Posted inରାଜ୍ୟ

ଗୁଡ୍ଡୁ ମୁସଲିମ୍‌ ପୁରୀ ଆସିଥିବା ଚର୍ଚ୍ଚା

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀ ଗୁଡ୍ଡୁ ମୁସଲିମ୍‌ ଦୀର୍ଘଦିନ ହେବ ଫେରାର ଅଛନ୍ତି। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରି ଗୁଡ୍ଡୁଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଏଭଳିସ୍ଥିତିରେ ପୋଲିସର ଗିରଫଦାରି କିମ୍ବା ଏନକାଉଣ୍ଟର ଭୟରେ ଗୁଡ୍ଡୁ ଓଡ଼ିଶାର ପୁରୀକୁ ଆସି ଆଶ୍ରୟ ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ପୁରୀ ପୂର୍ବରୁ ତାଙ୍କ ଶେଷ ଲୋକେଶନ୍‌ କର୍ନାଟକ ଥିବା ମଧ୍ୟ କୁହାଯାଉଛି। ତେବେ ଗୁଡ୍ଡୁଙ୍କ ଲୋକେଶନ୍‌ ପୁରୀ ଥିବା ଜଣାପଡ଼ିବା ପରେ ତାଙ୍କୁ ଧରିବାକୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ଏଠାକୁ ଆସିଥିଲା। ହେଲେ ତାହା ପୂର୍ବରୁ ଅଭିଯୁକ୍ତ ଗୁଡ୍ଡୁ ଏଠାରୁ ଖସି ପଳାଇଥିଲେ ବୋଲି ଗଣମାଧ୍ୟମରେ କୁହାଯାଉଛି। ତେବେ ୱାଣ୍ଟେଡ ଗୁଡ୍ଡୁଙ୍କୁ ଉତ୍ତରପ୍ରଦେଶ ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ ପୁରୀରେ ଲୁଚିଥିବା ଘଟଣାକୁ ନେଇ ଚାରିଆଡ଼େ ନାନା ପ୍ରଶ୍ନ ଉଠିଛି। ଗୁଡ୍ଡୁ ଓଡ଼ିଶାକୁ କେବେ ଆସିଥିଲେ, କାହା ସହ ରହିଥିଲେ, ସେ ଲୁଚିବାକୁ ପୁରୀ କାହିଁକି ବାଛିଲେ ଆଦି ଦିଗକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏସବୁ ପ୍ରଶ୍ନ ମଧ୍ୟରେ ଆଉ ଏକ ଦିଗ ମଧ୍ୟ ସାମ୍ନାକୁ ଆସୁଛି। ଗୁଡ୍ଡୁଙ୍କୁ ପୁରୀରେ ଆଶ୍ରା ଦେବା ପାଇଁ କେହି ବ୍ୟକ୍ତି ରହିଥିବା ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଗୁଡ୍ଡୁଙ୍କ ପୁରୀ ଆସିବା ଓ ଏହା ପରେ ଏସ୍‌ଟିଏଫ୍‌ ଟିମ ଆସିବା ସଂକ୍ରାନ୍ତରେ କୌଣସି ଖବର ନ ଥିବା ପୁରୀ ଏସ୍‌ପି କନୱାର ବିଶାଲ ସିଂ କହିଛନ୍ତି। ଅପରପକ୍ଷରେ ପୁରୀ ଏକ ହିନ୍ଦୁ ପୀଠସ୍ଥଳୀ ହୋଇଥିବା ବେଳେ ଏଠାକୁ ସୁରକ୍ଷିତ ସ୍ଥାନ ଭାବି ମୁସଲମାନ ଧର୍ମାବଲମ୍ବୀ ଗୁଡ୍ଡୁ ଆସିଥିବା କୁହାଯାଉଛି। ତେବେ ଏନେଇ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ମୁଖ୍ୟ ଏଡିଜି ଅମିତାଭ ୟଶ କହିଛନ୍ତି, ଗୁଡ୍ଡୁ ଜଣେ ପେଷାଦାର ଅପରଧି। ସେ ବହୁଦିନ ଧରି ଏସ୍‌ଟିଏଫ୍‌ ତାଙ୍କୁ ଧରିବାକୁ ଖୋଜାଖୋଜି କରୁଛି। ଗୁଡ୍ଡୁ ଖୁବଶ୍ରୀଘ୍ର ଧରାପଡ଼ିବା ନେଇ ଆଶା ରଖାଯାଇଥିବା ଏଡିଜି ୟଶ କହିଛନ୍ତି।
୧୯୯୬ରେ ଜଣେ ଠିକାଦାର ଓ ୧୯୯୭ରେ ଜଣେ କ୍ରୀଡ଼ା ଶିକ୍ଷଙ୍କୁ ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ ଗୁଡ୍ଡୁ। ଏହାପରେ ଗୁଡ୍ଡୁ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ଜେଲରେ ଥିବ ବେଳେ ଅତିକ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ। ପରେ ଅତିକଙ୍କ ଗ୍ୟାଙ୍ଗ ସହ ଗୁଡ୍ଡୁ ୧୦ ବର୍ଷ ହେଲା କାମ କରୁଥିଲେ। ବୋମା ତିଆରି କରିବା ଏହାକୁ ଫୋପାଡ଼ି ଆତଙ୍କ ସୃଷ୍ଟି କରିବାରେ ଗୁଡ୍ଡୁ ମୁଖ୍ୟ ଥିଲେ। ଫେବୃୟାରୀ ୨୪ରେ ଉମେଶଙ୍କୁ ହତ୍ୟା ସମୟରେ ଗୁଡ୍ଡୁ ବହୁ ବୋମା ମାଡ଼ କରିଥିଲେ। ଏହି ମାମଲାରେ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶ୍ରଫଙ୍କୁ ଗିରଫ କରାଯାଇଥିଲା। ପରେ ଅତିକଙ୍କ ପୁଅ ଅସଦ୍‌ ଓ ସୁଟର ଗୁଲାମଙ୍କୁ ମେ’ ୧୩ରେ ଏସ୍‌ଟିଏଫ୍‌ ଏନ୍‌କାଣ୍ଟର କରି ହତ୍ୟା କରିଥିଲା। ଶନିବାର ରାତିରେ ଅତିକ ଓ ଭାଇ ଅଶ୍ରଫଙ୍କୁ ହ୍ୟାଣ୍ଡକପ୍‌ ଦେଇ ସ୍ବାସ୍ଥ୍ୟପରୀକ୍ଷା ପାଇଁ ମେଡିକାଲ ନିଆଯାଉଥିବା ବେଳେ ୩ ଅଭିଯୁକ୍ତ ଖବରଦାତା ବେଶରେ ଆସି ଉଭୟଙ୍କୁ ଗୁଳି ମାଡ଼ କରିଥିଲେ। ଏପରିକି ଗୁଳିମାଡ଼ର କିଛି ସମୟ ପୂର୍ବରୁ ଅତିକ ଗଣମାଧ୍ୟମରେ ମଧ୍ୟ ଗୁଡ୍ଡୁଙ୍କ ନାଁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?