Posted inଖେଳ

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ଓ ରବିବାର ୨ ଦିନ ଧରି ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌ ୧୫ ଓ ୧୯ ବର୍ଷରୁ କମ୍‌ ବର୍ଗରେ ଖେଳା ଯାଇଥିଲା। ଭୁବନେଶ୍ୱରର ପ୍ରତିଭା ସମ୍ପନ୍ନ ଖେଳାଳି ଦେବାଶିଷ ସାହୁ ଉଭୟ ବର୍ଗରେ ଚାମ୍ପିୟନ ହୋଇ ଦ୍ୱିମୁକୁଟ ହାସଲ କରିଛନ୍ତି। ସେ ୧୫ ବର୍ଷରୁ କମ୍‌ ଫାଇନାଲରେ ୬-୩, ୬-୪ରେ ଶୁଭ୍ରନିଲ ବର୍ମନ ଏବଂ ୧୯ ବର୍ଷରୁ କମ୍‌ ଫାଇନାଲରେ ୪-୬, ୭-୬(୭/୫), ୬-୩ ସେଟ୍‌ରେ ସଂଗ୍ରାମ କୁମାର ପାତ୍ରଙ୍କୁ ପରାସ୍ତ କରିଥିଲେ। ଉଭୟ ବିଭାଗର ଚାମ୍ପିୟନଙ୍କୁ ୧୫୦୦ ଏବଂ ରନର୍ସଅପ୍‌ଙ୍କୁ ୧୦୦୦ଟଙ୍କାର ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ଟେନିସ ଇତିହାସରେ ପ୍ରଥମଥର ପାଇଁ ମେଣ୍ଢାଶାଳ ଗ୍ରାମର ବିଶିଷ୍ଟ ଚାଷୀ ଅଭିନ ବେହେରାଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା। ଅନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଏଟିପି ର଼୍ୟାଙ୍କ୍‌ପ୍ରାପ୍ତ ଟେନିସ ଖେଳାଳି ଚିନ୍ମୟ ପ୍ରଧାନ ଏବଂ ସିନିୟର ଖେଳାଳି ବିବେକ ତିବରଓ୍ବାଲ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟ ରେଫରି ସନ୍ତୋଷ କୁମାର ମଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri