ଗୁଣପୁର ସିଆରପିଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ: ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସିଲେଇ ଉପକରଣ, ପେପର ପ୍ଲେଟ ମେସିନ

ଥୁଆମୂଳ ରାମପୁର,୨୯।୩(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ନିୟୋଜିତ ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ପ ଫୋର୍ସ (ସିଆରପିଏଫ) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲାର ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣୁପୁରର ବଙ୍ଗଳା ପଡ଼ା ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଶନିବାର ସ୍ଥାନୀୟ ସହାୟକ କମାଣ୍ତଡେଣ୍ତ ଭି. ଶ୍ରୀନୀବାସ ରାଓଙ୍କ ୍ଯଯଯକ୍ଷତାରେ ଏକ ଦିନିକିଆ ସଚେତନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ମୁଖ୍ୟାଳୟ ୧୨ ବାଟାଲିୟନ ସିଆରପିଏଫ କମାଣ୍ତଡେଣ୍ତ ନନ୍ଦକିଶୋର କୁମାର ପ୍ରସାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସୁଜତା ମାଝୀ, ସ୍ଥାନୀୟ ସିଏଚଓ ମୌସୁମୀ ବାଗ, କମ୍ଫୁଟର ଟ୍ରେନର ଦିନେସ ସିଂ ଠାକୁର, କର୍ଲାପାଟ ଏଏସଆଇ ଅଜୟ କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଏମ.ରାଜେଶ ମଞ୍ଚ ପରିବାର ଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଏଥିରେ ଚିକିତ୍ସକଙ୍କ ଦ୍ବାରା ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା।

ତେବେ ଏହି ପଦକ୍ଷେପର ଲକ୍ଷ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ସଂପ୍ରଦାୟ ମଧ୍ୟରେ ସୁସମ୍ପର୍କ ବୃଦ୍ଧିକରିବା ସହିତ ଥୁଆମୁଳ ରାମପୁର ବ୍ଳକର ଅବହେଳିତ ପୁରୁଷ ଏବଂ ମହିଳାଙ୍କ ଦକ୍ଷତା ଓ ଦକ୍ଷତା ବୃଦ୍ଧି କରିବା ପାଇଁ ସିଲେଇ ତାଲିମ, କମ୍ପ୍ୟୁଟର ତାଲିମ, ସହ ସାଇସୁରନୀ ଗ୍ରାମର ୧୦ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ପାନଭଟା ଗ୍ରାମର ୧୩ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ପୁଟିଗୁଡା ଗ୍ରାମର ୧୩ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, କାଠଘର ଗ୍ରାମର ୧୨ ଜଣିଆ ସୟଂ ସହାୟକ ଗୋଷ୍ଠୀ, ଗୋକଲମା ୧୫ ଜଣିଆ ସ୍ବୟଂ ସହାୟକ ଗୋଷ୍ଠୀ, ଗୁଣୁପୁର ଗ୍ରାମର ୯ ଜଣିଆ ସୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩ଟି ଲେଖାଏଁ ସିଲେଇ ମେସିନ ବଣ୍ଟନ କରାଯାଇଥିବା ବେଳେ କମ୍ପ୍ୟୁଟର ଶିକ୍ଷାରେ ସ୍ଥାନୀୟ ୨୬ ଜଣ ଯୁବକ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ମୁଣ୍ତାପଡା ଗ୍ରାମର ମହାଲକ୍ଷ୍ମୀ ଓ ମାଁ ସନ୍ତୋଷୀ ସୟଂ ସହାୟକ ଗୋଷ୍ଠୀଙ୍କୁ ପେପର ପ୍ଳଟ ତିଆରି ମେସିନ ପ୍ରଦାନ କରାଯାଇଥିଲା। ଏହି କାର୍‌ୟଯକ୍ରମରେ ଆଖପାଖ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିବା ବେଳେ ସ୍ଥାନୀୟ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ନିରକ୍ଷକ ରବିନ୍ଦ୍ର ସିଂ, ଏସଆଇ ଛବିଳ କୁମାର ସ୍ବାଇଁ, ଜେମ୍ସ ବାର୍ଲା, କାମଦେଓ ନାରାୟଣ, ରାଜେଶ କୁମାର ପ୍ରଧାନଙ୍କ ସମେତ ୧୨ ବାଟାଲିୟନ ଏଫ କମ୍ପାନୀର ସମସ୍ତ ସୁରକ୍ଷା ଯୌବାନ ମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?