ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍ ଗେଟର ଗାର୍ଡ ୱାଲ୍ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା ପରେ ନଦୀକୂଳ ବାସୀ ଆତଙ୍କିତ ହୋଇପଡିଛନ୍ତି ।
ଗାର୍ଡ ୱାଲ୍ ଦୀର୍ଘ ଦିନ ହେବ ଦୁର୍ବଳ ହୋଇ ପଡ଼ିଥିବା ବେଳେ ହଠାତ ଗାର୍ଡ ୱାଲ୍ ଧସିଯିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଧସିଥିବା ଗାର୍ଡ଼ ୱାଲ୍ ଦେଖି ଭୟବିତ ହେବା ସହ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି।
ଖବର ପାଇ ଆଳି ତଟବନ୍ଧ ବିଭାଗ ଅଧିକାରୀ ଓ ଆଳି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାର୍ଡ ୱାଲ୍ର ଅସ୍ଥାୟୀ ମରାମତି ପାଇଁ ବ୍ୟବସ୍ଥା ହେଉଥିବା ନେଇ ତହସିଲଦାର ପ୍ରକାଶ କରିଛନ୍ତି l

