Posted inଖେଳ

ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍‌

ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍‌ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ ମାତ୍ର ୬୧ ବଲରେ ୧୦୯ ରନ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ପାଞ୍ଚ ଚୌକା ଓ ୯ଟି ଛକା ମାରିଥିଲେ। ଏହା ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହାପୂର୍ବରୁ ସେ ଚେକ ରିପବ୍ଲିକ ବିପକ୍ଷ ଡେବ୍ୟୁ ଟି-୨୦ରେ ୫୪ ବଲରୁ ୭୭ ରନ୍‌ ସ୍କୋର କରିଥିଲେ।
ଏହା ସହ ଗୁସ୍ତାଭ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହଜରତୁଲ୍ଲା ଜାଜାଇଙ୍କ ୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୦୧୯ରେ ଆଫଗାନିସ୍ତାନ ଓପନର୍‌ ଜାଜାଇ ୨୦ ବର୍ଷ ୩୩୭ ଦିନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ସେହି ମ୍ୟାଚ୍‌ରେ ଜାଜାଇ ମାତ୍ର ୬୨ ବଲରେ ଅପରାଜିତ ୧୬୨ ରନ ସଂଗ୍ରହ କରିଥିଲେ।
ଗୁସ୍ତାଭ ହୁଏତ ତାଙ୍କର ଦ୍ୱିତୀୟ ଟି -୨୦ରେ ଶତକ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ତାଙ୍କର ଏହି ଇନିଂସ ଦଳ ପାଇଁ କାମ କରି ନ ଥିଲା। ସ୍ବିଜରଲ୍ୟାଣ୍ଡ ମ୍ୟାଚକୁ ଏକ ଉଇକେଟରେ ଜିତିଥିଲା।
ଏହି ମ୍ୟାଚ୍‌ରେ ଫ୍ରାନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଓପନର୍‌ ଗୁସ୍ତାଭ ୧୦୯ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳି ପାରି ନ ଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ସ୍ବିଜରଲ୍ୟାଣ୍ଡ ଦଳ ପାଇଁ ଅଧିନାୟକ ଫହିମ ନାଜିର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୬ ବଲରେ ୬୭ ରନର ଇନିଂସ ଖେଳି ଦଳକୁ ବିଜୟ ପ୍ରଦାନ କରିଥିଲେ।

ଟି-୨୦ରେ ଶତକ ହାସଲ କରିଥିବା ସର୍ବକନିଷ୍ଠ ଖେଳାଳିଙ୍କ ତାଲିକା

ଗୁସ୍ତାଭ ମ୍ୟାକେନ – ୧୮ ବର୍ଷ ୨୮୦ ଦିନ, ଫ୍ରାନ୍ସ ବନାମ ସୱିଜରଲ୍ୟାଣ୍ଡ, ଭାଣ୍ଟା, ୨୦୨୨
ହଜରତୁଲ୍ଲା ଜାଜାଇ – ୨୦ ବର୍ଷ ୩୩୭ ଦିନ, ଆଫଗାନିସ୍ତାନ ବନାମ ଆୟାର୍ଲାଣ୍ଡ, ଡେରାଡୁନ, ୨୦୧୯
ଶିବକୁମାର ପେରିଆଲଭର୍‌ – ୨୧ ବର୍ଷ ୧୬୧ ଦିନ, ରୋମାନିଆ ବନାମ ତୁର୍କୀ, ଇଲଫୋଭ କାଉଣ୍ଟି, ୨୦୧୯
ଅର୍କିଡ ଟୁଇସେଙ୍ଗେ – ୨୧ ବର୍ଷ ୧୯୦ ଦିନ, ରୁୱାଣ୍ଡା ବନାମ ସେଚେଲସ, କିଗାଲୀ, ୨୦୨୧
ଦିପେନ୍ଦର ସିଂ – ୨୨ ବର୍ଷ ୬୮ ଦିନ, ନେପାଳ ବନାମ ମାଲେସିଆ, କାଠମାଣ୍ଡୁ, ୨୦୨୨


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବିୟାରୁ ଫେରିବା ପରେ ଫୁଟ୍‌ବଲରଙ୍କୁ କରୋନା

ଜେନେଭା,୩। ୭(ଏପି)-ପରିବାର ସହ ସର୍ବିଆ ପରିଭ୍ରମଣ କରି ଫେରିବା ପରେ ଦେଖିବାକୁ ମିଳିଥିଲା ସୁଇଜରଲାଣ୍ଡର ଜଣେ ଫୁଟ୍‌ବଲ ଖେଳାଳି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ସୁଇସ୍‌...

ଭାରତ ପାଇଁ ସହଜ ହେବନି ସେମିଫାଇନାଲ୍‌ ରାସ୍ତା: ଜାଣନ୍ତୁ କ’ଣ କହୁଛି ସମୀକରଣ

ପର୍ଥ,୩୧।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ଗତକାଲି ରାତିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ଦ୍ୱାରା ଭାରତୀୟ...

ଜନ୍ମଦିନରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରେମିକା: ଜବାବରେ ମିଳିଲା…

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ସେ ଚମତ୍କାର ବ୍ୟାଟିଂ କରୁଛନ୍ତି। ଗତକାଲି ଅର୍ଥାତ୍‌ ଏପ୍ରିଲ ୧୮ରେ ସେ...

କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ

ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍‌...

୨୩ ବର୍ଷରୁ କମ୍‌ ଏସିଆନ ଭଲିବଲ୍‌: ଭାରତ ରନର୍ସଅପ୍‌

ନେ ପାଇ ତାଓ (ମ୍ୟାନମାର୍‌), ୧୨ା୮ (ପି.ଟି.)-ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୁରୁଷ ଏସିଆନ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତ ରନର୍ସ ଅପ୍‌ ହୋଇଛି। ମ୍ୟାଚ...

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର...

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି।...

କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ଯୁବରାଜ

ଚଣ୍ଡିଗଡ, ୧୧।୬: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷ ଧରି କ୍ରିକେଟ ଜଡିତ ଥିବା...

Advertisement
Archives

Model This Week