Posted inରାଜ୍ୟ

ଗୁଡ୍ଡୁ ମୁସଲିମ୍‌ ପୁରୀ ଆସିଥିବା ଚର୍ଚ୍ଚା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ ଦୀର୍ଘଦିନ ହେବ ଫେରାର ଅଛନ୍ତି। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରି ଗୁଡ୍ଡୁଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଏଭଳିସ୍ଥିତିରେ ପୋଲିସର ଗିରଫଦାରି କିମ୍ବା ଏନକାଉଣ୍ଟର ଭୟରେ ଗୁଡ୍ଡୁ ଓଡ଼ିଶାର ପୁରୀକୁ ଆସି ଆଶ୍ରୟ ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ପୁରୀ ପୂର୍ବରୁ ତାଙ୍କ ଶେଷ ଲୋକେଶନ୍‌ କର୍ନାଟକ ଥିବା ମଧ୍ୟ କୁହାଯାଉଛି। ତେବେ ଗୁଡ୍ଡୁଙ୍କ ଲୋକେଶନ୍‌ ପୁରୀ ଥିବା ଜଣାପଡ଼ିବା ପରେ ତାଙ୍କୁ ଧରିବାକୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ଏଠାକୁ ଆସିଥିଲା। ହେଲେ ତାହା ପୂର୍ବରୁ ଅଭିଯୁକ୍ତ ଗୁଡ୍ଡୁ ଏଠାରୁ ଖସି ପଳାଇଥିଲେ ବୋଲି ଗଣମାଧ୍ୟମରେ କୁହାଯାଉଛି। ତେବେ ୱାଣ୍ଟେଡ ଗୁଡ୍ଡୁଙ୍କୁ ଉତ୍ତରପ୍ରଦେଶ ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ ପୁରୀରେ ଲୁଚିଥିବା ଘଟଣାକୁ ନେଇ ଚାରିଆଡ଼େ ନାନା ପ୍ରଶ୍ନ ଉଠିଛି। ଗୁଡ୍ଡୁ ଓଡ଼ିଶାକୁ କେବେ ଆସିଥିଲେ, କାହା ସହ ରହିଥିଲେ, ସେ ଲୁଚିବାକୁ ପୁରୀ କାହିଁକି ବାଛିଲେ ଆଦି ଦିଗକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏସବୁ ପ୍ରଶ୍ନ ମଧ୍ୟରେ ଆଉ ଏକ ଦିଗ ମଧ୍ୟ ସାମ୍ନାକୁ ଆସୁଛି। ଗୁଡ୍ଡୁଙ୍କୁ ପୁରୀରେ ଆଶ୍ରା ଦେବା ପାଇଁ କେହି ବ୍ୟକ୍ତି ରହିଥିବା ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଗୁଡ୍ଡୁଙ୍କ ପୁରୀ ଆସିବା ଓ ଏହା ପରେ ଏସ୍‌ଟିଏଫ୍‌ ଟିମ ଆସିବା ସଂକ୍ରାନ୍ତରେ କୌଣସି ଖବର ନ ଥିବା ପୁରୀ ଏସ୍‌ପି କନୱାର ବିଶାଲ ସିଂ କହିଛନ୍ତି। ଅପରପକ୍ଷରେ ପୁରୀ ଏକ ହିନ୍ଦୁ ପୀଠସ୍ଥଳୀ ହୋଇଥିବା ବେଳେ ଏଠାକୁ ସୁରକ୍ଷିତ ସ୍ଥାନ ଭାବି ମୁସଲମାନ ଧର୍ମାବଲମ୍ବୀ ଗୁଡ୍ଡୁ ଆସିଥିବା କୁହାଯାଉଛି। ତେବେ ଏନେଇ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ମୁଖ୍ୟ ଏଡିଜି ଅମିତାଭ ୟଶ କହିଛନ୍ତି, ଗୁଡ୍ଡୁ ଜଣେ ପେଷାଦାର ଅପରଧି। ସେ ବହୁଦିନ ଧରି ଏସ୍‌ଟିଏଫ୍‌ ତାଙ୍କୁ ଧରିବାକୁ ଖୋଜାଖୋଜି କରୁଛି। ଗୁଡ୍ଡୁ ଖୁବଶ୍ରୀଘ୍ର ଧରାପଡ଼ିବା ନେଇ ଆଶା ରଖାଯାଇଥିବା ଏଡିଜି ୟଶ କହିଛନ୍ତି।
୧୯୯୬ରେ ଜଣେ ଠିକାଦାର ଓ ୧୯୯୭ରେ ଜଣେ କ୍ରୀଡ଼ା ଶିକ୍ଷଙ୍କୁ ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ ଗୁଡ୍ଡୁ। ଏହାପରେ ଗୁଡ୍ଡୁ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ଜେଲରେ ଥିବ ବେଳେ ଅତିକ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ। ପରେ ଅତିକଙ୍କ ଗ୍ୟାଙ୍ଗ ସହ ଗୁଡ୍ଡୁ ୧୦ ବର୍ଷ ହେଲା କାମ କରୁଥିଲେ। ବୋମା ତିଆରି କରିବା ଏହାକୁ ଫୋପାଡ଼ି ଆତଙ୍କ ସୃଷ୍ଟି କରିବାରେ ଗୁଡ୍ଡୁ ମୁଖ୍ୟ ଥିଲେ। ଫେବୃୟାରୀ ୨୪ରେ ଉମେଶଙ୍କୁ ହତ୍ୟା ସମୟରେ ଗୁଡ୍ଡୁ ବହୁ ବୋମା ମାଡ଼ କରିଥିଲେ। ଏହି ମାମଲାରେ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶ୍ରଫଙ୍କୁ ଗିରଫ କରାଯାଇଥିଲା। ପରେ ଅତିକଙ୍କ ପୁଅ ଅସଦ୍‌ ଓ ସୁଟର ଗୁଲାମଙ୍କୁ ମେ’ ୧୩ରେ ଏସ୍‌ଟିଏଫ୍‌ ଏନ୍‌କାଣ୍ଟର କରି ହତ୍ୟା କରିଥିଲା। ଶନିବାର ରାତିରେ ଅତିକ ଓ ଭାଇ ଅଶ୍ରଫଙ୍କୁ ହ୍ୟାଣ୍ଡକପ୍‌ ଦେଇ ସ୍ବାସ୍ଥ୍ୟପରୀକ୍ଷା ପାଇଁ ମେଡିକାଲ ନିଆଯାଉଥିବା ବେଳେ ୩ ଅଭିଯୁକ୍ତ ଖବରଦାତା ବେଶରେ ଆସି ଉଭୟଙ୍କୁ ଗୁଳି ମାଡ଼ କରିଥିଲେ। ଏପରିକି ଗୁଳିମାଡ଼ର କିଛି ସମୟ ପୂର୍ବରୁ ଅତିକ ଗଣମାଧ୍ୟମରେ ମଧ୍ୟ ଗୁଡ୍ଡୁଙ୍କ ନାଁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି

ଭୁବନେଶ୍ୱର,୧୬ା୪(ଅନିଲ ଦାସ):କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାକୁ ସମସ୍ତେ ଜାଣିଛନ୍ତି। ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲାରେ ସେ ଗୋଟିଏ ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri