ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ସମୂହ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ପୁନଃ ନିଯୁକ୍ତି ଦାବିରେ ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ସୋମବାର ଓଡ଼ିଶା ସ୍କୁଲ୍‌ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଦୁଇବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ସେମାନେ ଅଭିଯୋଗ ଆଣି ଶେଷରେ ସମୂହ ଫିନାଇଲ ଓ କିରୋସିନ ପିଇ ଆତ୍ମାହୁତି କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ କାବୁ କରିବାକୁ ଯାଇ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା। ଏହି ସମୟରେ ଶିକ୍ଷକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାବେଳେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧସ୍ତାଧସ୍ତିବେଳେ କ୍ୟାପିଟାଲ ଥାନା ଅଧିକାରୀ ଆହତ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ୧୪ଜଣ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହାସତ୍ତ୍ୱେ ସମ୍ପୃକ୍ତ ଶିକ୍ଷକମାନେ ନିଜ ଜିଦ୍‌ରେ ଅଟଳ ରହି ସେଠାରେ ଆମରଣ ଅନଶନ ଜାରି ରଖିଛନ୍ତି।
୪ହଜାର ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ପୁନଃନିଯୁକ୍ତି ନିମନ୍ତେ ଇଣ୍ଟିଗ୍ରେଟେଡ୍‌ କମ୍ପ୍ୟୁଟର ଟିଚର (ଆଇସିଟି) ବିଦ୍ୟାଳୟ ସଂଯୋଜକ ସଂଘ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛି। ଏନେଇ ସଂଘ କହିଛି, ଦାବି ପ୍ରତି ସରକାର କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲୁ। ହାଇକୋର୍ଟ ଆମ ସପକ୍ଷରେ ରାୟ ଦେବାର ଦୁଇମାସ ବିତି ଯାଇଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ନାହିଁ। ଏହାପରେ ସଂଘ ଶିକ୍ଷାମନ୍ତ୍ରୀ, ସଚିବ, ଓସେପା ନିର୍ଦ୍ଦେଶକଙ୍କୁ ଭେଟି ପୁନଃ ନିଯୁକ୍ତି ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଲିଖିତ ଦାବି ଜଣାଇ ସମୟ ଦେଇଥିଲୁ। କିନ୍ତୁ ୭ଦିନ ବିତି ଯାଇଥିଲେ ମଧ୍ୟ ସରକାର ଆମ କଥା କର୍ଣ୍ଣପାତ କଲେନାହିଁ। ଫଳରେ ଶିକ୍ଷକମାନେ ବାଧ୍ୟହୋଇ ସୋମବାରଠାରୁ ଆମରଣ ଅନଶନ, କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ କରିବା ଓ ସମସ୍ତେ ଆତ୍ମାହୁତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।
ଓଡ଼ିଶା ଅଭିଭାବକ ମହାସଂଘ ଗିରଫ ଶିକ୍ଷକଙ୍କୁ ଭେଟି ଆମରଣରୁ ଉଠିବା ପାଇଁ ପରାମର୍ଶ ଦେଇଥିଲା। କିନ୍ତୁ ସେମାନେ ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଏ ନେଇ ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବିନା ଗୁଣାତ୍ମକ ଶିକ୍ଷାର ପରିକଳ୍ପନା କରିବା ଅସମ୍ଭବ। ତେଣୁ ସରକାରଙ୍କୁ ପୁନଃ ନିଯୁକ୍ତି ପାଇଁ ଆମେ ଦାବି କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

କେ.ଏସ. ସୁନ୍ଦରାମ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ

କଣିହାଁ,୫।୮(ଡି.ଏନ.ଏ.): କଣିହାଁ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ ଭାବେ କେ.ଏସ. ସୁନ୍ଦରାମ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନ୍ଦରାମ ୧୯୮୮ରେ ଏନ୍‌ଟିପିସିରେ ଯୋଗଦେଇ ବଦରପୁରରୁ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ...

ନବରଙ୍ଗପୁର ଜିଲା ଚାଷୀଙ୍କ ଉନ୍ନତି ପାଇଁ ନୂତନ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବିନିଯୋଗ ହେବ ୫.୨୧ କୋଟି

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ବୁଧବାର ରାଜ୍ୟ ସରକାର ଏକ ପାଇଲଟ୍‌ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବିଶେଷକରି ନବରଙ୍ଗପୁର ଜିଲାରେ...

କଳମ୍ବ ଗାଁ ଅଶାନ୍ତ: ନାମଯଜ୍ଞ ସରିଲା, ମୁଣ୍ଡ ଗଡ଼ିଲା

ପୋଲସରା,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନ କଳମ୍ବ ଗ୍ରାମରେ ଶନିବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ...

ବୈତରଣୀ ଉଜାଡ଼ି ଦେଲା ମା’ର କୋଳ

ଭଦ୍ରକ ଅଫିସ,୧୫।୪: ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଗୌରାଙ୍ଗପୁର ଗ୍ରାମରେ...

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ: ନୂଆ ମନ୍ତ୍ରୀଙ୍କୁ ‘ଟାଇମ୍‌’ ମନ୍ତ୍ର

ଭୁବନେଶ୍ୱର,୩୦ା୫(ବ୍ୟୁରୋ):ରାଜ୍ୟରେ ପୁଣିଥରେ ବିଜେଡି କ୍ଷମତାସୀନ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରେ ନୂଆ...

ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି: ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ରାଜ୍ୟର ୧୩ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ...

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୩୬କୁ ବୃଦ୍ଧି

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଦିନେ ବଢ଼ିଲେ ଦିନେ କମୁଛି। ଆଜି ଆଉ ୩...

୧୬ ଦିନ ହେଲା ନ୍ୟାୟ ଅପେକ୍ଷାରେ ଗଣବଳାତ୍କାର ପୀଡ଼ିତା

ବରଗଡ଼ ଅଫିସ୍‌,୨୭।୮: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଘରପୋଡ଼ି ମାମଲା ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ...

Advertisement
Archives

Model This Week