୧.୦୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଲଗାତର ଦ୍ୱିତୀୟ ମାସ ଲାଗି ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଥିବା ଜଣାପଡିଛି। ଗତ ବର୍ଷ ନଭେମ୍ବର ତୁଳନାରେ ଚଳିତ ବର୍ଷ ସମାନ ସମୟରେ ପରୋକ୍ଷ ଟିକସ ଆଦାୟ ୧.୪% ଉର୍ଦ୍ଧ୍ୱରେ ରହିଛି। ଓଡ଼ିଶା କଥା ବିଚାରକୁ ନେଲେ ଜିଏସ୍‌ଟି ସଂଗ୍ରହ ପ୍ରାୟ ୮% ବଢିଛି। ଗତ ବର୍ଷ ନଭେମ୍ବରରେ ରାଜ୍ୟରୁ ୨,୩୪୭ କୋଟି ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ଏହା ଚଳିତ ବର୍ଷ ସମାନ ସମୟରେ ଏହା ୨,୫୨୮ କୋଟି ଟଙ୍କାକୁ ବୃଦ୍ଧି ଘଟିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ରହିଛି।
ସଂଗ୍ରହ ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଏସ୍‌ଟି) ୧୯,୧୮୯ କୋଟି, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୨୫,୫୪୦ କୋଟି ଏବଂ ସମନ୍ବିତ ଜିଏସ୍‌ଟି(ଆଇଜିଏସ୍‌ଟି)ର ଅଂଶ ୫୧,୯୯୨ କୋଟି ଟଙ୍କା ରହିଛି। ଆଇଜିଏସ୍‌ଟି ମଧ୍ୟରେ ସାମଗ୍ରୀ ଆମଦାନୀ ଟିକସ ବାବଦ ୨୨,୦୭୮ କୋଟି ଏବଂ ୮୨୪୨ କୋଟି ଟଙ୍କାର ସେସ୍‌ ରହିଛି। ନଭେମ୍ବର ୩୦ ସୁଦ୍ଧା ଜିଏସ୍‌ଟିଆର୍‌ ୩ବି ରିଟର୍ନ ଫାଇଲ ସଂଖ୍ୟା ବୃଦ୍ଧି ପାଇ ୮୦ ଲକ୍ଷ ଛୁଇଁଛି। ସାମଗ୍ରୀ ଆମଦାନୀରୁ ଟିକସ ଜନିତ ରାଜସ୍ବ ୪.୯% ବଢିଛି। ସେହିଭଳି ଘରୋଇ ଟ୍ରାଞ୍ଜାକଶନ( ସେବା ଆମଦାନୀ ସହ) ଟିକସ ଆଦାୟ ୦.୫% ବୃଦ୍ଧି ପାଇଛି।
କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପ୍ରାୟ ୮ ମାସ ଟିକସ ସଂଗ୍ରହ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ହେଲେ ଅକ୍ଟୋବରରେ ପ୍ରଥମଥର ଲାଗି ଟିକସ ଆଦାୟ ଲକ୍ଷେ କୋଟି ଟଙ୍କା ଟପି ୧.୦୫ ଲକ୍ଷ କୋଟି ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ରାଜ୍ୟରେ ଜିଏସ୍‌ଟି ଆଦାୟ ପ୍ରଭାବିତ ସ୍ଥିତିରେ ରହିଛି। ଟିକସ ସଂଗ୍ରହ ସମ୍ପୂର୍ଣ୍ଣ ଟ୍ରାକକୁ ଫେରିବା ଲାଗି ସମୟ ଲାଗିବ। ଅର୍ଥ ବ୍ୟବସ୍ଥାକୁ ସରକାର ଧୀରେ ଧୀରେ ଖୋଲୁଥିବାରୁ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକକୁ ଫେରୁଛି। ସବୁ କିଛି ଠିକ୍‌ ସ୍ଥିତିକୁ ଫେରିବା ଯାଏ ଟିକସ ସଂଗ୍ରହ ଉନ୍ନତ ହେବ ବୋଲି ସରକାର ଆଶାବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁଦ୍ରା ପାଖରେ ଅଛି କି? ହୋଇଯିବେ ଲକ୍ଷପତି

ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ...

ଯନ୍ତ୍ରଣାରୁ ମୁକ୍ତିଦେବ କୁଇକ୍‌

ଭୁବନେଶ୍ୱର,୨୫ା୨: ଦେଶର ସର୍ବପୁରାତନ ଆୟୁର୍ବେଦ କମ୍ପାନୀ ଓଜୋନ୍‌ ଫାର୍ମାସ୍ୟୁଟିକାଲର ପ୍ରମୁଖ ବ୍ରାଣ୍ଡ୍‌ କୁଇକ୍‌ର ନୂତନ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ...

ସଂଘର୍ଷ ହିଁ ସଫଳତା ଦିଏ

୨୩ ବର୍ଷ ପୂର୍ବେ ସମ୍ବଲପୁରର ଏକ ଛୋଟ ମାରୁତି କାର ଡିଲରଶିପ୍‌ରୁ ଆରମ୍ଭ ହୋଇଥିଲା। ପ୍ରଥମେ କିଛି ବର୍ଷ ପର୍ଯ୍ୟନ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ...

ଆୟକର ଛାଡ ସୀମା ବୃଦ୍ଧି ଆଶା

ନୂଆଦିଲ୍ଲୀ,୩୧-୧: ଶୁକ୍ରବାରଠାରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟର ଅଧିବେଶନ ଆରମ୍ଭ ହେଉଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବା ପରେ ଫେବୃୟାରୀ ପହିଲାରେ...

ଗତ ଆର୍ଥିକ ବର୍ଷରେ ଉନ୍ନତ ଉତ୍ପାଦନ ପ୍ରଦର୍ଶନ କରିଛି ସେଲ

ନୂଆଦିଲ୍ଲୀ,୩।୧୦: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ୫୦ତମ ବାର୍ଷିକ ସାଧାରଣ ସଭା (ଏଜିଏମ) ନିକଟରେ ଆୟୋଜିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅବସ୍ଥିତ ସେଲ୍‌ ମୁଖ୍ୟାଳୟ...

ଏଆଇପିଏନ୍‌ବିଓଏ ପକ୍ଷରୁ ମିଳିତ ତ୍ରୈବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୨୨।୧୨: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (ଏଆଇପିଏନ୍‌ବିଓଏ)ର ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ତ୍ରୈବାର୍ଷିକ ସମ୍ମିଳନୀ ନିକଟରେ ଶେଷ ହୋଇଯାଇଛି। ବିଶେଷକରି...

ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା

ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍‌...

‘ଭାରତରେ ନିବେଶ କରିବାର ସମୟ’

ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍‌ବୋଧନ ଦେଇ ବିଶ୍ୱ ଇକୋନୋମିକ୍‌ ଫୋରୋମ (ଡବ୍ଲ୍ୟୁଇଏଫ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି...

Advertisement
Archives

Model This Week