ, କାଠମାଣ୍ଡୁ, ୨୦୨୨


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?