ଗହଳି କମାଇବ ଗାଇଡଲାଇନ୍‌

ପରିକ୍ଷିତ ସାହୁ
ବଇଣ୍ଡା,୧ା୯(ଡି.ଏନ.ଏ.) – ଏଣିକି ଆଉ ତରବର ହେବେନି ବ୍ୟବସାୟୀ। ବଜାରରେ ଗହଳି ଜମାଇବେନି ଜନସାଧାରଣ। ନାଇଟ୍‌ କର୍ଫ୍ୟୁ ମଧ୍ୟ ସେତେଟା ପ୍ରଭାବିତ କରିବନି ବେପାରକୁ। କାରଣ ଦୋକାନ ବଜାର ଖୋଲିବା ଅବଧି ବଢ଼ାଇଛନ୍ତି ସରକାର। ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ରେ ଜୀବିକାକୁ ଦେଇଛନ୍ତି ଅଧିକ ଗୁରୁତ୍ୱ। ଫଳରେ ଦୀର୍ଘଦିନ ପରେ ଚଳଚଞ୍ଚଳ ହେବ ହାଟ ଓ ବଜାର। ଠେଲା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍‌ ବିକ୍ରେତାଙ୍କ ଯାଏ ଆଉ କେହି କରିବେନି ମନଊଣା। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣାରେ ଏପରି ଦିଆଯାଇଛି କୋହଳ। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅନୁଗୋଳ ଜିଲା ବଇଣ୍ଡା ଅଞ୍ଚଳର ବ୍ୟବସାୟୀ।
ରାଜ୍ୟରେ କରୋନାର କୋପ ଆଉ ସେତେଟା ନାହିଁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ଶହକୁ ଖସି ଆସିଲାଣି। ଏହାଛଡ଼ା ପାର୍ବଣ ଋତୁ ପହଞ୍ଚିଯାଇଥିବାରୁ ଏବେ କିଣାବିକା ବଢ଼ିବ। ତେଣୁ ଏପରି ସମୟରେ କୋଭିଡ୍‌ କଟକଣାରେ ଢିଲା ଦିଆଗଲେ ସଂକୁଚିତ ହୋଇଯାଇଥିବା ଜୀବନ ଜୀବିକା ପ୍ରସାରିତ ହୋଇପାରିବ। ରାଜକୋଷକୁ ମଧ୍ୟ ଅଧିକ ଟିକସ ଆସିପାରିବ। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଘୋଷଣା କରିଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ବହୁ କୋହଳ ମନୋଭାବ ଦେଖାଇଛନ୍ତି। ସାଂସ୍କୃତିକ ଓ ଧାର୍ମିକ ଆୟୋଜନକୁ ସବୁଜ ସଂକେତ ଦେଇ ନ ଥିଲେ ହେଁ ମଲ୍‌ ଓ ସିନେମା ହଲ୍‌ ପାଇଁ ରଖାଯାଇଥିବା ନିୟମ ଢିଲା କରିଛନ୍ତି। ନାଇଟ୍‌ କର୍ଫ୍ୟୁକୁ ରାତି ୧୦ଟାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସକାଳ ୫ରୁ ରାତି ୧୦ଟା ଯାଏ ବ୍ୟବସାୟ କରିବାକୁ ଦିଆଯାଇଥିବା ଅନୁମତି ବଜାରକୁ ସ୍ବାଭାବିକ କରିବାକୁ ପର୍ଯ୍ୟାପ୍ତ। ତେଣୁ ପୂର୍ବପରି ବେପାର ବଣିଜରେ ଏଣିକି ଆଉ ଅସୁବିଧା ରହିବ ନାହିଁ। ଲୋକମାନେ ଅଧିକ ସମୟ ପାଇଥିବାରୁ ଚଢ଼ାଚଢ଼ି ହୋଇ ସାମଗ୍ରୀ କିଣିବେ ନାହିଁ। ବଜାରରେ ଜନଗହଳି ପୂର୍ବାପେକ୍ଷା କମ୍‌ ରହିବ। ରାତି ୧୦ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବାକୁ ଥିବାରୁ ବ୍ୟବସାୟୀମାନଙ୍କୁ ମଧ୍ୟ ତରବର ହୋଇ ଦୋକାନ ବନ୍ଦ କରିବାକୁ ପଡ଼ିବ ନାହିଁ। ବିବାହ, ବ୍ରତୋପନୟନରେ ୨୫୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ତେଣୁ ସ୍ଥଗିତ ରଖାଯାଉଥିବା ଏସବୁ ମାଙ୍ଗଳିକ କାର୍ଯ୍ୟ କରିବାକୁ ଲୋକେ ଆଗ୍ରହ ଦେଖାଇବେ। ଫଳରେ ଏହାସହିତ ଜଡ଼ିତ ଅନେକ ଲୋକ ସେମାନଙ୍କ ଜୀବିକା ଫେରିପାଇପାରିବେ।
ବ୍ୟବସାୟ ଭଲ ହେବ
ସକାଳ ୫ଟାରୁ ରାତି ୧୦ଟା ଯାଏ ବ୍ୟବସାୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିବାରୁ ଏଥର ଆଉ ଅସୁବିଧା ହେବ ନାହିଁ। ପୂର୍ବରୁ ରାତି ୮ଟାରୁ ଦୋକାନ ବନ୍ଦ କରିବାକୁ ପଡ଼ୁଥିବାରୁ ବେପାର ବାଧାପ୍ରାପ୍ତ ହେଉଥିଲା। ସରକାର ବ୍ୟବସାୟୀଙ୍କ ଦୁଃଖ ଶୁଣିଛନ୍ତି। ତେବେ ଟିକାକରଣର ଗତିକୁ ଆହୁରି ବଢ଼ାଯାଉ।
-ସର୍ବେଶ୍ୱର ସାହୁ, ବ୍ୟବସାୟୀ, ବଇଣ୍ଡା
ପୂଜାକୁ ଦେଖି କଟକଣା
ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ସରକାର ପୂର୍ବ କଟକଣାରେ ସାମାନ୍ୟ କୋହଳ କରିଛନ୍ତି। ନଚେତ୍‌ ସଂକ୍ରମଣ ଯେପରି ତଳମୁହଁା ହୋଇଛି କଟକଣା ସମ୍ପୂର୍ଣ୍ଣ ଢିଲା କରାଯାଇଥାନ୍ତା। ତଥାପି ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କାରଣ ଦୋକାନ ବଜାର ରାତି ୧୦ଟା ଯାଏ ଖୋଲା ରଖିବାକୁ ଅନୁମତି ମିଳିଛି।
-ପ୍ରଦୀପ କୁମାର ସାହୁ, ବ୍ୟବସାୟୀ, ବଇଣ୍ଡା
ସମସ୍ତ ବ୍ୟବସାୟୀଙ୍କୁ ସୁହାଇବ
ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ରେ ବ୍ୟବସାୟ ସମୟକୁ ଅଧିକ ୨ ଘଣ୍ଟା ବଢ଼ାଯାଇଛି। ବିଶେଷକରି ନାଇଟ୍‌ କର୍ଫ୍ୟୁ ରାତି ୧୦ଟାରୁ ଆରମ୍ଭ ହେବା ଦ୍ୱାରା ବୁଲା ବ୍ୟବସାୟୀମାନେ ଦୂର ସ୍ଥାନରୁ ଘରକୁ ଫେରିବାରେ ଆଉ ଅସୁବିଧା ଭୋଗିବେ ନାହିଁ। ସରକାରଙ୍କ ନିୟମ ସମସ୍ତେ ମାନି ଚଳିଲେ ସଂକ୍ରମଣ ଅଧିକ ବୃଦ୍ଧି ପାଇବ ନାହିଁ।
-ରମାକାନ୍ତ ବେହେରା, ବ୍ୟବସାୟୀ, ବଇଣ୍ଡା
ନାଇଟ୍‌ କର୍ଫ୍ୟୁ ଉଠାଯିବା ଆବଶ୍ୟକ
ବଇଣ୍ଡା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରାତିରେ ଅନେକ ଚା’ ଦୋକାନ ଖୋଲା ରହିଥାଏ। ଏହାଦ୍ୱାରା ହଜାର ହଜାର ଟ୍ରକ୍‌ ଚାଳକ ଉପକୃତ ହୋଇଥାନ୍ତି। ନାଇଟ୍‌ କର୍ଫ୍ୟୁ ଯୋଗୁ ଏହି ଚା’ ଦୋକାନୀଙ୍କ ବେପାରରେ ତାଲା ପଡ଼ୁଛି। ତେବେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଉଠିଯିବା ପରିବା ବ୍ୟବସାୟୀଙ୍କୁ ସୁହାଇବ।
-ପ୍ରବୀଣ କୁମାର ସାହୁ, ବଇଣ୍ଡା ବଜାର ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଇଞ୍ଜିନିୟରିଂ ଛାଡ଼ି ଷ୍ଟ୍ରବେରି ଚାଷକୁ ଆପଣାଇଛନ୍ତି ସଫଳଚାଷୀ ଭାଗୀରଥି

କାଳିଆପାଣି,୨୬ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ଅନ୍ତର୍ଗତ ରାଇଟିକର ଗ୍ରାମର ଭାଗୀରଥି ସ୍ବାଇଁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ଷ୍ଟ୍ରବେରି ଚାଷ କରି ସଫଳ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri