ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ସୁଯୋଗ ଥିବ। ପ୍ରକୃତି ରାଣୀର ଏକ ମନୋରମ ଓ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରୀ ଚଞ୍ଚରା। ଯେଉଁଠି ପ୍ରକୃତି ରାଣୀ ତାର ପସରାରେ ସଜାଇ ରଖିଛି ନିଆରା ଅନୁଭୂତି। କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଚାରିଆଡେ ପାହାଡ ଓ ଜଙ୍ଗଲ ମଝିରେ ପଥରର ଏକ ବିସ୍ତୀର୍ଣ୍ଣ ଚଟାଣ। ଯେଉଁ ଚଟାଣ ଉପରେ ଝରଣା କୁଳୁକୁଳୁ ନାଦ କରି ବହିଯାଏା ଚଟାଣର ଦୁଇ କଡରେ ଥିବା ଦୁଇ ସୁଉଚ୍ଚ ଜଳ ପ୍ରପାତ ହେଲା ଡୋକରୀ ଦର ଓ ଭଁଏରା ଘୁମର। ପାହାଡ ଦେଶରୁ ଝରି ପଡୁଥିବା ପାଣି ଦିନରେ ମଧ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରେ। ପୁଣି ସୁଉଚ୍ଚରୁ ଝରି ପଡୁଥିବା ଦୁଇ ଜଳ ପ୍ରପାତର ପାଣିରେ ଗାଧେଇବାର ମଜା ଅତ୍ୟନ୍ତ ନିଆରା। ଏଠାକାର ମନୋରମ ପରିବେଶ ପର୍ଯ୍ୟଟକଙ୍କ ଖୁସିକୁ ଦ୍ୱିଗୁଣିତ କରିଦିଏ। ଏହାବ୍ୟତୀତ ପ୍ରାଗ୍‌ ଐତିହାସିକ ଗୁମ୍ଫା ଗୁଡହାଣ୍ଡି ଏକ ଐତିହାସିକ କିମ୍ବଦନ୍ତୀ। ପ୍ରାଗ୍‌ ଐତିହାସିକ ଯୁଗର କିଛି ଶିଳାଲିପି ଏଠାରେ ଦେଖିବାକୁ ମିଳେ। ଏହାବ୍ୟତୀତ ଏଠାରେ ରହିଛି ଏକ ଭବ୍ୟ ରାମମନ୍ଦିର, ପୂଣ୍ୟକୁଣ୍ଡ, ସୀତାପାଦ, ରୁଷି ଗୁମ୍ଫା, ବଟ ବୃକ୍ଷ, ବିଭୂତି କୁଣ୍ଡ ଭଳି ପୌରାଣିକ କଥା ବହନ କରୁଥିବା ଅନେକ କିମ୍ବଦନ୍ତୀ। ଜନଶ୍ରୁତିରୁ ଜଣାପଡେ, ପ୍ରଭୁ ଶ୍ରୀରାମ ବନବାସ ସମୟରେ କିଛି ସମୟ ଏଠାରେ ଅତିବାହିତ କରିଥିଲେ। ଶ୍ରୀରାମ ନବମୀ ସମୟରେ ଏଠାରେ ସାତ ଦିନ ଧରି ଶ୍ରୀରାମଙ୍କ କଥାମୃତ ସହିତ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରାଯାଇଛି। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପ୍ରଚେଷ୍ଟାରେ ୧ କୋଟି ଟଙ୍କା ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଗାଇ ଦିଆଯାଇଛି। ସେହିପରି ଧର୍ମଗଡ ବିଧାୟକ ମୌଷଧି ବାଗ ଡବ୍ଲୁଓଡିସିରୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ୨୦ଲକ୍ଷ ଟଙ୍କା ଓ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ୧୦ ଲକ୍ଷ ଟଙ୍କା ଏହାର ବିକାଶ ପାଇଁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଏହାର ସୌନ୍ଦର୍ଯ୍ୟକରଣ ଚାଲିଛି। କିନ୍ତୁ ଏହାର ପ୍ରଚାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଦୃଷ୍ଟି ଆଢୁଆଳରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ସରକାର ପଦକ୍ଷେପ ନେଲେ ଏହା ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରନ୍ତା।

