Posted inଜାତୀୟ

ଗୁଜରାଟରେ ମାଗଣା ବିଜୁଳି ଯୋଗାଇଦେବେ କେଜ୍ରିଓ୍ବାଲ୍‌

ଅହମ୍ମଦାବାଦ,୨୧।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଗୁଜରାଟରେ ପହଞ୍ଚିଛନ୍ତି। ଏଠାରେ ସେ ଗୁଜରାଟବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇନ୍ତି।
ଅରବିନ୍ଦ କେଜ୍ରିୱାଲ ତାଙ୍କ ଗସ୍ତ ସମୟରେ ଗୁଜରାଟର ସୁରଟରେ ପହଞ୍ଚିଥିଲେ। ସେଠାରେ କେଜ୍ରିୱାଲ କହିଛନ୍ତି, ଗୁଜରାଟରେ ସମସ୍ତଙ୍କୁ ଭୟଭୀତ କରାଯାଇଛି। ୨୭ ବର୍ଷ ଧରି କେବଳ ଗୋଟିଏ ଦଳ ଶାସନ କରିଛନ୍ତି, ତେଣୁ ଅହଂକାର ଆସିଯାଇଛି। ବର୍ତ୍ତମାନ ମୁଁ ଗୁଜରାଟକୁ ପରିବର୍ତ୍ତନ ଚାହୁଁଛି। ଦେଶରେ ଦର୍‌ଦାମ ସହ ବିଦ୍ୟୁତ ଦର ମଧ୍ୟ ବୃଦ୍ଧି ପାଉଛି। ପଞ୍ଜାବ ଏବଂ ଦିଲ୍ଲୀରେ ଭଳି ଗୁଜରାଟରେ ଆମ ଆଦମୀ ପାର୍ଟି ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ ଯୋଗାଇ ଦେବାକୁ ଚାହୁଁଛୁ। ସମସ୍ତ ଘରୋଇ ଗ୍ରାହକଙ୍କୁ ୩୦୦ ୟୁନିଟ ବିଦ୍ୟୁତ ମାଗଣାରେ ଦିଆଯିବ।
ଏଥି ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେୱଡି(ମିଠା) ମନ୍ତବ୍ୟକୁ ନେଇ ମଧ୍ୟ କେଜ୍ରିଓ୍ବାଲ୍‌ ଜବାବ ରଖିଛନ୍ତି। ସେ କହିଛନ୍ତି, କିଛି ଲୋକ ରେୱଡି ବିଷୟରେ କହୁଛନ୍ତି। ଯେତେବେଳେ ରେୱଡି ସର୍ବସାଧାରଣଙ୍କ ମଧ୍ୟରେ ମାଗଣାରେ ବଣ୍ଟନ ହୁଏ, ଏହାକୁ ‘ପ୍ରସାଦ’ କୁହାଯାଏ । କିନ୍ତୁ ଯେତେବେଳେ ଏହା ବନ୍ଧୁ, ମନ୍ତ୍ରୀମାନଙ୍କୁ ମାଗଣାରେ ଦିଆଯାଏ, ଏହା ହେଉଛି ପାପ। ଆମ କର୍ମୀମାନେ ଲୋକଙ୍କୁ ଯେଉଁ ରେୱଡି ବାଣ୍ଟିଛନ୍ତି, ତାହା ଭଗବାନଙ୍କ ପ୍ରସାଦ।
ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେଶରେ ମାଗଣା ରଓ୍ବେଡି ବଣ୍ଟନ କରି ଭୋଟ ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି, ଯାହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri