ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ ସ୍କୁଲ ଯାଇ ନ ଥିବାରୁ ଏବେ ସେମାନଙ୍କ ପାଠପଢ଼ା କିପରି ହେବା ଉଚିତ ସେ ନେଇ ବିଭାଗ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି।

ପ୍ରଥମ ସପ୍ତାହ ପାଠପଢ଼ା ହେବ ନାହିଁ। ଏହି ସମୟରେ ଷ୍ଟୋରୀ ଟେଲିଂ, ଚିତ୍ରାଙ୍କନ, କ୍ଲେ ମଡେଲିଂ ଭଳି ବିଭିନ୍ନ ଆକ୍ଟିଭିଟିରେ ପିଲାଙ୍କୁ ସାମିଲ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ନିଜ ବିଦ୍ୟାଳୟରେ ଏହିଭଳି କିଛି ଆକ୍ଟିଭିଟି କରିପାରିବେ। ସେହିଭଳି ଶିକ୍ଷଣ ସ୍ତର ଜାଣିବା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟ କରାଯିବ। ଓଡ଼ିଆ, ଗଣିତ ଓ ଇଂଲିଶ ଆଦି ତିନୋଟି ବିଷୟରେ ପରୀକ୍ଷା ହେବ। ମାର୍ଚ୍ଚ ୯ରୁ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଟିଇଆଣ୍ଡ୍‌ଏସ୍‌ସିଇଆର୍‌ଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପ୍ରଥମ ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ, ୧୦ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଏବଂ ୧୧ ତାରିଖରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ଇଂଲିଶ ବିଷୟରେ ପରୀକ୍ଷା ହେବ। ପିଲାଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସ୍କୁଲ ଖୋଲିବା ପୂର୍ବରୁ ଗ୍ରାମାଞ୍ଚଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ଏସ୍‌ଏମ୍‌ସି ଓ ସିଆର୍‌ସି ସାମିଲ ହେବେ। ସେହିଭଳି ସ୍କୁଲ ଖୋଲିବା ପୂର୍ବରୁ ୨୬ ତାରିଖରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହେବ।

ସ୍କୁଲ ତରଫରୁ କ’ଣ ପଦକ୍ଷେପ ନିଆଯାଇଛି, କ’ଣ କ’ଣ ଆକ୍ଟିଭିଟି କରାଯିବ, ସେ ନେଇ ସମସ୍ତ ସୂଚନା ଅଭିଭାବକଙ୍କୁ ଦେବା ପାଇଁ କୁହାଯାଇଛି। ଏଥି ସହିତ ପିଲାଙ୍କ ବିକାଶ ପାଇଁ ଅଭିଭାବକଙ୍କ ଭୂମିକା ନେଇ ମଧ୍ୟ ଆଲୋଚନା କରାଯିବ। ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସର ସଫାସୁତୁରା କରିବା ସହିତ ସାନିଟାଇଜ କରାଯିବ ଏବଂ ସ୍କୁଲର ପ୍ରବେଶ ଦ୍ୱାରକୁ ବେଲୁନରେ ସଜାଯିବ। ପିଲାଙ୍କ ଉପରେ ଫୁଲ ପକାଇ ସ୍ବାଗତ କରିବାକୁ କୁହାଯାଇଛି। ସ୍କୁଲ ସୁରକ୍ଷା, ସଫା ରଖିବା, ପରିଚାଳନା ଆଦି ବିଭିନ୍ନ ଦିଗକୁ ନେଇ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଏସ୍‌ଏମ୍‌ସିଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଶାସନ ସଚିବଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ସରକାରୀ ଅଧିକାରୀ ଜନସାଧାରଣଙ୍କ ବିଶ୍ୱାସର ମାର୍ଫତଦାର। ତେଣୁ ଅଧିକାରୀଟିଏ ସେବା ମନୋଭାବ ରଖି ସହୃଦୟତାର ସହ କାର୍ଯ୍ୟ କରିବା ଉଚିତ ବୋଲି ବିଦାୟୀ ମୁଖ୍ୟ...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ...

ଯୋଜନା ଅପହଞ୍ଚ, ଦାଦନରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨୭।୨: ଦାଦନସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଭଳି ପ୍ରଭାବିତ ଅଞ୍ଚଳ ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି...

ରାଜ୍ୟର ୧୨ ହସ୍ପିଟାଲରେ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଉନ୍ମୋଚିତ: ସ୍ବାସ୍ଥ୍ୟସେବା ସଂକ୍ରାନ୍ତ ସୂଚନା ପାଇବେ ଜନସାଧାରଣ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସଚେତନତା ବୃଦ୍ଧି ତଥା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ଅପ୍‌ଡେଟ୍‌ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଓ ପରିବାର...

ହକି ବିଶ୍ୱକପ୍‌ ପାଇଁ ଆସିଥିଲା କୋକେନ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶାରେ ଦାମୀ ନିଶାଦ୍ରବ୍ୟ କୋକେନ କାରବାରକୁ ନେଇ ହଇଚଇ ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର...

ଆସୁଛି ଜାଗରଯାତ୍ରା: ଏକାଠି ଦୀପ ଜାଳିବେନି ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୭।୩(ଡି.ଏନ୍‌.ଏ.): ଆସନ୍ତା ୧୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଶୈବପୀଠଗୁଡ଼ିକରେ ଚଳିତ ବର୍ଷ ସାଧାରଣ ଦର୍ଶନ...

ଓକିଲାତିନାମାରେ ଅତିରିକ୍ତ ଷ୍ଟାମ୍ପ୍‌ ଫି’ ଲାଗୁ ୬ ସପ୍ତାହ ଘୁଞ୍ଚିଲା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍‌ ବାର କାଉନ୍‌ସିଲ ଆଡ୍‌ଭୋକେଟ୍‌ସ ଓ୍ବେଲ୍‌ଫେୟାର କର୍ପସ ଫଣ୍ଡ୍‌ ଷ୍ଟାମ୍ପ୍‌ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର...

Advertisement
Archives

Model This Week