ଏକାଦଶ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏ ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ୧୬ ତାରିଖ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିବା ସେ ଅବଗତ କରିଛନ୍ତି। ତେବେ ଗାଇଡ୍‌ଲାଇନ୍‌ ଅନୁସାରେ, ପ୍ରଥମ ଦିନରେ ଦୂର ଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ଇଣ୍ଡକ୍ସନ ସେସନ୍‌ ରଖାଯିବ। ଏହି ସେସନ୍‌ରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଇଣ୍ଡକ୍ସନ କ୍ଲାସ ପରିଚାଳନା କରିବେ। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍‌ କ୍ଲାସ ମଧ୍ୟ ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍‌ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଛାତ୍ରୀଛାତ୍ରମାନେ ନଭେମ୍ବର ୧ରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍‌ ରୁମ୍‌କୁ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର...

ବୁଲିପାରିଲେନି ବୋଲି କାଠରେ ତିଆରି କଲେ ବିସ୍ମୟ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପିଲାବେଳୁ ସ୍ବପ୍ନ ଥିଲା ପ୍ୟାରିସ୍‌ର ଏଫିଲ୍‌ ଟାଓ୍ବାର ଥରେ ଦେଖିବା, ଆଗ୍ରାର ତାଜମହଲ ଆଗରେ ଫଟୋ ଉଠାଇବା, ଆଉ ଇଜିପ୍ଟର ପିରାମିଡ୍‌ ବୁଲିବା। ହେଲେ...

ଶାସକ ଦଳର ନେତାଙ୍କ ପାଇଁ ଆଇନ ଅବାଟରେ ଯାଉଛି : କଂଗ୍ରେସ

ଭୁବନେଶ୍ୱର,୭ା୫(ବ୍ୟୁରୋ): ଶାସକ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀଙ୍କ ଯୋଗୁ ରାଜ୍ୟରେ ଆଇନ ଅବାଟରେ ଯାଉଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଶୁକ୍ରବାର କଂଗ୍ରେସ...

କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍‌ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର

ଭବାନୀପାଟଣା,୧୯।୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍‌ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ...

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭:  ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର...

ଗୋରୁ ଗୋଠ ଉପରେ ବଜ୍ରପାତ

ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...

ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ...

ଦୁର୍ବଳ ଛାତ୍ରୀଛାତ୍ରଙ୍କ ପାଇଁ ହେବ ସ୍ବତନ୍ତ୍ର କ୍ଲାସ: ମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଉଚ୍ଚଶିକ୍ଷା ବିଭାଗରେ ପାଠ ପଢୁଥିବା ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ଏବେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯେଉଁମାନେ ପରୀକ୍ଷାରେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିବେ...

Advertisement
Archives

Model This Week