ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ ଜଳ (ଗ୍ରାଉଣ୍ଡ ଓ୍ବାଟର)ର କିଛି ଭାଗ ଜଳାଶୟ ଏବଂ ଆଉ କିଛି ଭାଗ ବାୟୁ ମଣ୍ଡଳରେ ମିଶିଥାଏ । ମାଟି ତଳର ଏହି ଜଳ ଅତିବେଶିରେ କେତେଦିନ ପର୍ଯ୍ୟନ୍ତ ଜଳଚକ୍ରରେ ସାମିଲ ନ ହୋଇ ମାଟି ତଳେ ସଂରକ୍ଷିତ ଭାବେ ରହିପାରିବ ସେ ନେଇ ବିଶେଷଜ୍ଞଙ୍କ ପାଖରେ ଉତ୍ତର ନ ଥିବାବେଳେ ଦକ୍ଷିଣ ଆଫ୍ରିକାର ଏକ ଗୋଲ୍ଡ-ୟୁରାନିୟମ୍‌ ଖଣିରୁ ୧.୨ ବିଲିୟନ୍‌ ବର୍ଷ ପୁରୁଣା ଭୂତଳ ଜଳ ଠାବ କରାଯାଇଛି।

ନେଚର କମ୍ୟୁନିକେଶନ୍‌ ଜର୍ନାଲ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ସାଉଥ୍‌ ଆଫ୍ରିକାର ମୋବ ଖୋଟସୋଙ୍ଗରେ ଥିବା ଗୋଲ୍ଡ-ୟୁରାନିୟମ୍‌ ଖଣିରୁ ଗବେଷକମାନେ ୧.୨ ବିଲିୟନ୍‌ ବର୍ଷର ପୁରୁଣା ଗ୍ରାଉଣ୍ଡ ଓ୍ବାଟର ଆବିଷ୍କାର କରିଛନ୍ତି। ମାଟି ତଳେ ୨.୯ କି.ମି. ଗଭୀରରେ ଏହି ଜଳ ଥିବା ଦେଖାଯାଇଥିଲା। ଟରଣ୍ଟୋ ୟୁନିଭର୍ସିଟିର ଆର୍ଥ ସାଇନ୍ସ ବିଭାଗ ପ୍ରଫେସରଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। କାନାଡାରୁ ୧୦ ବର୍ଷ ପୂର୍ବେ ୧ ବିଲିୟନ୍‌ ବର୍ଷ ପୁରୁଣା ଭୂତଳ ଜଳ ଠାବ କରାଯାଇଥିବା ଗବେଷକ ବାରବାରା ଶେରଉଡ୍‌ ଲୋଲ୍ଲାର କହିଛନ୍ତି।

ୟୁରାନିୟମ୍‌, ଥୋରିୟମ୍‌, ପୋଟାସିୟମ୍‌ ଭଳି ରେଡିଓଆକ୍ଟିଭ୍‌ ଉପାଦାନଗୁଡ଼ିକ ଯେତେବେଳେ ତରଳ ପଦାର୍ଥ ବା ପଥରରେ ରହିଥାନ୍ତି ସେ ସମୟରେ ସେମାନଙ୍କଠାରୁ ବାହାରୁଥିବା ଆଲ୍‌ଫା, ବିଟା ଏବଂ ଗାମା ରଶ୍ମି ପରସ୍ପରକୁ ରେପେଲ (ଠେଲାପେଲା) କରନ୍ତି, ଯାହାକୁ ରେଡିଓଜେନିକ୍‌ ରିଆକ୍ସନ କୁହାଯାଏ। ତେବେ ମୋଆବ ଖୋଟସୋଙ୍ଗ ଖଣିରୁ ବିଶେଷଜ୍ଞମାନେ ପ୍ରଚୁର ପରିମାଣର ରେଡିଓଜେନିକ୍‌ ଉପାଦାନ ହିଲିୟମ୍‌, ନିଅନ, ଆର୍ଗନ୍‌ ଓ ଜେନନ ମିଳିଥିଲା। ଏହି କଣିକା ସବୁ ଭୂତଳଜଳ ଜଳ କଣିକାକୁ ଭାଙ୍ଗି ବହୁଳମାତ୍ରାରେ ହାଇଡ୍ରୋଜେନ୍‌ ବାହାର କରିଥିବା ଗବେଷକମାନେ ଲକ୍ଷ୍ୟ କରିଥିଲେ। ଏହାପରେ ମାଟି ତଳେ ଜଳର ଆଶଙ୍କା କରି ଗବେଷକମାନେ ଏ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଲେ। ଏହାପରେ ସେମାନଙ୍କୁ ଖଣି ତଳୁ ଜଳର ସନ୍ଧାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri