ମେଡିକାଲ ଏଜେନ୍ସିରେ ଜିଏସ୍‌ଟି ଚଢ଼ାଉ

ଝାରସୁଗୁଡ଼ା ଅଫିସ,୩୧ା୧୨: ଝାରସୁଗୁଡା ସହରରେ ଥିବା ଅମିତ ମେଡିକାଲ ଏଜେନ୍ସିରୁ କିଛିଦିନ ତଳେ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ ଜବତ ହୋଇଥିଲା। ତଦନ୍ତ ପରେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଥିଲା। ଏଭଳି ସ୍ଥିତିରେ ଜିଏସ୍‌ଟି ଠକେଇ ଅଭିଯୋଗରେ ସହରରେ ଥିବା ଅମିତ ଏଜେନ୍ସି ଓ ଶ୍ୟାମ ମେଡିକାଲ୍‌ ଏଜେନ୍ସିରେ ଜିଏସ୍‌ଟି ବିଭାଗ ତରଫରୁ ଶୁକ୍ରବାର ଚଢାଉ କରାଯାଇଛି।
ଚଢାଉରେ ସମ୍ବଲପୁର ଓ ଝାରସୁଗୁଡା ଜିଏସ୍‌ଟି ବିଭାଗର ଅଧିକାରୀମାନେ ସାମିଲ ହୋଇଛନ୍ତି। ଅମିତ ମେଡିକାଲ୍‌ ଏଜେନ୍ସିରେ ଝାରସୁଗୁଡା ଟିମ୍‌ ଓ ଶ୍ୟାମ ମେଡିକାଲ୍‌ ଏଜେନ୍ସିରେ ସମ୍ବଲପୁର ଟିମ୍‌ ଚଢାଉ ଜାରି ରଖିଛି। ଝାରସୁଗୁଡା ଟିମ୍‌ରେ ଝାରସୁଗୁଡା ସିଟି ଆଣ୍ଡ୍‌ ଜିଏସ୍‌ଟି ଡେପୁଟି କମିଶନର ସତିଶ ରଞ୍ଜନ ଜାଲ୍‌, ଅତିରିକ୍ତ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମେହେର, ରଶ୍ମି ରଞ୍ଜନ ସାହୁ, ନୃପରାଜ ଚୌଧୁରୀ, ଆଶିଷ ଦାଶ, ଅଲେଖ ମହାନନ୍ଦ, ଚୂମନ କଠାର,ଦିଲ୍ଲୀଶ୍ରୀ ମିତ୍ରବିନ୍ଦ ପ୍ରଧାନ ପ୍ରମୁଖ ରହିଛନ୍ତି। ସେହିପରି ସମ୍ବଲପୁର ଟିମ୍‌ରେ ସିଟି ଆଣ୍ଡ୍‌ ଜିଏସ୍‌ଟି ଡେପୁଟି କମିଶନର ସୁବୋଧ ପଣ୍ଡା, ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ସୁରଞ୍ଜନ ସାଗର, ଅତିରିକ୍ତ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ଶିଖର ଚନ୍ଦ୍ର ସାହୁ, ରମାକାନ୍ତ ପଟେଲ, ଆସିଷ୍ଟାଣ୍ଡ ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ନବୀନ କୁମାର ଦାସ, ସୁରେନ୍ଦ୍ର ଭୋଇ ଓ ଅମିତ ବେଶନ, ସିଟି ଆଣ୍ଡ୍‌ ଜିଏସ୍‌ଟି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଟପ୍ପୋ ପ୍ରମୁଖଙ୍କ ସହିତ ସ୍ଥାନୀୟ ପୋଲିସ୍‌ ସାମିଲ ହୋଇଛନ୍ତି। ଏ ନେଇ ଝାରସୁଗୁଡା ଡେପୁଟି କମିଶନର ଜାଲ୍‌ କହିଛନ୍ତି, ଉଭୟ ଏଜେନ୍ସି ନାମରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉଭୟ ଏଜେନ୍ସିରେ ଚଢାଉ ଚାଲିଛି। ଚଢାଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ତଦନ୍ତ ପରେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ଏହା ସ୍ପଷ୍ଟ ହେବ। ବିଭାଗ ତରଫରୁ ଉଭୟ ଏଜେନ୍ସିକୁ ନୋଟିସ କରାଯାଇ ଆଇନ ଅନୁଯାଯୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri