ଗୁପଚୁପ୍‌ ବିକାଳିଙ୍କ ସ୍ତ୍ରୀ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀ

ନୂଆପଡ଼ା ଅଫିସ,୨୧।୩: ନୂଆପଡ଼ା ଜିଲା ଖରିଆର ରୋଡ ଏନ୍‌ଏସିରେ ୩ ଜଣ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡିରୁ ସୁନିତା ଶେଖର ଜୈନ, ଭାଜପାରୁ ସୋନିଆ ଗୋଲଡି ଅଗ୍ରୱାଲ ଓ କଂଗ୍ରେସରୁ ପୂର୍ଣ୍ଣମାସୀ କଠାର ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି

ଖରିଆର ରୋଡ ଏନ୍‌ଏସିରେ ମୋଟ ୧୯ ୱାର୍ଡ ରହିଥିବା ବେଳେ ୫୭ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୪,୩୪୯ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପୂର୍ଣ୍ଣମାସୀ ଏକ ଗରିବ ପରିବାରର ବୋହୁ ହୋଇଥିଲେ ମଧ୍ୟ ତାଙ୍କର ଇଛାଶକ୍ତିକୁ ସବୁ ହାର ମାନୁଛି। ତାଙ୍କ ସ୍ବାମୀ ହୃଷୀକେଶ କଠାର ଖରିଆର ରୋଡ ସହରରେ ଠେଲା ଲଗାଇ ଗୁପଚୁପ ବିକ୍ରି କରି ପରିବାର ଚଳାନ୍ତି।

ପୂର୍ଣ୍ଣମାସୀ ବେସକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରି ଅବସର ସମୟରେ ସ୍ବାମୀଙ୍କୁ ଗୁପଚୁପ ବିକ୍ରିରେ ସହଯୋଗ କରନ୍ତି। ନିଶାରେ ଶିକ୍ଷାଦାନ ଓ ପେଶାରେ ଗୁପଚୁପ ବିକାଳି ହୋଇଥିଲେ ମଧ୍ୟ ସେବା ମନବୃତି ଦୃଢ। ଛାତ୍ରୀଛାତ୍ରମାନଙ୍କ ସେବା କରିବା ସହିତ ମାନବ ସେବା କରିବାରେ ତାଙ୍କର ଇଛାଶକ୍ତି ଓ ମନବଳ ଥିବାରୁ କଂଗ୍ରେସ ପୂର୍ଣ୍ଣମାସୀଙ୍କୁ ଖରିଆର ରୋଡ ଏନ୍‌ଏସି ଅଧ୍ୟକ୍ଷା ପଦବୀ ପାଇଁ ଟିକେଟ ଦେଇଛି। ତାଙ୍କର ସେବା କାର୍ଯ୍ୟକୁ ସହରବାସୀ ପ୍ରଶଂସା କରୁଥିବାରୁ ନିର୍ବାଚନରେ ନିଶ୍ଚୟ ବିଜୟୀ ହୋଇ ଲୋକଙ୍କ ସେବା କରିବି ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

ମମତାଙ୍କ ଗୋଷ୍ଠୀକୁ ହାଇକୋର୍ଟରୁ ବଡ଼ ଝଟକା: ବିଧାନସଭା ବିରୋଧୀ ଦଳ ନେତା ରହିବେ…

କୋଲକାତା,୧୮।୮: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri