Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚେତାବନୀ ଦେଲେ ସଚିନ ତେନ୍ଦୁଲକର: ଚୟନକର୍ତ୍ତାଙ୍କୁ କଲେ ଟାର୍ଗେଟ, ମାତ୍ର ୧୫ ବର୍ଷ ବୟସରୁ…

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳରେ ସାମିଲ ହୋଇଥିବା ବୈଭବଙ୍କୁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ରେ ସେ ନିଜ ବ୍ୟାଟିଂର ଚମକ ଦେଖାଇଥିଲେ। ଏବେ ନଭେମ୍ବର ୧୯ରୁ କତାରରେ ଆରମ୍ଭ ହେବାକୁ ଥିବା ଇମର୍ଜିଂ ଏସିଆ କପ୍‌ରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।
ନଭେମ୍ବର ୩ ତାରିଖରେ ରେଡିଟ୍‌ରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସଚିନ ତେନ୍ଦୁଲକର। ଏହି ସମୟରେ ଜଣେ ପ୍ରଶଂସକ ବୈଭବଙ୍କୁ ମାତ୍ର ୧୫ ବର୍ଷ ବୟସରେ ନେତୃତ୍ୱ ଦାୟିତ୍ୱ ଦିଆଯିବା ସମ୍ପର୍କରେ ସଚିନଙ୍କ ମତାମତ ପଚାରିଥିଲେ।

ଏହାର ଉତ୍ତରରେ ସଚିନ କହିଥିଲେ ଯେ, ଦୁଲୀପ ଟ୍ରଫିରେ ବୈଭବଙ୍କୁ ଉପଅଧିନାୟକ କରିବା ଟିକେ ତରବରିଆ ନିଷ୍ପତ୍ତି ଥିଲା। ତାଙ୍କୁ ପ୍ରଥମେ ରେଡ ବଲ କ୍ରିକେଟ୍‌ରେ ଅଧିକ ମ୍ୟାଚ ଖେଳିବାକୁ ଦିଆଯିବା ଆବଶ୍ୟକ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ତାଙ୍କୁ ସୁଯୋଗ ମିଳିବା ଉଚିତ। ଯୁବ ଖେଳାଳିଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ଦେବା ପରିବର୍ତ୍ତେ ତାଙ୍କ ଖେଳର ବିକାଶ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହି କାର୍ଯ୍ୟକ୍ରମରେ ଏକାଗ୍ରତା ବଢ଼ାଇବା ସମ୍ପର୍କରେ ମଧ୍ୟ ସଚିନ ନିଜର ମତ ରଖିଥିଲେ। କିଛି ସମୟ ପାଇଁ ଆଖି ବନ୍ଦ କରି କେବଳ ନିଜ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଅନ୍ୟମନସ୍କତା ଦୂର କରି ଏକାଗ୍ରତା ବଢ଼ାଇ ହେବ ବୋଲି ସଚିନ କହିଥିଲେ।

ଆଗାମୀ ନଭେମ୍ବର ୧୯ରୁ କତାରରେ ଖେଳାଯିବାକୁ ଥିବା ଇମର୍ଜିଂ ଏସିଆ କପ ପାଇଁ ବିସିସିଆଇ ପକ୍ଷରୁ ତିଳକ ବର୍ମାଙ୍କ ନେତୃତ୍ୱରେ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଅଭିଷେକ ଶର୍ମାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହି ଟୁର୍ନାମେଣ୍ଟ ବୈଭବଙ୍କ ପାଇଁ ନିଜର ପ୍ରତିଭା ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ହେବ। ଅଭିଷେକ ଶର୍ମାଙ୍କ ସହ ସେ ଓପନିଂ କରିବାର ସମ୍ଭାବନା ରହିଛି। ଏଠାରେ ଭଲ ପ୍ରଦର୍ଶନ କରିପାରିଲେ ଭବିଷ୍ୟତରେ ଭାରତୀୟ ସିନିୟର ଦଳରେ ଓପନର୍‌ ଭାବେ ନିଜ ଦାବିକୁ ଆହୁରି ମଜଭୁତ କରିପାରିବେ।

ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ଟି ଟି-୨୦ ମ୍ୟାଚ ଖେଳିସାରିଥିବା ବୈଭବଙ୍କୁ ନେଇ ବିଶ୍ୱ କ୍ରିକେଟ୍‌ରେ ଚର୍ଚ୍ଚା ଜାରି ରହିଛି। ତେବେ ସଚିନଙ୍କ ପରାମର୍ଶ ଯୁବ ତାରକାଙ୍କ କ୍ରିକେଟ ଯାତ୍ରାରେ ଅଭିଜ୍ଞତା ଓ ଧୈର୍ଯ୍ୟର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ,୪ା୧୧: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬…

IND vs NZ: ବଡ଼ ନିଷ୍ପତ୍ତି ନେଲେ ଅଧିନାୟକ ଶୁଭମନ: ଏହି ଷ୍ଟାର୍‌ ଖେଳାଳି ପଡିଲେ ବାଦ୍‌, ଦେଖନ୍ତୁ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ, ୪।୧୧: ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍‌ ୧୧

ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ…

୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?