ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍‌ ସହାୟତା ହଡ଼ପ: ତଦନ୍ତ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚୟାତରେ କୋଭିଡ୍‌ ସହାୟତା ରାଶି ଓ ରାଶନ ସାମଗ୍ରୀ ହଡ଼ପ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗତବର୍ଷ ୧୪ଜଣ ମୃତ ହିତାଧିକାରୀଙ୍କ ନାମରେ ଆସିଥିବା ଏକ ହଜାର ଲେଖାଏ ସହାୟତା ବାବଦ ଅର୍ଥ ଉଠାଯାଇଥିବା ଓ ସେମାନଙ୍କ ନାମରେ ଦୀର୍ଘ ବର୍ଷ ଧରି ରାଶନ ସାମଗ୍ରୀ ହଡ଼ପ ହୋଇଥିବା ଉକ୍ତ ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଛନ୍ତି। ଏହି ଟଙ୍କା ଯୋଗାଣ ବିଭାଗର ଜଣେ ଅଧିକାରୀ ବଣ୍ଟନ କରିଥିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।
ପ୍ରକାଶ ଯେ, ଉଦୟପୁର ପଞ୍ଚାୟତର ୧୩୬୫ ହିାଧିକାରୀଙ୍କ ପାଇଁ ଗତ ବର୍ଷ କୋଭିଡ୍‌ ସହାୟତା ଅର୍ଥ ଆସିଥିଲା। ତେବେ ୧୩୬୦ଜଣଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କାଗଜପତ୍ର ହିସାବରୁ ଜଣାପଡ଼ିଛି। କିନ୍ତୁ ୧୩୬୦ ଜଣଙ୍କ ମଧ୍ୟରୁ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ା ଏଣୁ ମୃତ ବ୍ୟକ୍ତିଙ୍କ ନାମରେ ଆସିଥିବା ସହାୟତା ଅର୍ଥକୁ ହଡ଼ପ କରାଯାଇଥିବା ଏବଂ ସେମାନଙ୍କ ନାମରେ ବାରମ୍ବାର ରାଶନ ସାମଗ୍ରୀ ଉଠାଯାଇଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ପରେ ସାହାରପଡା ବିଡିଓ ଲମ୍ବୋଧର ଖୁଣ୍ଟିଆ ତଦନ୍ତ କରି ଏହାର ରିପୋର୍ଟ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ପାଖକୁ ପଠାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଉପଜିଲାପାଳଙ୍କୁ ଜଣାଇଥିଲେ। ଉପଜିଲାପାଳଙ୍କୁ ଅଭିଯୋଗ କରିବାରୁ ସେ ରିପୋର୍ଟ ପାଇ ନ ଥିବା କହିଛନ୍ତି। ଖବର ପାଇବା ପରେ ସେ ନିଜେ ସାହାରପଡ଼ା ଯାଇ ଏହାର କପି ଆଣି ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଇଥିବା ଉପଜିଲାପାଳ କିସ୍କୁ କହିଛନ୍ତି। ତେବେ କିଏ ଓ କାହିଁକି ଉପଜିଲାପାଳଙ୍କୁ ରିପୋର୍ଟ ନ ଦେଇ ଦୀର୍ଘ ମାସ ହେଲା ଚପାଇବାକୁ ଉଦ୍ୟମ କରିଥିଲେ ସେ ନେଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏନେଇ ସରପଞ୍ଚ ସତ୍ୟନାରାୟଣ ନାୟକ କହିଛନ୍ତି, କୋଭିଡ୍‌ ସମୟରେ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ବ୍ୟସ୍ତ ଥିଲେ ା ଏଣୁ ଯୋଗାଣ ବିଭାଗର ସମ୍ପୃକ୍ତ ଅଧିକାରୀ ବ୍ୟାଙ୍କରୁ ସହାୟତା ବାବଦକୁ ୧୩ ଲକ୍ଷ ୬୫ ହଜାର ଟଙ୍କା ଉଠାଇ ବଣ୍ଟନ କରିଥିଲେ। ତେବେ ଏହା ମଧ୍ୟରେ ମୃତ ବ୍ୟକ୍ତିଙ୍କ ନାମ ରହିଥିବା ଓ୍ବାର୍ଡମେମ୍ବରଙ୍କଠାରୁ ଅଭିଯୋଗ ପାଇବା ପରେ ବ୍ଲକ ଯାଇ ଅଭିଯୋଗ କରିଥିଲେ। ଏନେଇ ବ୍ଲକରୁ ଏକ କମିଟି ଆସି ତଦନ୍ତ କରି ସତ୍ୟାସତ୍ୟ ଜାଣିଥିଲେ। ତେବେ ଧରା ପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ସାହାରପଡ଼ା ବିଡିଓ ଖୁଣ୍ଟିଆ କହିଛନ୍ତି, ଉପଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri