ଅହମଦାବାଦ/ନୂଆଦିଲ୍ଲୀ,୧୭ା୮: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍କିସ୍ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମଙ୍ଗଳବାର ରାଜ୍ୟ ସରକାର ଗୋଧ୍ରା ସବ୍ଜେଲରୁ ଛାଡ଼ିଦେଇଛନ୍ତି। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ମାଫ ନୀତି) ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ବିରୋଧୀ କଂଗ୍ରେସ ଏହାକୁ ସମାଲୋଚନା କରିବା ସହ ମହିଳା ସଶକ୍ତୀକରଣ କଥା କହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନ କରିବା ଉଚିତ ବୋଲି ପରାମର୍ଶ ଦେଇଛି। ଏହି ପ୍ରସଙ୍ଗକୁ ନେଇ ବିବାଦ ଜୋର୍ ଧରିଥିବାବେଳେ କେନ୍ଦ୍ର ସଫେଇ ଦେଇଛି ଯେ, ବଳାତ୍କାର ମାମଲାର ଦୋଷୀମାନଙ୍କୁ ଉକ୍ତ ନୀତି ଅଧୀନରେ ଖଲାସ କରାଯିବ ନାହିଁ ବୋଲି ପୂର୍ବରୁ ରାଜ୍ୟଗୁଡ଼ିକୁ ଗାଇଡ୍ଲାଇନ୍ ଜାରି କରାଯାଇଛି।
୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍ରେ ନିଅଁା ଲଗାଇଦେଇଥିଲେ। ଫଳରେ ଉକ୍ତ ଟ୍ରେନ୍ରେ ଅଯୋଧ୍ୟାରୁ ଫେରୁଥିବା କାରସେବକଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୋଧ୍ରାରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାର ନିଅଁା ସାରା ରାଜ୍ୟକୁ ବ୍ୟାପିଥିଲା। ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଅନେକ ହଜାର ପରିବାର ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୨୧ ବର୍ଷୀୟା ବିଲ୍କିସ୍ ୟାକୁବ୍ ରସୁଲଙ୍କ ପରିବାର ସଦସ୍ୟ। ମାର୍ଚ୍ଚ ୩ରେ ଏକ ଟ୍ରକ୍ରେ ବିଲ୍କିସ୍ଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ଦାହୋଦ ଜିଲା ରନ୍ଧିକାପୁର ଗ୍ରାମ ନିକଟରେ ୩୦-୩୫ ଦଙ୍ଗାକାରୀ ଆକ୍ରମଣ କରିଥିଲେ। ଏଥିରେ ୪ ମହିଳା ଓ ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଲ୍କିସ୍ଙ୍କ ୨ ବର୍ଷୀୟା ଝିଅ ସଲେହା ମଧ୍ୟ ଥିଲେ। ଏପରି କି ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ଥିବା ବିଲ୍କିସ୍ଙ୍କୁ ଗଣବଳାତ୍କାର କରି ମୃତ୍ୟୁ ମୁଖକୁ ଠେଲିଦେଇଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଥିଲେ ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ ପାଇଁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ।
ଏନେଇ ବିଲ୍କିସ୍ କୁହନ୍ତି, ଗଣବଳାତ୍କାରର ଶିକାର ହେବାର ୩ ଘଣ୍ଟା ପରେ ତାଙ୍କ ଚେତା ଫେରିଥିଲା। ସେତେବେଳେ ସେ ନିଜକୁ ବିବସ୍ତ୍ର ଅବସ୍ଥାରେ ପାଇଥିଲେ। ତାଙ୍କ ଚାରିପଟେ ପରିବାର ସଦସ୍ୟଙ୍କ ମୃତଦେହଗୁଡ଼ିକ ଗଡ଼ୁଥିଲା। ସେ ନିଜ ଶରୀରକୁ ଏକ କପଡ଼ାରେ ଢାଙ୍କି ନିକଟସ୍ଥ ପାହାଡ଼ିଆ ଅଞ୍ଚଳକୁ ପ୍ରାଣ ବିକଳରେ ଧାଇଁଥିଲେ। ସେଠାରେ ଥିବା ଏକ ଆଦିବାସୀ ପରିବାରରେ ଆଶ୍ରୟ ନେଇଥିଲେ। ବିଲ୍କିସ୍ ଜଣେ ନିରକ୍ଷର ମହିଳା, ଯାହାଙ୍କ ଆର୍ଥିକ ସ୍ଥିତି ଆଦୌ ଭଲ ନ ଥିଲା। ଏହାସତ୍ତ୍ୱେ ସେ ସାହସ ଜୁଟାଇ ପୋଲିସ ନିକଟକୁ ଯାଇ ବଳାତ୍କାର ମାମଲା ରୁଜୁ ଲାଗି ଏତଲା ଦେଇଥିଲେ। ଏହାର ବର୍ଷକ ପରେ ପୋଲିସ ତାଙ୍କ ବୟାନରେ ତାଳମେଳ ନ ଥିବା ଦର୍ଶାଇବାରୁ ମାଜିଷ୍ଟ୍ରେଟ୍ ପ୍ରମାଣ ଅଭାବରୁ ମାମଲା ବନ୍ଦ କରିଦେଇଥିଲେ। ବିଲ୍କିସ୍ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ଦ୍ୱାରସ୍ଥ ହେବା ସହ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିଶନ ଦାଏର କରିଥିଲେ। ଏନ୍ଏଚ୍ଆର୍ସି ସର୍ବୋଚ୍ଚ ଅଦାଲତେରେ ବିଲ୍କିସ୍ଙ୍କୁ ସମର୍ଥନ କରିଥିଲେ। ୨୦୦୩ ଡିସେମ୍ବରରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦେଇଥିଲେ। ୨୦୦୪ ଜାନୁୟାରୀରେ ସିବିଆଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଇତିମଧ୍ୟରେ ଅହମଦାବାଦରେ ଶୁଣାଣି ଚାଲିଥିବାବେଳେ ତାଙ୍କୁ ବାରମ୍ବାର ଧମକ ଦିଆଯାଉଥିବାରୁ ସେ ୨ ବର୍ଷରେ ୨୦ ଥର ନିଜ ବାସସ୍ଥାନ ପରିବର୍ତ୍ତନ କରିଥିଲେ। ଶେଷରେ ସେ ଗୁଜରାଟ ବାହାରେ ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ୨୦୦୪ ଅଗଷ୍ଟରେ ସୁପ୍ରିମକୋର୍ଟ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ଗୁଜରାଟରୁ ମୁମ୍ବାଇକୁ ସ୍ଥାନାନ୍ତର କରିଥିଲେ। ୨୦୦୮ ଜାନୁୟାରୀ ୨୧ରେ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଟ୍ରାଏଲ୍ କୋର୍ଟ ବଳାତ୍କାର ଓ ହତ୍ୟା ମାମଲାରେ ୧୩ ଦୋଷୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଯଶଓ୍ବନ୍ତ ନାଇ, ଗୋବିନ୍ଦ ନାଇ, ଶୈଳେଶ ଭଟ୍ଟ, ରାଧେଶ୍ୟାମ ଭଗବାନ ଦାଶ ଶାହା, ବିପିନ ଚନ୍ଦ୍ର ଜୋଷୀ, କେଶରଭାଇ ବୋହାନିଆ, ପ୍ରଦୀପ ମୋଢ଼ଡ଼ିଆ, ବାକାଭାଇ ବୋହନିଆ, ରାଜୁଭାଇ ସୋନି, ମିତେଶ ଭଟ୍ଟ ଓ ରମେଶ ଚାନ୍ଦନା। ଏହି ଦଣ୍ଡାଦେଶକୁ ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟ ମଧ୍ୟ ବଳବତ୍ତର ରଖିଥିଲେ। ଏଥିସହ ସ୍ବାଧୀନତା ପରେ କୌଣସି ଦଙ୍ଗା ସମ୍ପର୍କିତ ବଳାତ୍କାର ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ପ୍ରଦାନ କରାଇବାରେ ବିଲ୍କିସ୍ ଭାରତର ପ୍ରଥମ ମହିଳା ହେଲେ।
ଦୋଷୀମାନେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ ଦଣ୍ଡ ଭୋଗିସାରିଥିବାରୁ ସେମାନଙ୍କ ମଧ୍ୟରୁ ରାଧେଶ୍ୟାମ ଭଗବାନ ଶାହା ସିଆର୍ପିସି ଧାରା ୪୩୨ ଓ ୪୩୩ ଅନୁସାରେ ନିଜ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମେ’ରେ ଶୀର୍ଷ ଅଦାଲତ ଗୁଜରାଟ ସରକାରଙ୍କୁ ତାଙ୍କ ଦଣ୍ଡ କ୍ଷମା ପାଇଁ ଅନୁଧ୍ୟାନ କରିବାକୁ କହିଥିଲେ। ସରକାର ପଞ୍ଚମହଲ ଜିଲାପାଳ ସୁରଜ ମୟତ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟିର ସୁପାରିସ ଅନୁସାରେ ରାଜ୍ୟ ସରକାର ୧୧ ଦୋଷୀଙ୍କୁ ଖଲାସ କରିଥିବା କହିଛନ୍ତି। ମୁକ୍ତ ହେବା ପରେ ୬୩ ବର୍ଷୀୟ ଶୈଳେଶ ଭଟ୍ଟ ସେମାନେ ରାଜନୀତିର ଶିକାର ହୋଇ ଜେଲ ଦଣ୍ଡ ଭୋଗିଥିବା କହିଛନ୍ତି। ମଙ୍ଗଳବାର ଦୋଷୀମାନଙ୍କୁ ନିଙ୍ଗୋର ଗ୍ରାମରେ ଭବ୍ୟ ସ୍ବାଗତ କରାଯାଇଛି। ବିଲ୍କିସ୍ଙ୍କ ସ୍ବାମୀ ୟାକୁବ୍ ରସୁଲ କହିଛନ୍ତି, ଜଣେ ୩ ବର୍ଷର ଝିଅର ମା’ ତଥା ଗର୍ଭବତୀ ମୁସଲମାନ ମହିଳାଙ୍କୁ ବଳାତ୍କାର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ଅପରାଧୀମାନେ କିପରି ଜେଲ୍ରୁ ମୁକୁଳି ଆସିଲେ ତାହା ବିସ୍ମିତ କରିଛି। ଦୋଷୀମାନେ କେବେ କ୍ଷମା ଆବେଦନ କଲେ ଏବଂ କେଉଁ ସରକାର ସେମାନଙ୍କୁ ମୁକ୍ତ କରିଛନ୍ତି ତାହା ଜଣାନାହିଁ। ଏପରି କି ଏନେଇ କୌଣସି ନୋଟିସ ମଧ୍ୟ ମିଳି ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁଜରାଟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। କିନ୍ତୁ ଘର ଓ ପରିବାରର ଜଣକୁ ଚାକିରି ଏଯାଏ ମିଳିନାହିଁ। ସ୍ତ୍ରୀ ଓ ୫ ପୁଅଙ୍କୁ ଧରି ଏଠିସେଠି ଆମତ୍ଗୋପନ କରି ବଞ୍ଚତ୍ଛୁ ବୋଲି ୟାକୁବ୍ କହିଛନ୍ତି।
ଏନେଇ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅଭିଭାଷଣରେ ମହିଳା ସଶକ୍ତୀକରଣ କଥା କହୁଥିବାବେଳେ ତାଙ୍କ ରାଜ୍ୟର ଭାଜପା ସରକାର ବଳାତ୍କାରୀ ଓ ହତ୍ୟାକାରୀମାନଙ୍କୁ ମୁକୁଳା ଛାଡ଼ିଦେଇଛନ୍ତି। ଗୁଜରାଟ ସରକାରଙ୍କ ମୁକ୍ତି ନିର୍ଦ୍ଦେଶନାମା ଅପ୍ରତ୍ୟାଶିତ। ଏହା କ’ଣ ଅମୃତ ମହୋତ୍ସବ? ଗୁଜରାଟ ଦଙ୍ଗା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ। ମୋଦିଙ୍କୁ କଂଗ୍ରେସ ସେହି କଥା ସ୍ମରଣ କରାଇଦେବାକୁ ଚାହେଁ।
‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ
ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…
ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ
କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…
ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର
ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…
ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….
ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…
ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…
ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ
ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…
ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…
ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…
ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି
ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…
Archives