ସେମାନେ ଯାହା କୁହନ୍ତି…

ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ବିଭିନ୍ନ ଦର୍ଶନୀୟ ସ୍ଥାନ ରହିଛି। ନୂଆବର୍ଷ ପାଖେଇ ଆସିବାରୁ ଏବେ ପର୍ଯ୍ୟଟକ ବହୁ ସଂଖ୍ୟାରେ ଆସୁଛନ୍ତି। ଅଧିକାଂଶ ଏଣେ ତେଣେ ଆବର୍ଜନା ଫିଙ୍ଗି ଦେଇ ପରିବେଶ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି। ତେଣୁ ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଗୋଟାଏ ଲେଖାଏ ପଲିଥିନ କମିଟି ତରଫରୁ ଦିଆଯାଇ ଅଳିଆ ଆବର୍ଜନା ସେଠାରେ ଫିଙ୍ଗିବା ପାଇଁ କହୁଛୁ।
ଭଦ୍ରେଶ୍ୱର ପାତ୍ର, ସଭାପତି
ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି
୧୯୭୨ ମସିହାରୁ ଉକ୍ତ ପର୍ଯ୍ୟଟନସ୍ଥଳୀକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଆଗମନ ବଢିବାରେ ଲାଗିଛି। ଏହାଭିତରେ ୫୦ ବର୍ଷ ହୋଇ ଯାଇଥିବାରୁ ଆମେ ଗତବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲୁ। ଏଠାକୁ ଆସିବା ପାଇଁ ସଂକୀର୍ଣ୍ଣ ରାସ୍ତା ରହିଛି। ଏଣୁ ରାସ୍ତା ସୁବିଧା ସହ ଆଲୋକୀକରଣ, ଯାତ୍ରୀ ନିବାସ ଜରୁରୀ ଅଛି। ସରକାର ଦୃଷ୍ଟି ଦେଲେ ଏହାର ବିକାଶ ହୋଇପାରନ୍ତା।
ଘନଶ୍ୟାମ ନାଏକ,ସମିତି ସଭ୍ୟ
ମହିମା ଗ୍ରାମ ପଞ୍ଚାୟତ, କୋକସରା
ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଆଖିଦୃଶିଆ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାର ଉପକୂଳ ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ମନ୍ଦିରର ଉନ୍ନତି ଦିଗରେ ଯେଭଳି ପଦକ୍ଷେପ ନେଉଛନ୍ତି ସେଭଳି ଏହି ଅଞ୍ଚଳର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିବା ଆବଶ୍ୟକ ରହିଛି ା ଏ ଅଞ୍ଚଳରେ ଥିବା ପ୍ରାଚୀନ ଶ୍ରୀକାଳେଶ୍ୱର ଶିବ ମନ୍ଦିର, ବୁଢାରାଜା ମନ୍ଦିର, କରକ ଜଳପ୍ରପାତ ଓ ଶିଳ୍ପୀ ଗ୍ରାମ କନ୍ଦାଗଡକୁ ଏଥିରେ ସାମିଲ କଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସାଙ୍ଗକୁ ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରନ୍ତା। ପ୍ରାଗ୍‌ ଐତିହାସିକ ଯୁଗର ଗୁଡହାଣ୍ଡି ଶିଳାଲିପି ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଛି ା ଆନ୍ତରିକତାର ସହ ଏହାର ସୁରକ୍ଷା ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।
ଆଦିତ୍ୟ ପଣ୍ଡା ,ଶିକ୍ଷାବିତ
ବଡ କେନ୍ଦୁଗୁଡା,କୋକସରା
ଉକ୍ତ ପର୍ଯ୍ୟଟନସ୍ଥଳୀରେ ପୂଣ୍ୟକୁଣ୍ଡ ରହିଛି। ଏଠାରେ ଗାଧୋଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଠାକୁ ପଞ୍ଚୁ ପାଣ୍ଡବ ଆସିଥିଲେ। ଏହା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୀଠ। ଏଠାରେ ଡୋକରୀଦର ଜଳପ୍ରପାତ ରହିଛି। ସରକାରଙ୍କୁ ଅର୍ଥ ମଞ୍ଜୁର କରିବା ପାଇଁ ଆମ କମିଟି ପକ୍ଷରୁ ନିବେଦନ କରିଥିଲୁ। ଅର୍ଥ ଯୋଗାଇ ଦେବା ଫଳରେ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଡୋକରୀଦର ଜଳ ପ୍ରପାତକୁ ଯିବା ପାଇଁ ପାହାଚ ନିର୍ମାଣ କରାଯାଇଛି । ଆମ କମିଟି ପକ୍ଷରୁ ଏହାର ତଦାରଖ କରାଯାଉଛି।
ଅଇରୀ ନାଶନ ଚିନ୍ଦା,ଉପ ସଭାପତି
ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି

ରିପୋର୍ଟ: ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ
କୋକସରା, କଳାହାଣ୍ଡି


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri