ଭୂତଳ ଜଳ ହ୍ରାସ ବିପଦ

ଡ. ପ୍ରମୋଦ କୁମାର ପଣ୍ଡା

ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ। ଏ ବର୍ଷ ବିଶ୍ୱ ଜଳ ଦିବସର ବାର୍ତ୍ତା ହେଉଛି – ଭୂତଳ ଜଳ: ଅଦୃଶ୍ୟରୁ ଦୃଶ୍ୟ। ଅର୍ଥାତ୍‌ ଭୂତଳ ଜଳ ଅଦୃଶ୍ୟ ହେଲେ ମଧ୍ୟ ତା’ର ଅଭାବ ପରିବେଶରେ ଦୃଶ୍ୟମାନ ପ୍ରଭାବ ଦେଖାଇଥାଏ। ଏବେ ସହରଗୁଡ଼ିକରେ ଭୂତଳ ଜଳ ସମସ୍ୟା ଗ୍ରାମାଞ୍ଚଳଠୁ ଅତି ଉତ୍କଟ ରୂପ ଧାରଣ କଲାଣି।
ଜଳ ହିଁ ପ୍ରକୃତ ଜୀବନ। ଏହା ବୃକ୍ଷ , ପଶୁପକ୍ଷୀ ଓ ମନୁଷ୍ୟଙ୍କ ପାଇଁ ଅପରିହାର୍ଯ୍ୟ। ପୂର୍ବେ ଭୂଗଭର୍ର୍ରେ ପ୍ରଚୁର ଜଳ ଥିଲା। ପ୍ରଚୁର ପରିମାଣର ବର୍ଷାଜଳ ଭୂଗର୍ଭକୁ ପଶୁଥିଲା। ଡିଜେଲ, ପେଟ୍ରୋଲ କିମ୍ବା ବିଦ୍ୟୁତ୍‌ଚାଳିତ ପମ୍ପ ଉଦ୍ଭାବିତ ହୋଇ ନ ଥିବାରୁ ସେତେବେଳେ ଚାଷୀମାନେ କେବଳ କୂଅ କିମ୍ବା ତେଣ୍ଡାରୁ ପାଣି କାଢି ନିତ୍ୟ ବ୍ୟବହାର ଓ ଜେଳସେଚନ ପାଇଁ ବିନିଯୋଗ କରୁଥିଲେ। ହେଲେ ଉପରୋକ୍ତ ବର୍ଣ୍ଣିତ ପମ୍ପଗୁଡ଼ିକର ଉଦ୍ଭାବନ ଫଳରେ ଖୁବ୍‌ କମ୍‌ ସମୟରେ ଆମେ ବହୁ ପରିମାଣର ଭୂତଳ ଜଳ ଉତ୍ତୋଳନ କରିବାରେ ସକ୍ଷମ ହେଲୁ। ଫଳରେ ଭୂତଳ ଜଳ ହ୍ରାସ ପାଇବାରେ ଲାଗିଲା।
ସାଧୀନତା ପୂର୍ବବର୍ତ୍ତୀ ସମୟରେ ଆମେ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭର ନ ଥିଲୁ । ଆମେରିକା ପ୍ରଭୃତି ଦେଶରୁ ଖାଦ୍ୟ ଆମଦାନୀ କରିବାକୁ ପଡୁଥିଲା ।
ଧୀରେ ଧୀରେ ଆମେ ରବି ଓ ଗ୍ରୀଷ୍ମ ଋତୁରେ ଭୂତଳ ଜଳ ବ୍ୟବହାର ବୃଦ୍ଧିକରି ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭର ହେଲୁ। ଏବେ ଆମେ ପ୍ରଚୁର ମାତ୍ରାରେ ଖାଦ୍ୟ ରପ୍ତାନି ଆରମ୍ଭ କରିଛୁ। ତେଣୁ ଆମ ଭୂତଳ ଜଳ ଉପଯୋଗିତା ଆଶାତୀତ ଭାବେ ବୃଦ୍ଧି ପାଇଛି।
ଅବଶ୍ୟ ଏହି ସମୟ ମଧ୍ୟରେ ଆମେ ବର୍ଷାଜଳ ସଂରକ୍ଷଣ ଓ ତା’ର ସଦୁପଯୋଗ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲେ ମଧ୍ୟ ଭୂତଳ ଜଳ ସ୍ତର ହ୍ରାସକୁ ରୋକିବାରେ ସକ୍ଷମ ହୋଇପାରିନାହଁୁ । ଆମ ଦେଶର ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ, ବୁନ୍ଦେଲଖଣ୍ଡ, ତାମିଲନାଡୁ, ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳ, ତେଲଙ୍ଗାନାରେ ଭୂତଳ ଜଳ ସ୍ତରର ଦ୍ରୁତ ହ୍ରାସ ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଛି । ଏକ ଗବେଷଣାରୁ ଜଣାଯାଏ ଯେ ଆଗ୍ରା ଆଖପାଖ ଅଞ୍ଚଳରେ ବାର୍ଷିକ ଭୂତଳ ଜଳ ସ୍ତର ହ୍ରାସ ପ୍ରାୟ ୬୧ରୁ ୧୧୦ ସେଣ୍ଟିମିଟର ରହିଛି। ଗ୍ରାମାଞ୍ଚଳରେ ଏ ସମସ୍ୟା ସେତେଟା ଉତ୍କଟ ନ ହେଲେ ବି, ସହରାଞ୍ଚଳରେ ଏହା ଏକ ମାରାତ୍ମକ ରୂପ ଧାରଣ କରିସାରିଲାଣି।
ଭାରତର ବିଭିନ୍ନ ସହରରେ ଭୂତଳ ଜଳ ହ୍ରାସ ଘଟୁଛି। ସେଥିମଧ୍ୟରୁ ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇରେ ଏହାର ଦ୍ରୁତ ହ୍ରାସ ଭବିଷ୍ୟତ ଜଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଠିଆ କରିଛି। ଓଡ଼ିଶାର ସହରଗୁଡ଼ିକରେ ମଧ୍ୟ ଭୂତଳ ଜଳ ହ୍ରାସ ପରିଲଖିତ ହେଲାଣି । ଭୁବନେଶ୍ୱରର ଶହୀଦନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ପାତ୍ରପଡ଼ା ପ୍ରଭୃତି ଅଞ୍ଚଳରେ ଭୂତଳ ଜଳ ପ୍ରାୟ ପାଖାପାଖି ୧୫୦-୨୨୫ ଫୁଟ୍‌ରେ ଉପଲବ୍ଧ ହେଉଛି। କିଛି ଅଞ୍ଚଳରେ ୨୫୦-୩୦୦ ଫୁଟ୍‌ ତଳକୁ ପାଣି ଚାଲିଗଲାଣି । ଏହି ଜଳ ସମସ୍ୟାର ସମାଧାନ ପାଇଁ ପ୍ରାୟ ସବୁ ବଡ଼ ସହରକୁ ଦୂରରେ ଥିବା ନଦୀ, ନାଳ ବା ହ୍ରଦ କିମ୍ବା ନଦୀବନ୍ଧ ଯୋଜନାରୁ ଜଳ ଆଣି ପାଇପ ସାହାଯ୍ୟରେ ଯୋଗାଣ କରାଯାଉଛି। ପୂର୍ବେ ସହରଗୁଡ଼ିକର ତଳି ଅଞ୍ଚଳରେ ବହୁତ ଖାଲୁଆ ସ୍ଥାନ, ନନୟଯୋଡି ପ୍ରଭୃତି ଥିଲା, ଯାହାକି ବର୍ଷସାରା ବର୍ଷା ଜଳକୁ ଧରିରଖୁଥିଲା ଓ ଭୂତଳ ଜଳ ଭରଣା କରୁଥିଲା। ତେଣୁ ସହରଗୁଡ଼ିକରେ ଥିବା କୂଅରୁ ବର୍ଷସାରା ପାଣି ବାହାରୁଥିଲା। ମାତ୍ର ବର୍ତ୍ତମାନ ସହରଗୁଡ଼ିକରେ କୂଅ ଖୋଳି ପାଣି ବାହାର କରିବା ଅସମ୍ଭବ। କେବଳ ସବ୍‌ମର୍ସିବଲ ପମ୍ପ ସାହାଯ୍ୟରେ ପାଣି ଉତ୍ତୋଳନ ସମ୍ଭବ ହୋଇପାରୁଛି। ପୂର୍ବେ ସହରଗୁଡ଼ିକରେ ଅସଂଖ୍ୟ ଗାଡିଆ ଓ ପୋଖରୀ ଥିଲା। ଓଡ଼ିଶାର ବିଭିନ୍ନ ସହରରେ ବି କୃତ୍ରିମ ହ୍ରଦ ଭଳି ପୋଖରୀଗୁଡ଼ିକ ଥିଲା। ବିଶେଷ କରି ମନ୍ଦିର ପାଖରେ ଛୋଟ ବଡ଼ ପୋଖରୀ ଖୋଳାଯାଉଥିଲା। ଏହି ପୋଖରୀଗୁଡ଼ିକ ବର୍ଷାଜଳ ସଂରକ୍ଷଣ କରି ଭୂତଳ ଜଳ ଭରଣା ପାଇଁ ତାକୁ ମାଟି ତଳକୁ ପଠାଉ ଥିଲେ। ହେଲେ ସହରରେ ଜମି ଦାମ୍‌ ବଢିଯିବା ପରେ ଜନସାଧାରଣ ଖାଲୁଆ ଜାଗା, ଗାଡିଆ, ପୋଖରୀ ପ୍ରଭୃତିରେ ବାଲି ଭର୍ତ୍ତି କରି ସେଠାରେ ସୁଉଚ୍ଚ ଅଟ୍ଟାଳିକା ମାନ ନିର୍ମାଣ କରାଗଲା।
ଏହାଯୋଗୁ ବର୍ଷାଦିନେ ଜଳ ରହିବା ପାଇଁ ଜାଗା ନ ପାଇବାରୁ, ରାସ୍ତାରେ ଲହଡି ମାରୁଛି ଓ ଚେନ୍ନାଇ ଏବଂ ମୁମ୍ବାଇ ସହର ଭଳି ମହାନଗରରେ ପ୍ରତିବର୍ଷ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏହା ଭିତରେ ଆଉ ଏକ ଦୁର୍ବୁଦ୍ଧି ଆମ ମୁଣ୍ଡକୁ ଜୁଟିଛି । ତାହା ହେଉଛି ସ୍ମାର୍ଟ ସହର ନାମରେ କଂକ୍ରିଟ ଜଙ୍ଗଲ ସୃଷ୍ଟି। ସୌନ୍ଦର୍ଯ୍ୟକରଣ ନାମରେ ସବୁ ସ୍ଥାନରେ ପକ୍କା ବା କଂକ୍ରିଟକୁ ପ୍ରାଧାନ୍ୟ ଦିଆଯାଉଛି। ଯଦି ଏକ ବଡ଼ ସହରର ସିଂହଭାଗ ଅଞ୍ଚଳ କଂକ୍ରିଟ ବା ପିଚୁ ଦ୍ୱାରା ଆଚ୍ଛାଦିତ ହୁଏ, ଭୂତଳ ଜଳ ଭରଣା ହେବ କିପରି? ସହରରେ ହେଉଥିବା ବର୍ଷାଜଳ କଂକ୍ରିଟ ଯୋଗୁ ମାଟି ଭିତରକୁ ନ ଯାଇ ପକ୍କା ନାଳ ଦେଇ ନଦୀ ଓ ସମୁଦ୍ରକୁ ଚାଲିଯାଉଛି। ଯେଉଁ ସହରରେ ଜଳ ସୁରକ୍ଷା ନାହିଁ, ତାକୁ ଆମେ ସ୍ମାର୍ଟ ସହର କହିବା କିପରି?
ଭୂତଳ ଜଳର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସବୁଦିନିଆ ବୃକ୍ଷକୁ ବଞ୍ଚାଇଥାଏ। ଯଦି କୌଣସି ଅଞ୍ଚଳରେ ଭୂତଳ ଜଳ ଶେଷ ହୋଇଯିବ, ସେଠାରେ ଥିବା ସବୁଦିନିଆ ବଡ଼ ଗଛଗୁଡ଼ିକ ବର୍ଷାଦିନକୁ ଛାଡିଦେଲେ ଶୀତ ଓ ଗ୍ରୀଷ୍ମ ଋତୁରେ ଜଳ ଅଭାବରୁ ମରିଯିବେ। ବୃକ୍ଷରାଜି ମରିଗଲେ, ସେ ଅଞ୍ଚଳର ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ପାଇବ। ତାପମାତ୍ରା ବୃଦ୍ଧି ହେଲେ ମାଟିରେ ଥିବା ଜୈବିକ ଅଙ୍ଗାରକ ଗ୍ୟାସୀୟ ଅଙ୍ଗାରକ ହୋଇ ବାୟୁମଣ୍ଡଳକୁ ଚାଲିଯିବ।
ମୃତ୍ତିକାରେ ଜୈବିକ ଅଙ୍ଗାରକ କମିଗଲେ, ମୃତ୍ତିକା ତା’ର ବାନ୍ଧିରଖିବା ଗୁଣ ହରାଇବ ଓ ମାଟିକଣା ସବୁ ଅଲଗା ଅଲଗା ହୋଇ ମୃତ୍ତିକା କ୍ଷୟରେ ନଷ୍ଟ ହୋଇଯିବେ। ଧୀରେ ଧୀରେ ସେ ଅଞ୍ଚଳ ମରୁଭୂମିରେ ପରିଣତ ହେବ। ସହରରୁ ସବୁଦିନିଆ ଗଛ ଲୋପ ପାଇଲେ, ଖାଦ୍ୟ ଓ ବାସଗୃହ ଅଭାବରୁ ସହରରେ ଆଉ ପକ୍ଷୀ ଓ କୀଟ ପତଙ୍ଗ ଦେଖାଦେବେ ନାହିଁ। ଉତ୍ତାପ ବଢ଼ିଲେ ସହରର ବିଭିନ୍ନ ପଶୁ ପକ୍ଷୀ ଯଥା ନେଉଳ, ଗୁଣ୍ଡୁଚିମୂଷା, ଅଣୁଜୀବ, ପ୍ରଜାପତି, ବିଭିନ୍ନ ପ୍ରକାର ପକ୍ଷୀ ଇତ୍ୟାଦି ଲୋପ ପାଇଯିବେ ଓ ଜୈବବିବିଧତା ନଷ୍ଟ ହୋଇଯିବ।
ତେଣୁ ଆମକୁ ସହରର ଭୂତଳ ଜଳ ଭରଣା ପାଇଁ ପଦକ୍ଷେପ ନେବାକୁ ପଡିବ। ବୃହତ୍‌ ସହରର ଜଳ ଆବଶ୍ୟକତାକୁ ଦେଖି ଭୂତଳ ଜଳ ଭରଣା ପାଇଁ ବଡ଼ ବଡ଼ ପୋଖରୀ ଖୋଳାଯିବା ଦରକାର। ଯେତେ ନାଳ, ଯୋର ପ୍ରଭୃତି ପ୍ରାକୃତିକ ଜଳଉତ୍ସ ଅଛି , ସେଗୁଡ଼ିକର ସଂରକ୍ଷଣ ପାଇଁ ଦୃଢ଼ ଆଇନ ଆଣିବାକୁ ପଡ଼ିବ ଏବଂ ସେଗୁଡ଼ିକର କିସମ ପରିବର୍ତ୍ତନ ବନ୍ଦ କରାଯିବା ଉଚିତ। ସେଥିରେ ଆମକୁ ଜଳ ସଂରକ୍ଷଣ ଓ ଭୂତଳ ଜଳ ଭରଣା ପାଇଁ ବହୁ ସଂଖ୍ୟାରେ ଚେକ୍‌ଡ୍ୟାମ ନିର୍ମାଣ କରିବାକୁ ପଡିବ। କୃତ୍ରିମ ଭୂତଳ ଜଳ ଭରଣା ୟୁନିଟ୍‌ ସହରରେ ବିଭିନ୍ନ ସ୍ଥାନରେ ଲଗାଇବାକୁ ହେବ। ପ୍ରତି ଘରୁ ବର୍ଷାଜଳ ସଂଗ୍ରହ କରି କିଛି ଅଂଶ ବ୍ୟବହାର କରିବା, ଆଉ କିଛି ଭୂତଳ ଜଳ ଭରଣା ପାଇଁ ଛାଡ଼ିବା ଉଚିତ। ମୋଟାମୋଟି କହିବାକୁ ଗଲେ ସହରରେ ହେଉଥିବା ବୃଷ୍ଟିପାତର ସିଂହ ଭାଗ କିପରି ସହରରେ ସଂରକ୍ଷିତ ହେବ ଓ ଭୂତଳ ଜଳ ଭରଣାରେ ସାହାଯ୍ୟ କରିବ ତା’ ପାଇଁ ବ୍ୟବସ୍ଥା କରାଯିବା ଉଚିତ। ଏ କାର୍ଯ୍ୟ କେବଳ ସରକାରଙ୍କ ଉପରେ ଛାଡିଲେ ହେବ ନାହିଁ, ଜନସାଧାରଣଙ୍କ ସହଭାଗିତା ମଧ୍ୟ ଆବଶ୍ୟକ। ସମସ୍ତେ ମିଶି ଦ୍ରୁତ ହ୍ରାସ ପାଉଥିବା ଭୂତଳ ଜଳ ସ୍ତର ରୋକିବା ଓ ତା’ର ପୁନଃଭରଣା ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ସମସ୍ତଙ୍କ ପାଇଁ ଜଳ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ।
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri