ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍‌ ସହାୟତା ହଡ଼ପ: ତଦନ୍ତ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚୟାତରେ କୋଭିଡ୍‌ ସହାୟତା ରାଶି ଓ ରାଶନ ସାମଗ୍ରୀ ହଡ଼ପ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗତବର୍ଷ ୧୪ଜଣ ମୃତ ହିତାଧିକାରୀଙ୍କ ନାମରେ ଆସିଥିବା ଏକ ହଜାର ଲେଖାଏ ସହାୟତା ବାବଦ ଅର୍ଥ ଉଠାଯାଇଥିବା ଓ ସେମାନଙ୍କ ନାମରେ ଦୀର୍ଘ ବର୍ଷ ଧରି ରାଶନ ସାମଗ୍ରୀ ହଡ଼ପ ହୋଇଥିବା ଉକ୍ତ ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି ଟଙ୍କା ଯୋଗାଣ ବିଭାଗର ଜଣେ ଅଧିକାରୀ ବଣ୍ଟନ କରିଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ପ୍ରକାଶ ଯେ, ଉଦୟପୁର ପଞ୍ଚାୟତର ୧୩୬୫ ହିାଧିକାରୀଙ୍କ ପାଇଁ ଗତ ବର୍ଷ କୋଭିଡ୍‌ ସହାୟତା ଅର୍ଥ ଆସିଥିଲା। ତେବେ ୧୩୬୦ଜଣଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କାଗଜପତ୍ର ହିସାବରୁ ଜଣାପଡ଼ିଛି। କିନ୍ତୁ ୧୩୬୦ ଜଣଙ୍କ ମଧ୍ୟରୁ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ା ଏଣୁ ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ସହାୟତା ଅର୍ଥକୁ ହଡ଼ପ କରାଯାଇଥିବା ଏବଂ ସେମାନଙ୍କ ନାମରେ ବାରମ୍ବାର ରାଶନ ସାମଗ୍ରୀ ଉଠାଯାଇଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ପରେ ସାହାରପଡା ବିଡିଓ ଲମ୍ବୋଧର ଖୁଣ୍ଟିଆ ତଦନ୍ତ କରି ଏହାର ରିପୋର୍ଟ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ପାଖକୁ ପଠାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଉପଜିଲାପାଳଙ୍କୁ ଜଣାଇଥିଲେ। ଉପଜିଲାପାଳଙ୍କୁ ଅଭିଯୋଗ କରିବାରୁ ସେ ରିପୋର୍ଟ ପାଇ ନ ଥିବା କହିଛନ୍ତି। ଖବର ପାଇବା ପରେ ସେ ନିଜେ ସାହାରପଡ଼ା ଯାଇ ଏହାର କପି ଆଣି ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଇଥିବା ଉପଜିଲାପାଳ କିସ୍କୁ କହିଛନ୍ତି। ତେବେ କିଏ ଓ କାହିଁକି ଉପଜିଲାପାଳଙ୍କୁ ରିପୋର୍ଟ ନ ଦେଇ ଦୀର୍ଘ ମାସ ହେଲା ଚପାଇବାକୁ ଉଦ୍ୟମ କରିଥିଲେ ସେ ନେଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏନେଇ ସରପଞ୍ଚ ସତ୍ୟନାରାୟଣ ନାୟକ କହିଛନ୍ତି, କୋଭିଡ୍‌ ସମୟରେ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ବ୍ୟସ୍ତ ଥିଲେ ା ଏଣୁ ଯୋଗାଣ ବିଭାଗର ସମ୍ପୃକ୍ତ ଅଧିକାରୀ ବ୍ୟାଙ୍କରୁ ସହାୟତା ବାବଦକୁ ୧୩ ଲକ୍ଷ ୬୫ ହଜାର ଟଙ୍କା ଉଠାଇ ବଣ୍ଟନ କରିଥିଲେ। ତେବେ ଏହା ମଧ୍ୟରେ ମୃତ ବ୍ୟକ୍ତିଙ୍କ ନାମ ରହିଥିବା ଓ୍ବାର୍ଡମେମ୍ବରଙ୍କଠାରୁ ଅଭିଯୋଗ ପାଇବା ପରେ ବ୍ଲକ ଯାଇ ଅଭିଯୋଗ କରିଥିଲେ। ଏନେଇ ବ୍ଲକରୁ ଏକ କମିଟି ଆସି ତଦନ୍ତ କରି ସତ୍ୟାସତ୍ୟ ଜାଣିଥିଲେ। ତେବେ ଧରା ପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ସାହାରପଡ଼ା ବିଡିଓ ଖୁଣ୍ଟିଆ କହିଛନ୍ତି, ଉପଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?