ବଢ଼ିବା ଏକ ପ୍ରସଙ୍ଗ

ଡ. କିଶୋର ମହାନ୍ତି

‘ବଢ଼ିବା’ଟା ଗୋଟାଏ ସର୍ବକାଳୀନ ପ୍ରସଙ୍ଗ। ବେଳେ ବେଳେ ଏହି ପ୍ରସଙ୍ଗକୁ ଆଧାର କରି ଚଉକି ଟଣାଓଟରା ହେବାଟା ସ୍ବାଭାବିକ। ଶାସକ ଦଳ ଶାସନରୁ ତଡ଼ା ଖାଇବା ଉଦାହରଣ ବି ଯଥେଷ୍ଟ ଅଛି। ଥରେ ପିଆଜ ଦର ହୁ ହୁ ବଢ଼ିଲା, କ’ଣ ହେଲା ଶାସକ ଦଳ ଚିତ୍‌ପଟାଙ୍ଗ ମାରିଲେନା ନାହିଁ? କ’ଣ ବଢ଼ିଛି?
ବଢ଼ିଛି ବଢ଼ିଛି କହି ଥୋକେ ଚିଲେଇଲା ବେଳେ ବିରୋଧୀ ଦଳର ଲୋକମାନେ ମେଣ୍ଟହୋଇ ରାଜ ରାସ୍ତାରେ ବିଚିକିଟିଆ ନାରା ଦେଇ ଶବ୍ଦ ପ୍ରଦୂଷଣ କରିବାରେ ପ୍ରମୁଖ ଭୂମିକା ନେଇଥାଆନ୍ତି । ଅଖ ବନ୍ଦ ଚକ ବନ୍ଦ, ପୁଣି ରେଳରୋକୋ ଏସବୁ ପଥପ୍ରାନ୍ତ ନାଟକର ଗୋଟାଏ ଗୋଟାଏ ବର୍ଣ୍ଣାଢ଼୍ୟ ଦୃଶ୍ୟ ବୋଲି କହିବାକୁ ହେବ। ବଢ଼ିଲା ତ ଆଙ୍କର ବା କ’ଣ ହେଲା, ଆଙ୍କ ମୁଣ୍ଡ କାହିଁକି ବିନ୍ଧୁଚି କହିଲେ। ଦଳେ ଏମିତି ଉଲୁକୁମତା ହେଇ ଭେଳିକି ଲଗାନ୍ତି ଯେ, କାହାର କୁଶପୁତ୍ତଳିକା ଜାଳିବା ସହ, ପୋଷ୍ଟର ପୋଡ଼ିବା, ଫଟୋ ପୋଡ଼ିବା ଘଟଣାରେ ସଂପୃକ୍ତ ରହି ପୋଲିସ ଭ୍ୟାନରେ ବସି ମାମୁଘରର ମଜା ବି ଚାଖନ୍ତି। କିନ୍ତୁ ତେଲ ଲୁଣ ସଂସାରରେ ଆବଶ୍ୟକୀୟ ସାମଗ୍ରୀ ବଢ଼ିଲେ ଲୋକେ ବଞ୍ଚିବେ କେମିତି? ଏଥିରେ ମଧ୍ୟବିତ୍ତ ପରିବାର ଅତିଷ୍ଠ ହୋଇଯାଉଛନ୍ତି।
କଥାଟା ଠିକ୍‌, ଦରଦାମ୍‌ ନିୟନ୍ତ୍ରଣ ନ ରହିଲେ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ। ବଜାର ଓ ବଜାର ବାଦ୍‌ ଏ ଦି’ଟା ଅଲଗା ଅଲଗା କଥା। ଏମାନଙ୍କର ସଂଖ୍ୟା ଅଲଗା ଅଲଗା। ଏଣୁ ବଜାର ବାଦ୍‌ ହିଁ ଏସବୁ ପାଇଁ ଦାୟୀ। ପେଟ୍ରୋଲ, ଡିଜେଲ ଦର ଯଦି ବଢ଼େ ତେବେ ସବୁ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତାଙ୍କ ଜୀବନଯାତ୍ରାରେ ବାଧା ଉପୁଜିବ। ଏମିତି ହେଲେ ଲୋକପ୍ରିୟ ସରକାର ବୋଲି କେମିତି କହିବା? କେତେ କେତେ ଜିନିଷ ବଢ଼ିଲା ତାକୁ ରଖିପାରିଲେନି, ଯାହା କି ଶୋଚନୀୟ ଅବସ୍ଥା କଲା। ବଣରେ ଗଛଗୁଡ଼ା ବଢ଼ିଗଲା ତାକୁ କାଟି ସଫା କରିଦେଲ ନିଜ ସୁଖପାଇଁ – ଏବେ ଅମ୍ଳଜାନ କମିଗଲା, ଛାଟି ପିଟି ହେଲେ କ’ଣ ହେବ?
ଆଗେ ନଦୀ ବଢ଼ି ହେଉଥିଲା। ଏବେ ଆଉ ନଦୀ ବଢ଼ି କାହିଁ? ସେ ବି ସଜାଗ ହୋଇ ଗଲାଣି। ଆଉ ରୋଗ ଭିତରେ କୋଉ ରୋଗ ବଢୁ କି ନ ବଢୁ କରୋନା ମଧ୍ୟ ବଢ଼ି ଚାଲିଛି। ଚିକିତ୍ସକମାନେ କହିଲେଣି ପ୍ରତିଟି ଲହରରେ ତା’ ଠୁଁ ବଳି ଭୂତାଣୁ ବଢ଼ି ବଢ଼ି ଆସୁଛନ୍ତି ଜନଶୂନ୍ୟ କରିବାକୁ ଏ ଧରାରେ। ଏଣେ ଏ ରୋଗ ଜୁଟିବାକୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ବଢ଼ିଲେନି ବରଂ ରୋଗୀ ବଢ଼ିଚାଲିଲେ। ପ୍ରାଇମେରୀ ସ୍କୁଲ ଭଳି ଏଠି ଡାକ୍ତରଖାନା କାହିଁ ? ତା’ ବି ବଢ଼ିଲାନି।
କଥାଟା ସେଇ ବଢ଼ିବା ପ୍ରସଙ୍ଗକୁ ନେଇ ମଝିରେ ମଝିରେ ଏମିତି ଜୋର ଧରେ ଯେ ପଲ୍ଲୀରୁ ଦିଲ୍ଲୀଯାଏ ହୁଲ୍‌ସ୍ଥୂଲ୍‌ ହୋଇଯାଏ। କିନ୍ତୁ ସରକାର ନିଦା ବିଷ୍ଣୁ। ଏପଟେ ସରକାରଙ୍କର ଟ୍ରେଜେରି ଖାଲି ହୋଇଗଲେ ତା’ର ଭରଣା ପାଇଁ ଉପାୟ ଆଉ କ’ଣ? ଏଇ ‘ବଢ଼ିବା’ ରିମୋଟ୍‌ କଂଟ୍ରୋଲ ତାଙ୍କରି ହାତରେ। ସେତେବେଳେ ସେମାନେ ସବେର୍ର୍ସର୍ବା। ଶାସ୍ତ୍ର କହିଲା ପରା ‘କରି କରାଉ ଥାଏ ମୁହିଁ ମୋ ବିନୁ ଆନ ଗତି ନାହିଁ’। ଏ ବଢ଼ିବା ପ୍ରସଙ୍ଗକୁ ନେଇ ଥୋକେ ଭାବନ୍ତି ଯେ, ବର୍ଷ ବର୍ଷ ଏମିତି ଚାଲୁଥାନ୍ତା କି। ଆଉ ଏମାନେ ମଜା ମାରନ୍ତେ। ଏମିତି ବି ଭାବି ନିଅନ୍ତି ବିକାଶ ଚିପିବା ପାଇଁ ଏ ଏକ ପ୍ରକାର ଅସ୍ତ୍ର। ଆଉ ଏମାନେ ଏ କାନରେ ପୂରାଇ ସେ କାନରେ ବାହାର କରିବାର ବାହୁସ୍ଫୋଟ ମାରୁଥିବା ସରକାରୀ ଦଳ ଏସବୁରେ ମୁହଁ ଆଡ଼େଇ ଦିଅନ୍ତି। ମିଛୁଆଙ୍କ ପରା ବାରବାଟୀ ଚାଷ। ସେମାନେ କାହିଁକି ଦିହକୁ ନେବେ। ଯାହା ଚାଲୁଛି ଚାଲୁ। ଏମାନେ ଏମିତି ଭୁକି ରହିବେ – ତଣ୍ଟି ଛିଣ୍ଡିଗଲେ ତେବେ ଯାଇଁ ଚୁପ୍‌ ହେଇଯିବେ। ସେମାନେ ଏମାନଙ୍କୁ ବି ଚୁପ୍‌ କରିବାର ମନ୍ତୁରା ଗଦ ନ ରଖିଛନ୍ତି ବୋଲି କହିହବନି।
ଅଧା କହିଥିବା ବଢ଼ିବା କଥାଟାକୁ ଲମ୍ବେଇ ଦେଲେ ବୁଝି ହେବ। ଆଗକୁ ଖାଲି ମିଛୁଟାରେ ଆଖିମିଟିକା ମାରିବାଟା ସାର୍‌। କ’ଣ ବା ନ ବଢ଼ିଛି। ଏତେ ନିୟନ୍ତ୍ରଣ କଲେ ବି ଦୁର୍ନୀତି ବଢ଼ିବଢ଼ି ଚାଲିଛି। ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି। ନାରୀ ନିର୍ଯାତନା କ’ଣ ବଢ଼ି ନାହିଁ? ଏଣେ ସହର ବଢ଼ିଲାଣି ତ ଗାଁ ଛିଣ୍ଡିଲାଣି। ବିକାଶ ନାଁରେ କୋଠା ବାଡ଼ି ବଢ଼ିଛି- ଗରିବ ଲୋକଙ୍କୁ ଇନ୍ଦିରା ଆବାସ ଯୋଗାଣ ଆଉ ଟଙ୍କିକିଆ ଚାଉଳ ଦେଇ ଗରିବଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶ୍ରମିକମାନେ ବାହାରକୁ ଯିବା ବଢ଼ିଛି। ଦିନେ ଅହିଂସା ପରମ ଧର୍ମ କହୁଥିଲା ବେଳେ ଗାନ୍ଧିଜୀଙ୍କ ଅହିଂସା ବଦଳରେ ଏଣେ ହିଂସା ବଢ଼ି ବଢ଼ି ଚାଲିଛି।
ନେତାଏ ଭୋଟ କେମିତି ବଢ଼ିବ ଏକଥା ଚିନ୍ତା କଲାବେଳେ ଚାକିରିଆମାନେ ଦରମା ବଢ଼ିବା ପାଇଁ ବାଉଳି ଚାଉଳି ହେଉଛନ୍ତି। ଜଳକର, ଖଜଣା, ବିଦ୍ୟୁତ୍‌ ଦେୟ ବଢ଼ିବଢ଼ି ଚାଲିଛି। ଆଗକୁ କ’ଣ ବା ବଢ଼ିବ କିଏ ଜଣେ। ଖାଲି ଦରଦାମ୍‌ ବଢ଼ିନାହିଁ। ଟାଉଟରି, ନକଲି ଦ୍ରବ୍ୟ ପ୍ରସ୍ତୁତକର୍ତ୍ତା, ହତ୍ୟାକାରୀ,ଏଟିଏମ୍‌ ତସ୍କର, ସରକାରୀ ପୁଞ୍ଜି ହଡ଼ପକାରୀ ବଢ଼ିବଢ଼ି ଚାଲିଥିଲାବେଳେ ନେତାଙ୍କ ସଂଖ୍ୟା ବି କୋଉ କମିଛି ଯେ- ବଢ଼ୁ, ବଢ଼ୁ ଥାଉ – କେତେବେଳେ ଛିଣ୍ଡିବ ତାକୁ ଖାଲି ଦେଖିବା କଥା।
ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri