ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ସୁଯୋଗ ଥିବ। ପ୍ରକୃତି ରାଣୀର ଏକ ମନୋରମ ଓ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରୀ ଚଞ୍ଚରା। ଯେଉଁଠି ପ୍ରକୃତି ରାଣୀ ତାର ପସରାରେ ସଜାଇ ରଖିଛି ନିଆରା ଅନୁଭୂତି। କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି। ଚାରିଆଡେ ପାହାଡ ଓ ଜଙ୍ଗଲ ମଝିରେ ପଥରର ଏକ ବିସ୍ତୀର୍ଣ୍ଣ ଚଟାଣ। ଯେଉଁ ଚଟାଣ ଉପରେ ଝରଣା କୁଳୁକୁଳୁ ନାଦ କରି ବହିଯାଏା ଚଟାଣର ଦୁଇ କଡରେ ଥିବା ଦୁଇ ସୁଉଚ୍ଚ ଜଳ ପ୍ରପାତ ହେଲା ଡୋକରୀ ଦର ଓ ଭଁଏରା ଘୁମର। ପାହାଡ ଦେଶରୁ ଝରି ପଡୁଥିବା ପାଣି ଦିନରେ ମଧ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରେ। ପୁଣି ସୁଉଚ୍ଚରୁ ଝରି ପଡୁଥିବା ଦୁଇ ଜଳ ପ୍ରପାତର ପାଣିରେ ଗାଧେଇବାର ମଜା ଅତ୍ୟନ୍ତ ନିଆରା। ଏଠାକାର ମନୋରମ ପରିବେଶ ପର୍ଯ୍ୟଟକଙ୍କ ଖୁସିକୁ ଦ୍ୱିଗୁଣିତ କରିଦିଏ। ଏହାବ୍ୟତୀତ ପ୍ରାଗ୍‌ ଐତିହାସିକ ଗୁମ୍ଫା ଗୁଡହାଣ୍ଡି ଏକ ଐତିହାସିକ କିମ୍ବଦନ୍ତୀ। ପ୍ରାଗ୍‌ ଐତିହାସିକ ଯୁଗର କିଛି ଶିଳାଲିପି ଏଠାରେ ଦେଖିବାକୁ ମିଳେ। ଏହାବ୍ୟତୀତ ଏଠାରେ ରହିଛି ଏକ ଭବ୍ୟ ରାମମନ୍ଦିର, ପୂଣ୍ୟକୁଣ୍ଡ, ସୀତାପାଦ, ରୁଷି ଗୁମ୍ଫା, ବଟ ବୃକ୍ଷ, ବିଭୂତି କୁଣ୍ଡ ଭଳି ପୌରାଣିକ କଥା ବହନ କରୁଥିବା ଅନେକ କିମ୍ବଦନ୍ତୀ। ଜନଶ୍ରୁତିରୁ ଜଣାପଡେ, ପ୍ରଭୁ ଶ୍ରୀରାମ ବନବାସ ସମୟରେ କିଛି ସମୟ ଏଠାରେ ଅତିବାହିତ କରିଥିଲେ। ଶ୍ରୀରାମ ନବମୀ ସମୟରେ ଏଠାରେ ସାତ ଦିନ ଧରି ଶ୍ରୀରାମଙ୍କ କଥାମୃତ ସହିତ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରାଯାଇଛି। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପ୍ରଚେଷ୍ଟାରେ ୧ କୋଟି ଟଙ୍କା ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଗାଇ ଦିଆଯାଇଛି। ସେହିପରି ଧର୍ମଗଡ ବିଧାୟକ ମୌଷଧି ବାଗ ଡବ୍ଲୁଓଡିସିରୁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ୨୦ଲକ୍ଷ ଟଙ୍କା ଓ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ୧୦ ଲକ୍ଷ ଟଙ୍କା ଏହାର ବିକାଶ ପାଇଁ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଏହାର ସୌନ୍ଦର୍ଯ୍ୟକରଣ ଚାଲିଛି। କିନ୍ତୁ ଏହାର ପ୍ରଚାର ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଦୃଷ୍ଟି ଆଢୁଆଳରେ ଥିବା ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ସରକାର ପଦକ୍ଷେପ ନେଲେ ଏହା ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରନ୍ତା।

ସେମାନେ ଯାହା କୁହନ୍ତି…

ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ବିଭିନ୍ନ ଦର୍ଶନୀୟ ସ୍ଥାନ ରହିଛି। ନୂଆବର୍ଷ ପାଖେଇ ଆସିବାରୁ ଏବେ ପର୍ଯ୍ୟଟକ ବହୁ ସଂଖ୍ୟାରେ ଆସୁଛନ୍ତି। ଅଧିକାଂଶ ଏଣେ ତେଣେ ଆବର୍ଜନା ଫିଙ୍ଗି ଦେଇ ପରିବେଶ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି। ତେଣୁ ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଗୋଟାଏ ଲେଖାଏ ପଲିଥିନ କମିଟି ତରଫରୁ ଦିଆଯାଇ ଅଳିଆ ଆବର୍ଜନା ସେଠାରେ ଫିଙ୍ଗିବା ପାଇଁ କହୁଛୁ।
ଭଦ୍ରେଶ୍ୱର ପାତ୍ର, ସଭାପତି
ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି
୧୯୭୨ ମସିହାରୁ ଉକ୍ତ ପର୍ଯ୍ୟଟନସ୍ଥଳୀକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଆଗମନ ବଢିବାରେ ଲାଗିଛି। ଏହାଭିତରେ ୫୦ ବର୍ଷ ହୋଇ ଯାଇଥିବାରୁ ଆମେ ଗତବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲୁ। ଏଠାକୁ ଆସିବା ପାଇଁ ସଂକୀର୍ଣ୍ଣ ରାସ୍ତା ରହିଛି। ଏଣୁ ରାସ୍ତା ସୁବିଧା ସହ ଆଲୋକୀକରଣ, ଯାତ୍ରୀ ନିବାସ ଜରୁରୀ ଅଛି। ସରକାର ଦୃଷ୍ଟି ଦେଲେ ଏହାର ବିକାଶ ହୋଇପାରନ୍ତା।
ଘନଶ୍ୟାମ ନାଏକ,ସମିତି ସଭ୍ୟ
ମହିମା ଗ୍ରାମ ପଞ୍ଚାୟତ, କୋକସରା
ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଆଖିଦୃଶିଆ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାର ଉପକୂଳ ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ମନ୍ଦିରର ଉନ୍ନତି ଦିଗରେ ଯେଭଳି ପଦକ୍ଷେପ ନେଉଛନ୍ତି ସେଭଳି ଏହି ଅଞ୍ଚଳର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିବା ଆବଶ୍ୟକ ରହିଛି ା ଏ ଅଞ୍ଚଳରେ ଥିବା ପ୍ରାଚୀନ ଶ୍ରୀକାଳେଶ୍ୱର ଶିବ ମନ୍ଦିର, ବୁଢାରାଜା ମନ୍ଦିର, କରକ ଜଳପ୍ରପାତ ଓ ଶିଳ୍ପୀ ଗ୍ରାମ କନ୍ଦାଗଡକୁ ଏଥିରେ ସାମିଲ କଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସାଙ୍ଗକୁ ଲୋକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରନ୍ତା। ପ୍ରାଗ୍‌ ଐତିହାସିକ ଯୁଗର ଗୁଡହାଣ୍ଡି ଶିଳାଲିପି ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଛି ା ଆନ୍ତରିକତାର ସହ ଏହାର ସୁରକ୍ଷା ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।
ଆଦିତ୍ୟ ପଣ୍ଡା ,ଶିକ୍ଷାବିତ
ବଡ କେନ୍ଦୁଗୁଡା,କୋକସରା
ଉକ୍ତ ପର୍ଯ୍ୟଟନସ୍ଥଳୀରେ ପୂଣ୍ୟକୁଣ୍ଡ ରହିଛି। ଏଠାରେ ଗାଧୋଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଠାକୁ ପଞ୍ଚୁ ପାଣ୍ଡବ ଆସିଥିଲେ। ଏହା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୀଠ। ଏଠାରେ ଡୋକରୀଦର ଜଳପ୍ରପାତ ରହିଛି। ସରକାରଙ୍କୁ ଅର୍ଥ ମଞ୍ଜୁର କରିବା ପାଇଁ ଆମ କମିଟି ପକ୍ଷରୁ ନିବେଦନ କରିଥିଲୁ। ଅର୍ଥ ଯୋଗାଇ ଦେବା ଫଳରେ ଫରେଷ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଡୋକରୀଦର ଜଳ ପ୍ରପାତକୁ ଯିବା ପାଇଁ ପାହାଚ ନିର୍ମାଣ କରାଯାଇଛି । ଆମ କମିଟି ପକ୍ଷରୁ ଏହାର ତଦାରଖ କରାଯାଉଛି।
ଅଇରୀ ନାଶନ ଚିନ୍ଦା,ଉପ ସଭାପତି
ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି

ରିପୋର୍ଟ: ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ
କୋକସରା, କଳାହାଣ୍ଡି


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?