ଅସୀତ ପୁଣି ଭୁବନେଶ୍ୱର କ୍ଲବ ସଭାପତି

ଭୁବନେଶ୍ବର,୨୬ା୯(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ୍‌ ତ୍ରିପାଠୀ ପୁଣିଥରେ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅସୀତ ଏବଂ ପୂର୍ବତନ ଗ୍ରାମ୍ୟ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ନିର୍ବାଚନରେ ମୋଟ୍‌ ୧୯୫୦ ସଦସ୍ୟଙ୍କ ମଧ୍ୟରୁ ୧୦୫୪ ସଦସ୍ୟ ମତଦାନ କରିଥିଲେ। ଅସୀତ ୮୫୮ ଖଣ୍ଡ (୮୧.୫%) ଭୋଟ୍‌ ପାଇଥିବାବେଳେ ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି। ସତ୍ୟପ୍ରକାଶଙ୍କୁ ୧୮୯ ଖଣ୍ଡ ଭୋଟ୍‌ ମିଳିଛି। ମତଦାନ ଲାଗି କ୍ଲବ୍‌ ପରିସରରେ ୫ଟି ବୁଥ୍‌ ହୋଇଥିଲା। ଅସୀତଙ୍କ ଟିମ୍‌ରେ ଉପସଭାପତି ପଦ ଲାଗି ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଏବଂ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ଏବଂ ସତ୍ୟପ୍ରକାଶ ନନ୍ଦଙ୍କ ଟିମ୍‌ରେ ତାପସ ରାୟ ଉପସଭାପତି, ମାନସ ରଞ୍ଜନ ଦାସ ସମ୍ପାଦକ, ଜ୍ୟୋତିର୍ମୟ ମହାନ୍ତି ଯୁଗ୍ମ ସଚିବ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ମହେନ୍ଦ୍ର ଗୁପ୍ତା ୬୬୨ ଖଣ୍ଡ ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ୭୨୩ ଖଣ୍ଡ ଭୋଟ୍‌ ପାଇ ଦିଲ୍ଲୀପ ରାଉତରାୟ ସମ୍ପାଦକ ହୋଇଥିବା ବେଳେ ଅଶୋକ ମିଶ୍ର ୭୫୯ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ୱର କ୍ଲବ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କ୍ଲବ ପରିସରରେ ବାଜା ଓ ବାଣ ଫୁଟାଇ ଅସୀତଙ୍କ ସମର୍ଥକ ଖୁସି ପାଳନ କରିଛନ୍ତି। ଏହି ଅବସରରେ ଅସୀତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କିଛିଦିନ ମଧ୍ୟରେ କ୍ଲବରେ ଯେଉଁ କାମ ହୋଇଛି ତାହାକୁ କ୍ଲବ ସଦସ୍ୟମାନେ ସମର୍ଥନ କରିଛନ୍ତି। ଏହି କ୍ଲବକୁ ଏବେ ସାମାଜିକ, ସାଂସ୍କୃତିକ ଏବଂ ଅଭିଜ୍ଞ ପ୍ଲାଟଫର୍ମ କରିବାକୁ ଚେଷ୍ଟା କରିବୁ। ଏନେଇ ଦୂରଦୃଷ୍ଟି ଆମ ସମସ୍ତଙ୍କ ରହିଛି। ସମ୍ପାଦକ ଦିଲ୍ଲୀପ ରାଉତରାୟ କହିଛନ୍ତି, ଭୁବନେଶ୍ୱର କ୍ଲବକୁ ଏପରି ନୂତନ ସୋପାନରେ ନେଇ ପହଞ୍ଚାଇବୁ ଯେପରି ଭାରତ ବର୍ଷରେ ତା’ର ଖ୍ୟାତି ରହିବ। ଭୁବନେଶ୍ୱର କ୍ଲବରେ କ’ଣ ହୁଏ ସେନେଇ ଅନେକ ସମୟରେ ଆମେ ଲୋକଙ୍କୁ ଜଣାଇଥାଉ। ଚେଷ୍ଟା କରିବୁ କ୍ଲବର କାର୍ଯ୍ୟକ୍ରମ ଯେପରି ଆଗାମୀ ଦିନରେ ଆହୁରି ପ୍ରଚାର ପ୍ରସାରିତ ହୋଇପାରିବ। ପ୍ରକାଶ ଯେ, ୨୦୨୧ କ୍ଲବ୍‌ ନିର୍ବାଚନରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ହରାଇ ଅସୀତ ସଭାପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

ନିର୍ବାଚନରୁ ଓହରିଲେ ବିରଞ୍ଚତ୍

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ...

ନିଦ ହଜାଇଲେଣି ସାଇବର ଅପରାଧୀ

ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍‌ସଆପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri