୪୪ ବ୍ଲକ୍‌କୁ ଭୂତଳ ଜଳ ବିପଦ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଛି। ପ୍ରବଳ ଖରା ଯୋଗୁ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପଡ଼ିବାରେ ଲାଗିଛି। ଆବଶ୍ୟକ ବର୍ଷା ହେଉ ନ ଥିବାରୁ ନଦୀ, ପୋଖରୀ ଓ ହ୍ରଦ ବର୍ଷାଦିନର ବହୁ ପୂର୍ବରୁ ଶୁଖିଯାଉଛି। ଭୂପୃଷ୍ଠ ଜଳ ଉତ୍ସ ଶୁଷ୍କ ହୋଇ ଯାଉଥିବାରୁ ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟର କେତେକ ଭାଗରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସପାଇ ଚାଲିିଛି। ଅନେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ରାଜ୍ୟରେ ଗୁରୁତର ଜଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଲାଣି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୭ଟି ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସ ପାଉଛି। ସେହି ବ୍ଲକଗୁଡ଼ିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା ଓ ଭଦ୍ରକ। ଏହି ସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ପ୍ରତିଶତ ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ସେମି କ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଯାଇଛି। ଏହି ବ୍ଲକରେ ୬୦ରୁ ୭୦ ପ୍ରତିଶତ ଜଳ ବ୍ୟବହୃତ ହେଉଛି। ଉକ୍ତ ବ୍ଲକଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଲୋକଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ। ଏହାଛଡ଼ା ଭୁବନେଶ୍ୱର, କଟକ ଭଳି ବଡ଼ ବଡ଼ ସହରାଞ୍ଚଳରେ ମଧ୍ୟ ଭୂଗର୍ଭସ୍ଥ ଜଳ ଉପରେ ଚାପ ବଢ଼ିବାରେ ଲାଗିଛି। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସମେଣ୍ଟ(ଜିଡବ୍ଲ୍ୟୁଆରଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩, ୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।
ଭୂଗର୍ଭସ୍ଥ ଜଳ ସ୍ତର ହ୍ରାସ ପାଉଥିବାରୁ ଜଳ ସଂରକ୍ଷଣ ଜରୁରୀ ହୋଇ ପଡ଼ିଛି। ଭୂତଳ ଜଳ ସ୍ତର ବୃଦ୍ଧି କରିବାକୁ ରାଜ୍ୟ ସରକାର ୨୦୧୫ରେ ଛାତ ଉପର ଭୂତଳ ଜଳ ପ୍ରକଳ୍ପ ଯୋଜନା ଆରମ୍ଭ କରିଥିଲେ । ଜଳ ସଂରକ୍ଷଣ ପାଇଁ ଏହି ଯୋଜନାରେ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲା। ଏଥିଯୋଗୁ ଉକ୍ତ ପ୍ରକଳ୍ପ ଲୋକମାନଙ୍କ ମଧ୍ୟରେ ଦ୍ରୁତ ଆଦ୍ରୁତି ଲାଭ କରିଥିଲା। ତେବେ ଗତ ୨ ବର୍ଷ ହେବ ଏହି ଯୋଜନା ବନ୍ଦ ହୋଇ ଯାଇଛି। ଅନ୍ୟପକ୍ଷରେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ଅନୁମୋଦନ(ବିଲ୍ଡିଂ ଆପ୍ରୁଭାଲ ପ୍ଲାନ)ରେ ଏହି ଯୋଜନାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଉନ୍ନୟନ କର୍ତ୍ତ୍‌ୃପକ୍ଷଙ୍କ ଦ୍ୱାରା ତାହା ମଧ୍ୟ କାର୍ଯ୍ୟକାରୀ ହେଉ ନାହିଁ। ଫଳରେ ଏହି ଯୋଜନାର ଲକ୍ଷ୍ୟ ଏବେ ବାଟବଣା ହୋଇଯାଇଛି।
ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରୁ ୨୦୧୯ ମଧ୍ୟରେ ୯୪୩୮ଟି ବେସରକାରୀ ଏବଂ ୩୫୮ଟି ସରକାରୀ ଗୃହ ଛାତ ଉପର ଜଳ ସଂରକ୍ଷଣ ପୁନଃଭରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ୨୦୧୯-୨୦ରେ ଏହି ଯୋଜନା ପାଇଁ

୨୪ କୋଟି ବ୍ୟୟ ଅଟକଳ କରାଯାଇଥିଲା। ୧୧ଟି ସହରକୁ ମିଶାଇ ମୋଟ ୨୫ଟି ସହରର ୬୫ଟି ସରକାରୀ ଓ ୫୫୦୦ ବେସରକାରୀ ଘର ଛାତ ଉପରେ ଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥାଆନ୍ତା। ମାତ୍ର ଏହି ପ୍ରସ୍ତାବକୁ ସରକାରୀ ଅନୁମୋଦନ ନ ମିଳିବାରୁ ଗତ ୨ ବର୍ଷ ହେବ ପଡ଼ିରହିଛି।
ଭୂତଳ ଜଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଯୋଜନାକୁ ଆଗାମୀ ୫ ବର୍ଷ ପାଇଁ କାର୍ଯ୍ୟକାରୀ କରିବା ସକାଶେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମୋଦନ ମିଳିବା ପରେ ୨୭ଟି ସହରରେ ଏହାକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୫ ତାରିଖରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ସହ ଏହି ଯୋଜନା ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ଯୋଜନା ଅନୁମୋଦନ ପାଇଁ ପଦକ୍ଷେପ ନିଆଯିବ ।

 


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri