ବଢ଼ିବା ଏକ ପ୍ରସଙ୍ଗ

ଡ. କିଶୋର ମହାନ୍ତି

‘ବଢ଼ିବା’ଟା ଗୋଟାଏ ସର୍ବକାଳୀନ ପ୍ରସଙ୍ଗ। ବେଳେ ବେଳେ ଏହି ପ୍ରସଙ୍ଗକୁ ଆଧାର କରି ଚଉକି ଟଣାଓଟରା ହେବାଟା ସ୍ବାଭାବିକ। ଶାସକ ଦଳ ଶାସନରୁ ତଡ଼ା ଖାଇବା ଉଦାହରଣ ବି ଯଥେଷ୍ଟ ଅଛି। ଥରେ ପିଆଜ ଦର ହୁ ହୁ ବଢ଼ିଲା, କ’ଣ ହେଲା ଶାସକ ଦଳ ଚିତ୍‌ପଟାଙ୍ଗ ମାରିଲେନା ନାହିଁ? କ’ଣ ବଢ଼ିଛି?
ବଢ଼ିଛି ବଢ଼ିଛି କହି ଥୋକେ ଚିଲେଇଲା ବେଳେ ବିରୋଧୀ ଦଳର ଲୋକମାନେ ମେଣ୍ଟହୋଇ ରାଜ ରାସ୍ତାରେ ବିଚିକିଟିଆ ନାରା ଦେଇ ଶବ୍ଦ ପ୍ରଦୂଷଣ କରିବାରେ ପ୍ରମୁଖ ଭୂମିକା ନେଇଥାଆନ୍ତି । ଅଖ ବନ୍ଦ ଚକ ବନ୍ଦ, ପୁଣି ରେଳରୋକୋ ଏସବୁ ପଥପ୍ରାନ୍ତ ନାଟକର ଗୋଟାଏ ଗୋଟାଏ ବର୍ଣ୍ଣାଢ଼୍ୟ ଦୃଶ୍ୟ ବୋଲି କହିବାକୁ ହେବ। ବଢ଼ିଲା ତ ଆଙ୍କର ବା କ’ଣ ହେଲା, ଆଙ୍କ ମୁଣ୍ଡ କାହିଁକି ବିନ୍ଧୁଚି କହିଲେ। ଦଳେ ଏମିତି ଉଲୁକୁମତା ହେଇ ଭେଳିକି ଲଗାନ୍ତି ଯେ, କାହାର କୁଶପୁତ୍ତଳିକା ଜାଳିବା ସହ, ପୋଷ୍ଟର ପୋଡ଼ିବା, ଫଟୋ ପୋଡ଼ିବା ଘଟଣାରେ ସଂପୃକ୍ତ ରହି ପୋଲିସ ଭ୍ୟାନରେ ବସି ମାମୁଘରର ମଜା ବି ଚାଖନ୍ତି। କିନ୍ତୁ ତେଲ ଲୁଣ ସଂସାରରେ ଆବଶ୍ୟକୀୟ ସାମଗ୍ରୀ ବଢ଼ିଲେ ଲୋକେ ବଞ୍ଚିବେ କେମିତି? ଏଥିରେ ମଧ୍ୟବିତ୍ତ ପରିବାର ଅତିଷ୍ଠ ହୋଇଯାଉଛନ୍ତି।
କଥାଟା ଠିକ୍‌, ଦରଦାମ୍‌ ନିୟନ୍ତ୍ରଣ ନ ରହିଲେ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ। ବଜାର ଓ ବଜାର ବାଦ୍‌ ଏ ଦି’ଟା ଅଲଗା ଅଲଗା କଥା। ଏମାନଙ୍କର ସଂଖ୍ୟା ଅଲଗା ଅଲଗା। ଏଣୁ ବଜାର ବାଦ୍‌ ହିଁ ଏସବୁ ପାଇଁ ଦାୟୀ। ପେଟ୍ରୋଲ, ଡିଜେଲ ଦର ଯଦି ବଢ଼େ ତେବେ ସବୁ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତାଙ୍କ ଜୀବନଯାତ୍ରାରେ ବାଧା ଉପୁଜିବ। ଏମିତି ହେଲେ ଲୋକପ୍ରିୟ ସରକାର ବୋଲି କେମିତି କହିବା? କେତେ କେତେ ଜିନିଷ ବଢ଼ିଲା ତାକୁ ରଖିପାରିଲେନି, ଯାହା କି ଶୋଚନୀୟ ଅବସ୍ଥା କଲା। ବଣରେ ଗଛଗୁଡ଼ା ବଢ଼ିଗଲା ତାକୁ କାଟି ସଫା କରିଦେଲ ନିଜ ସୁଖପାଇଁ – ଏବେ ଅମ୍ଳଜାନ କମିଗଲା, ଛାଟି ପିଟି ହେଲେ କ’ଣ ହେବ?
ଆଗେ ନଦୀ ବଢ଼ି ହେଉଥିଲା। ଏବେ ଆଉ ନଦୀ ବଢ଼ି କାହିଁ? ସେ ବି ସଜାଗ ହୋଇ ଗଲାଣି। ଆଉ ରୋଗ ଭିତରେ କୋଉ ରୋଗ ବଢୁ କି ନ ବଢୁ କରୋନା ମଧ୍ୟ ବଢ଼ି ଚାଲିଛି। ଚିକିତ୍ସକମାନେ କହିଲେଣି ପ୍ରତିଟି ଲହରରେ ତା’ ଠୁଁ ବଳି ଭୂତାଣୁ ବଢ଼ି ବଢ଼ି ଆସୁଛନ୍ତି ଜନଶୂନ୍ୟ କରିବାକୁ ଏ ଧରାରେ। ଏଣେ ଏ ରୋଗ ଜୁଟିବାକୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ବଢ଼ିଲେନି ବରଂ ରୋଗୀ ବଢ଼ିଚାଲିଲେ। ପ୍ରାଇମେରୀ ସ୍କୁଲ ଭଳି ଏଠି ଡାକ୍ତରଖାନା କାହିଁ ? ତା’ ବି ବଢ଼ିଲାନି।
କଥାଟା ସେଇ ବଢ଼ିବା ପ୍ରସଙ୍ଗକୁ ନେଇ ମଝିରେ ମଝିରେ ଏମିତି ଜୋର ଧରେ ଯେ ପଲ୍ଲୀରୁ ଦିଲ୍ଲୀଯାଏ ହୁଲ୍‌ସ୍ଥୂଲ୍‌ ହୋଇଯାଏ। କିନ୍ତୁ ସରକାର ନିଦା ବିଷ୍ଣୁ। ଏପଟେ ସରକାରଙ୍କର ଟ୍ରେଜେରି ଖାଲି ହୋଇଗଲେ ତା’ର ଭରଣା ପାଇଁ ଉପାୟ ଆଉ କ’ଣ? ଏଇ ‘ବଢ଼ିବା’ ରିମୋଟ୍‌ କଂଟ୍ରୋଲ ତାଙ୍କରି ହାତରେ। ସେତେବେଳେ ସେମାନେ ସବେର୍ର୍ସର୍ବା। ଶାସ୍ତ୍ର କହିଲା ପରା ‘କରି କରାଉ ଥାଏ ମୁହିଁ ମୋ ବିନୁ ଆନ ଗତି ନାହିଁ’। ଏ ବଢ଼ିବା ପ୍ରସଙ୍ଗକୁ ନେଇ ଥୋକେ ଭାବନ୍ତି ଯେ, ବର୍ଷ ବର୍ଷ ଏମିତି ଚାଲୁଥାନ୍ତା କି। ଆଉ ଏମାନେ ମଜା ମାରନ୍ତେ। ଏମିତି ବି ଭାବି ନିଅନ୍ତି ବିକାଶ ଚିପିବା ପାଇଁ ଏ ଏକ ପ୍ରକାର ଅସ୍ତ୍ର। ଆଉ ଏମାନେ ଏ କାନରେ ପୂରାଇ ସେ କାନରେ ବାହାର କରିବାର ବାହୁସ୍ଫୋଟ ମାରୁଥିବା ସରକାରୀ ଦଳ ଏସବୁରେ ମୁହଁ ଆଡ଼େଇ ଦିଅନ୍ତି। ମିଛୁଆଙ୍କ ପରା ବାରବାଟୀ ଚାଷ। ସେମାନେ କାହିଁକି ଦିହକୁ ନେବେ। ଯାହା ଚାଲୁଛି ଚାଲୁ। ଏମାନେ ଏମିତି ଭୁକି ରହିବେ – ତଣ୍ଟି ଛିଣ୍ଡିଗଲେ ତେବେ ଯାଇଁ ଚୁପ୍‌ ହେଇଯିବେ। ସେମାନେ ଏମାନଙ୍କୁ ବି ଚୁପ୍‌ କରିବାର ମନ୍ତୁରା ଗଦ ନ ରଖିଛନ୍ତି ବୋଲି କହିହବନି।
ଅଧା କହିଥିବା ବଢ଼ିବା କଥାଟାକୁ ଲମ୍ବେଇ ଦେଲେ ବୁଝି ହେବ। ଆଗକୁ ଖାଲି ମିଛୁଟାରେ ଆଖିମିଟିକା ମାରିବାଟା ସାର୍‌। କ’ଣ ବା ନ ବଢ଼ିଛି। ଏତେ ନିୟନ୍ତ୍ରଣ କଲେ ବି ଦୁର୍ନୀତି ବଢ଼ିବଢ଼ି ଚାଲିଛି। ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି। ନାରୀ ନିର୍ଯାତନା କ’ଣ ବଢ଼ି ନାହିଁ? ଏଣେ ସହର ବଢ଼ିଲାଣି ତ ଗାଁ ଛିଣ୍ଡିଲାଣି। ବିକାଶ ନାଁରେ କୋଠା ବାଡ଼ି ବଢ଼ିଛି- ଗରିବ ଲୋକଙ୍କୁ ଇନ୍ଦିରା ଆବାସ ଯୋଗାଣ ଆଉ ଟଙ୍କିକିଆ ଚାଉଳ ଦେଇ ଗରିବଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶ୍ରମିକମାନେ ବାହାରକୁ ଯିବା ବଢ଼ିଛି। ଦିନେ ଅହିଂସା ପରମ ଧର୍ମ କହୁଥିଲା ବେଳେ ଗାନ୍ଧିଜୀଙ୍କ ଅହିଂସା ବଦଳରେ ଏଣେ ହିଂସା ବଢ଼ି ବଢ଼ି ଚାଲିଛି।
ନେତାଏ ଭୋଟ କେମିତି ବଢ଼ିବ ଏକଥା ଚିନ୍ତା କଲାବେଳେ ଚାକିରିଆମାନେ ଦରମା ବଢ଼ିବା ପାଇଁ ବାଉଳି ଚାଉଳି ହେଉଛନ୍ତି। ଜଳକର, ଖଜଣା, ବିଦ୍ୟୁତ୍‌ ଦେୟ ବଢ଼ିବଢ଼ି ଚାଲିଛି। ଆଗକୁ କ’ଣ ବା ବଢ଼ିବ କିଏ ଜଣେ। ଖାଲି ଦରଦାମ୍‌ ବଢ଼ିନାହିଁ। ଟାଉଟରି, ନକଲି ଦ୍ରବ୍ୟ ପ୍ରସ୍ତୁତକର୍ତ୍ତା, ହତ୍ୟାକାରୀ,ଏଟିଏମ୍‌ ତସ୍କର, ସରକାରୀ ପୁଞ୍ଜି ହଡ଼ପକାରୀ ବଢ଼ିବଢ଼ି ଚାଲିଥିଲାବେଳେ ନେତାଙ୍କ ସଂଖ୍ୟା ବି କୋଉ କମିଛି ଯେ- ବଢ଼ୁ, ବଢ଼ୁ ଥାଉ – କେତେବେଳେ ଛିଣ୍ଡିବ ତାକୁ ଖାଲି ଦେଖିବା କଥା।
ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri