Posted inଖେଳ

ଭାରତରୁ ପ୍ରତିନିଧିତ୍ୱ କରିବ ସାଇ ଇଣ୍ଟରନ୍ୟାଶନାଲ

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ୍‌ ସ୍କୁଲର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ୧୨ ଜଣ ଛାତ୍ର ବାଂଲାଦେଶରେ ହେବାକୁଥିବା ରାଉଣ୍ଡ ସ୍କୋୟାର ଅନ୍ତର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସ୍କୁଲର ଛାତ୍ରମାନଙ୍କ ମଧ୍ୟରୁ ଚୟନ ପ୍ରକ୍ରିୟାରେ ମୋଟ ୧୨ ଜଣଙ୍କୁ ମନୋନୀତ କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କ ପାଇଁ ଏପରି ଅନ୍ତର୍ଜାତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଓଡ଼ିଶାରେ ପ୍ରଥମ।
ଏହି ଟୁର୍ନାମେଣ୍ଟରେ ୪ଟି ଦେଶ ଭାରତ, ବାଂଲାଦେଶ, କେନିୟା ଓ ଜାପାନର ଛାତ୍ରମାନେ ଭାଗନେବେ। ପ୍ରତିଯୋଗିତା ୨୭ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହା ବାଂଲାଦେଶର ଚିଟାଗଙ୍ଗ ଗ୍ରାମାର ସ୍କୁଲ୍‌ରେ ଅନୁଷ୍ଠିତ ହେବ। ଏହା ଟୁର୍ନାମେଣ୍ଟ ରାଉଣ୍ଡ ସ୍କୋୟାର ଅନୁବନ୍ଧିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ସାଇ ଇଣ୍ଟରନ୍ୟାଶନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏହି ଅବସରରେ କହିଥିଲେ, ସ୍କୁଲର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସହିତ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ମାଧ୍ୟମରେ ସାମଗ୍ରିକ ଅଭିବୃଦ୍ଧି ପାଇଁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି। ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ନିଜର ପ୍ରତିଭା ସହ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ପ୍ରତିଜ୍ଞାବଦ୍ଧ ହେବା ଦରକାର। ଶନିବାର ସ୍କୁଲର କ୍ରିକେଟ୍‌ କୋଚ୍‌ ସୌମେନ୍‌ ଲେଙ୍କାଙ୍କ ନେତୃତ୍ୱରେ ଛାତ୍ରମାନେ ବାଂଲାଦେଶ ଯାତ୍ରା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ବଡ଼ ଘୋଷଣା: ଏବେ କେମିତି ମିଳିବ ନୂଆ PNG କନେକ୍ସନ? ଜାଣନ୍ତୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୯।୮: ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ LPGର ଅଭାବ ମଧ୍ୟରେ ମୋଦି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଘରେ ଘରେ ପାଇପ…

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍‌ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ…

ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ…

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri