Posted inଫୁରସତ

ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍‌ ଫର୍‌ ଇଚ୍‌ ଅଦର…

ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍‌ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ । ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ ହୋଇଥାଏ । ସେମାନଙ୍କୁ ମେଡ୍‌ ଫର୍‌ ଇଚ୍‌ ଅଦର କୁହାଯାଇଥାଏ। ଅପରପକ୍ଷରେ ଏପରି ବି ରାଶି ଅଛି ଯାହାଙ୍କ ମଧ୍ୟରେ ମେଳ ଖାଇ ନ ଥାଏ । ପ୍ରତି ରାଶିର ଜାତକଙ୍କ ସ୍ବଭାବ ଅଲଗା ଅଲଗା ହୋଇଥାଏ ବୋଲି ଜ୍ୟୋତିଷ କୁହନ୍ତି। ତେଣୁ ବିପରୀତ ସ୍ବଭାବର ଜାତକଙ୍କ ମେଳ ହେବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ । ମେଷ ଓ କର୍କଟ ରାଶି ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ ସ୍ଥାୟୀ ହୋଇ ନ ଥାଏ । ମେଷ ରାଶିର ଲୋକେ ସ୍ବଭାବରେ ବହୁତ ଖୁସି ମିଜାଜର । ସେମାନେ ନିଜ ମନୋଭାବକୁ ପାର୍ଟନର ସହ ଶେୟାର କରିବା ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଅନ୍ୟପକ୍ଷରେ କର୍କଟ ରାଶିର ଲୋକେ କାହା ସହ ସହଜରେ ମିଶି ପାରନ୍ତିି ନାହିଁ । ଏମାନେ ଏକାକୀ ରହିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଏହି ଦୁଇ ରାଶିଙ୍କ ମଧ୍ୟରେ ଭଲ ପଡି ନ ଥାଏ । ବୃଷ ରାଶିର ଲୋକମାନେ ସଚ୍ଚୋଟ । ଏମାନେ ବାସ୍ତବ ଜୀବନ ଜୀଇଁବାରେ ବିଶ୍ୱାସ ରଖନ୍ତିି। କୁମ୍ଭ ରାଶିର ଲୋକମାନଙ୍କ ସହ ଏମାନଙ୍କ ଭଲ ପଡ଼େ ନାହିଁ । କୁମ୍ଭ ରାଶିର ଲୋକମାନେ ସ୍ବାଧୀନମନା ହୋଇଥାନ୍ତି । ଏମାନେ ଜୀବନରେ ସର୍ବଦା ନୂଆ କିଛି କରିବାକୁ ପସନ୍ଦ କରନ୍ତି। ଏହି ଦୁଇ ରାଶିର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏନା । ସିଂହ ଓ ବିଛା ରାଶି ମଧ୍ୟରେ ପ୍ରଥମରୁ ସମ୍ପର୍କ ଭଲ ରହିଥାଏ । କିନ୍ତୁ ସମୟ ସହିତ ସମ୍ପର୍କ ଧୀରେଧୀରେ ଫିକା ପଡିଯାଏ । ତୁଳା ରାଶିର ଲୋକେ ସାମାଜିକ କାର୍ଯ୍ୟକ୍ରମରେ ରୁଚି ରଖନ୍ତି । ଏମାନେ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତିି। ଏମାନଙ୍କର ମକର ରାଶି ସହ ସମ୍ପର୍କ ଭଲ ହୁଏ ନାହିଁ । କାରଣ ଏମାନଙ୍କ ସ୍ବଭାବ ତୁଳା ରାଶି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଧନୁ ରାଶିର ଲୋକମାନଙ୍କର ମ୍ୟାଚ୍‌ କର୍କଟ ରାଶି ସହ ଭଲ ହୋଇ ନ ଥାଏ । ଧନୁ ରାଶିର ଲୋକମାନେ ଖୁସି ମିଜାଜର ହୋଇଥାନ୍ତି। ଦୁଃସାହାସିକ କାର୍ଯ୍ୟ କରିବାକୁ ଏମାନଙ୍କୁ ଆସିଥାଏ ପସନ୍ଦ । ଅପରପକ୍ଷରେ କର୍କଟ ରାଶିର ଲୋକମାନେ କୌଣସି ପ୍ରକାର ଦୁଃସାହାସିକ ପଦକ୍ଷେପ ନେବାକୁ ପସନ୍ଦ କରନ୍ତିି ନାହିଁ । ଏମାନେ ବହୁତ ଭାବପ୍ରବଣ। ଏହା ଧନୁ ରାଶିଙ୍କୁ ପସନ୍ଦ ହୋଇ ନ ଥାଏ । ସେହିପରି କନ୍ୟା ଓ ମିଥୁନ ରାଶି ମଧ୍ୟରେ ଭଲ ମ୍ୟାଚ୍‌ ହୋଇ ନ ଥାଏ । ମିଥୁନ ରାଶିର ଲୋକମାନେ କୌଣସି ବି ଜିନିଷକୁ ଗମ୍ଭୀରତାର ସହ ନେଇ ନ ଥାନ୍ତି । କନ୍ୟା ରାଶିର ଲୋକମାନେ ନିଜ ପାର୍ଟନରଙ୍କୁ ଡୋମିନେଟ୍‌ କରି ରଖିବାକୁ ପସନ୍ଦ କରୁଥିବା ବେଳେ ମିଥୁନ ରାଶିର ଲୋକମାନେ ଏହା ସହ୍ୟ କରନ୍ତିି ନାହିଁ । ତେଣୁ ଏମାନଙ୍କ ମଧ୍ୟରେ ଭଲ ପଡେ ନାହିଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri