ପଙ୍କପାଳରେ ଭୂତଳ ଜଳ ସଙ୍କଟ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୦।୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାଦିନେ ଲୋକେ ପାଣି ପାଇଁ ହାହାକାର ହେଉଛନ୍ତି। ଶିଳ୍ପସଂସ୍ଥାଗୁଡିକୁ ଭୂତଳ ଜଳ ବ୍ୟବହାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମତି ଦିଆଯାଉଛି। କିନ୍ତୁ ଶିଳ୍ପସଂସ୍ଥାଗୁଡିକ ଅନୁମତିଠାରୁ ଢେର ଗୁଣରେ ଅଧିକ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ ଅନୁସଚିବ ବିଧାନ ଚନ୍ଦ୍ର ରାଉତ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଭୂତଳ ଜଳ ବିଭାଗର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି।
ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ପଙ୍କପାଳ, ଜଟରାପାଳ, ଘୁଷୁରିସାଇ, ହନୁମନ୍ତ ପାଟଣା, ନୂଆ ରାଇଛନ୍ଦା, ମନୋହରପୁର, ଅସନବାହାଳି ପ୍ରଭୃତି ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମର୍ମରେ ଉପରୋକ୍ତ ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଗତ ଜୁଲାଇରେ ଯାଜପୁର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ନିକଟସ୍ଥ ମିଶ୍ରିଲାଲ କମ୍ପାନୀ ଦୀର୍ଘ ବର୍ଷ ଧରି ଭୂତଳ ଜଳ ବ୍ୟବହାର କରି ଆସୁଛି। ଏହାସହ ଫରନେଓ କମ୍ପାନୀ ଭୂତଳ ଜଳ ବ୍ୟବହାର କରିବାକୁ ଆବେଦନ କରିଛି। ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ଅଧିକ ଗଭୀରରେ ରହିଛି। ଗ୍ରୀଷ୍ମଦିନେ ଜଳସ୍ତର ଆହୁରି କମି ଯାଉଛି। ଲୋକମାନେ କୂଅ ଏବଂ ପୋଖରୀର ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଶିଳ୍ପାଞ୍ଚଳର ଖୋଲା କୂଅ ଓ ପୋଖରୀରେ ବିଭିନ୍ନ କାରଖାନାର ଦୂଷିତ ପାଣି, ଧୂଳି ଧୂଆଁ ପଡ଼ି ଅଧିକ ପ୍ରଦୂଷିତ ହେଉଛି, ଯାହା ପାନୀୟ ଉପଯୋଗୀ ନୁହେଁ। ଏଭଳିସ୍ଥିତିରେ ଲୋକମାନେ ଭୂତଳ ଜଳ ନ ପାଇ ହନ୍ତସନ୍ତ ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ଜିଲାପାଳଙ୍କ ସମେତ ସୁକିନ୍ଦା ବିଧାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଶିଳ୍ପ ସଚିବ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଶିଳ୍ପ ମନ୍ତ୍ରୀ, ଦାନଗଦି ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଯାଜପୁର ଏସ୍‌ପି, ପଙ୍କପାଳ ସରପଞ୍ଚ ଓ କଳିଙ୍ଗନଗର ଥାନାଧିକାରୀଙ୍କୁ ଅଭିଯୋଗ ପତ୍ର ପଠାଇଥିଲେ।
ଯାଜପୁର ବ୍ଲକରେ ବିଭିନ୍ନ ପ୍ରକାର ଶିଳ୍ପସଂସ୍ଥା ଗଢ଼ି ଉଠୁଥିବାରୁ ଶିଳ୍ପ ପାଇଁ ଜଳ ଆବଶ୍ୟକ ରହିଛି। ତେଣୁ ସଂସ୍ଥାଗୁଡ଼ିକ ନିଜ ନିଜ କାରଖାନା ଅଞ୍ଚଳରେ ବୋର୍‌ୱେଲ ଖନନ କରି ଅଧିକ ଅଶ୍ୱକ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ଚାଳିତ ମୋଟର ଲଗାଇ ସେମାନଙ୍କ ଚାହିଦା ପୂରଣ କରୁଛନ୍ତି। ଫଳରେ ଶିଳ୍ପାଞ୍ଚଳ ନିକଟରେ ଥିବା ନଳକୂପ ଓ କୂପର ଜଳ ନିମ୍ନଗାମୀ ହେଉଛି। ପୁନଶ୍ଚ ଶିଳ୍ପାଞ୍ଚଳ ପାଖଦେଇ ବୋହିଯାଉଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳକୁ ସଂଗ୍ରହ କରି କାରଖାନାର ଚାହିଦା ମୁତାବକ ଜଳ ସଂଗ୍ରହ କରୁଛନ୍ତି। ଦାନଗଦି, ଟେଲିବାହାଲି, ସୋଲେଇ, ସିଙ୍ଗାଡ଼ିଆ, ମାନଗୋବିନ୍ଦପୁର, ଧୂଳିଗଡ଼, କଣ୍ଟିପୁର, ବାଲୁଙ୍ଗାବନ୍ଦି, ଯଖପୁରା ଅଞ୍ଚଳରେ ଥିବା ନଳକୂପର ଜଳସ୍ତର ପ୍ରାୟ ହ୍ରାସ ପାଉଛି। ନିୟମାନୁଯାୟୀ ଜିଲାର ଶିଳ୍ପ ସଂସ୍ଥାଗୁଡିକ ଜଳ ସମ୍ପଦ ବିଭାଗ ନିକଟରେ ଚୁକ୍ତି କରି ସେମାନେ କେତେ ପରିମାଣର ଭୂତଳ ଜଳ ବ୍ୟବହାର କରୁଛନ୍ତି ସେନେଇ ଫ୍ଲୋମିଟର ଅନୁସାରେ ଦୈନିକ ରିପୋର୍ଟ ଦାଖଲ କରିବା କଥା। ମାତ୍ର ଜଳ ସମ୍ପଦ ବିଭାଗ ନିକଟରେ ଶିଳ୍ପସଂସ୍ଥାଗୁଡ଼ିକର ବାସ୍ତବ ଭୂତଳ ଜଳ ବ୍ୟବହାର ସମ୍ପର୍କିତ ସବିଶେଷ ତଥ୍ୟ ମିଳୁନାହିଁ। ଫଳରେ ଆଗାମୀ ଦିନରେ ଜଳ ସଙ୍କଟ ଉଗ୍ରରୂପ ରୂପ ନେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ମଧ୍ୟ ଶିଳ୍ପସଂସ୍ଥାଗୁଡ଼ିକ ମନଇଚ୍ଛା ଜଳ ସଂଗ୍ରହ କରୁଛନ୍ତି। ଇଡ୍‌କୋ ଆବଶ୍ୟକ ମାପକ ଯନ୍ତ୍ର ପ୍ରତିଷ୍ଠା ନ କରି ଶିଳ୍ପକୁ ଅଯାଚିତ ଭାବେ ଜଳଯୋଗାଣ କରୁଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗର ତଦନ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଭୂତଳ ଜଳ ଅଭାବ ଯୋଗୁ ସମ୍ପୃକ୍ତ ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେଉଛି କି ନାହିଁ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri