ଚକଡ଼ା ପୋକ ଦମନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୬।୯(ବ୍ୟୁରୋ): ଖରିଫ ଧାନରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଚକଡ଼ା ପୋକ ବା ମାଟିମୁଣ୍ଡିଆ ପୋକ ଦେଖାଯାଏ। ତାପମାତ୍ରା ୨୮-୩୦ ଡିଗ୍ରୀ ସେଲସିୟସ ଓ ମଧ୍ୟମ ଧରଣର ବର୍ଷା ତଥା ଅଧିକ ଆର୍ଦ୍ରତା ରହିଲେ ଏହି ପୋକ ଅଧିକ ଲାଗେ। ଅଧିକ ପବନ ହେଲେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଚକଡ଼ା ପୋକ ସହଜରେ ଯାଇପାରେ। ତେଣୁ ଏହି ପୋକ ଦମନ ଓ ପରିଚାଳନା ପାଇଁ କୃଷକଙ୍କ ନିମନ୍ତେ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହି କୀଟଗୁଡ଼ିକ ଧାନ ଗଛରୁ ରସ ଶୋଷି ଖାଆନ୍ତି। ସାଧାରଣତଃ ଧାନ କିଆରିରେ ମଧ୍ୟଭାଗରୁ ଏହି ପୋକ ଆକ୍ରମଣ ଆରମ୍ଭ ହୁଏ। ପୋକ ଦ୍ୱାରା ଆକ୍ରାନ୍ତ ଧାନ ଗଛର ପତ୍ରଗୁଡ଼ିକ ହଳଦିଆ ହୋଇଯାଏ। କିଆରିରେ ଚକଡ଼ା ଚକଡ଼ା ହୋଇ ଧାନ ଗଛ ମରିଯାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସୁବିଧା ଥିଲେ କିଆରିରୁ ଜଳ ନିଷ୍କାସନ କରନ୍ତୁ ଓ ଦରକାର ପଡ଼ିଲେ ପୁଣି ପାଣି ଭରି କରନ୍ତୁ। ପ୍ରତି ୬ଫୁଟ ଅନ୍ତରରେ ପାହି କରି ଦିଅନ୍ତୁ। ଏହାଦ୍ୱାରା ବୁଦା ମୂଳକୁ ସୂର୍ଯ୍ୟ ଆଲୋକ ଓ ବାୟୁ ଚଳାଚଳ ସହଜ ହେବା ସହିତ କୀଟନାଶକ ପ୍ରୟୋଗ କରିବାରେ ସୁବିଧା ହେବ। ହସ୍ତ ଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ଏକର ପ୍ରତି ୨ଶହ ଲିଟର କୀଟନାଶ ଦ୍ରବଣ ଓ ଶକ୍ତିଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ୬୦-୭୦ଲିଟର କୀଟନାଶକ ଦ୍ରବଣ ସିଞ୍ଚନ କରନ୍ତୁ। ଗୋଟିଏ କୀଟନାଶକକୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ। ପୋକ ସଂକ୍ରମଣ ହୋଇଥିଲେ ଯବକ୍ଷାରଜାନଜାତୀୟ ସାର ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଉଛି। ଏବେ ‘ସ୍ବଚ୍ଛତା ପଖଓ୍ବାଡ଼ା’ ଚାଲିଛି।...

ଶିଶୁଙ୍କ ଜଳଖିଆରେ ପୋକ ଘଟଣା: ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

ରୂପ୍‌ସା, ୧୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି-୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି। ଗତ ୭ତାରିଖରେ ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବା ଘଟଣାରେ...

ଆଜି ରାଜ୍ୟରୁ ୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଡୋକରୀଚଞ୍ଚରାର ହେବ ସୌନ୍ଦର୍ଯ୍ୟକରଣ, ପ୍ରତିଶ୍ରୁତି ଦେଲେ ୫-ଟି ସଚିବ

କୋକସରା,୨୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗସ୍ତରେ ଆସି ଶନିବାର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିରରେ ମଧ୍ୟାହ୍ନରେ ପହଞ୍ଚି ପ୍ରଥମେ...

ସପ୍ତାହକୁ ୫ଦିନ ଶଟ୍‌ଡାଉନ୍‌ ଖବର ଗୁଜବ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟର ୧୧ଟି ଜିଲାରେ ସପ୍ତାହକୁ ୫ଦିନ ଶଟ୍‌ଡାଉନ ହେବା ନେଇ ଏକ ଖବର ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ ଏହି ଖବର ଗୁଜବ...

ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ନିଆଯାଇନାହିଁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ନିୟମ କୋହଳ କରାଯାଇଥିଲେ ସୁଦ୍ଧା ଆନ୍ତଃରାଜ୍ୟ ବସ୍‌ ଚଳାଚଳ ନେଇ ଅନିଶ୍ଚିତତା ଜାରି ରହିଛି। ଏ ନେଇ ଶନିବାର ପ୍ରତିକ୍ରିୟା ରଖି...

ମାଡ଼ି ଆସୁଛି ବାତ୍ୟା ‘ୟାସ’: ୪ମିଟର ଉଠିବ ସାମୁଦ୍ରିକ ଜୁଆର

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେଶନ) ସୋମବାର ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏହା ପାରାଦୀପଠାରୁ ପୂର୍ବ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୨୦...

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ।...

Advertisement
Archives

Model This Week